Categories: ଖେଳ

ପନ୍ତଙ୍କୁ ଫଲୋ କରୁଛନ୍ତି ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ପ୍ରକାଶ କରିବାକୁ ଆଦୌ ଭୁଲନ୍ତି ନାହିଁ। ପ୍ରତ୍ୟକ୍ଷରେ ନ ହେଲେ ବି ସୋସିଆଲ ମିଡିଆରେ ପରୋକ୍ଷରେ ସେ ପ୍ରକାଶ କରୁଛନ୍ତି। ଉର୍ବଶୀ ପନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ବୋଲି କୁହାଯାଏ। କିନ୍ତୁ ପନ୍ତ ଇଶାଙ୍କ ନେଗିଙ୍କ ପ୍ରେମରେ ପଡିବା ପରେ ଉର୍ବଶୀଙ୍କୁ ଛାଡିଦେଇଥିଲେ। ପରେ ଅଧିକାଂଶ ସମୟରେ ଉର୍ବଶୀ ପନ୍ତଙ୍କୁ ଥଟ୍ଟା କରୁଥିବା ଦେଖାଯାଏ। ଟି-୨୦ ବିଶ୍ୱକପ ପାଇଁ ପନ୍ତ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତାଙ୍କୁ ଫଲୋ କରି ଉର୍ବଶୀ ମଧ୍ୟ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି।
ଉର୍ବଶୀ ଇନଷ୍ଟାଗ୍ରାମରେ ବିମାନରେ ବସିଥିବାରୁ ଦେଖାଯାଇଛି। ଫଟୋ କ୍ୟାପସନରେ ସେ ଲେଖିଛନ୍ତି, ପ୍ରେମକୁ ଫଲୋ କରି ଅଷ୍ଟ୍ରେଲିଆ ଯାଉଛନ୍ତି। ପନ୍ତଙ୍କୁ ଫଲୋ କରି ଉର୍ବଶୀ ସେଠାକୁ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ନିକଟରେ ପନ୍ତଙ୍କ ଜନ୍ମଦିନରେ ଏକ ଚୁମ୍ବନ ଭିଡିଓ ଶେୟାର କରି ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଉର୍ବଶୀଙ୍କୁ ଏସିଆ କପ ସମୟରେ ୟୁଏଇରେ ଦେଖିବାକୁ ମିଳିଥିଲା। ଭାରତ-ପାକିସ୍ତାନ ମ୍ୟାଚ ବେଳେ ତାଙ୍କୁ ଷ୍ଟାଡିୟମରେ ମଧ୍ୟ ଉପସ୍ଥିତ ଥିଲେ।

 

Share