Categories: ଖେଳ

ଇତିହାସ ରଚିଲେ ଏହି କ୍ରିକେଟର୍‌

ଓମାନ,୧୮।୧୦: ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଏହି ମ୍ୟାଚରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରବିବାର ସ୍କଟଲ୍ୟାଣ୍ଡ ବିପକ୍ଷ ଟି -୨୦ ବିଶ୍ୱକପ ମ୍ୟାଚରେ ଲାସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗି ଶାକିବ ଅଲ ହାସନ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ସର୍ବାଧିକ ଉଇକେଟ ନେଇଛନ୍ତି। ବାଂଲାଦେଶର ଷ୍ଟାର କ୍ରିକେଟର ଶାକିବ ଏହି ମ୍ୟାଚ୍‌ରେ ୪ ଓଭରରେ ୧୭ ରନ ଦେଇ ୨ ଉଇକେଟ ନେଇଥିଲେ। ଏହି ସମୟ ମଧ୍ୟରେ ଶ୍ରୀଲଙ୍କାର ମହାନ ବୋଲର ଲାସିଥ ମାଲିଙ୍ଗାଙ୍କୁ ପଛରେ ପକାଇ ଦେଇଥିଲେ।
ଶାକିବ ୮୯ ଅନ୍ତର୍ଜାତୀୟ ଟି -୨୦ ୧୦୮ଟି ଉଇକେଟ ନେଇଛନ୍ତି ଏବଂ ଏହି ଫର୍ମାଟରେ ୧୦୦ରୁ ଅଧିକ ଉଇକେଟ ଏବଂ ୧୦୦୦ରୁ ଅଧିକ ରନ କରିଥିବା ଏକମାତ୍ର କ୍ରିକେଟର ହୋଇପାରିଛନ୍ତି। ମାଲିଙ୍ଗା ୧୦୭ଟି ଉଇକେଟ୍‌ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ୯୯ଟି ଉଇକେଟ ନେଇ ନ୍ୟୁଜିଲାଣ୍ଡର ଟିମ ସାଉଥି ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି।

ପ୍ରତ୍ୟେକ ଫର୍ମାଟରେ ଟପ ଉଇକେଟ ନେଇଥିବା କ୍ରିକେଟର୍‌
ଟେଷ୍ଟ: ମୁଥିୟା ମୁରଲୀଥାରନ (୮୦୦)
ଦିନିକିଆ: ମୁଥିୟା ମୁରଲୀଥାରନ (୫୩୪)
ଟି୨୦: ଶାକିବ ଅଲ ହାସନ (୧୦୮)