Posted inଖେଳ

ଟି୨୦ ବିଶ୍ୱକପ ଭେନ୍ୟୁ ୫କୁ କମିପାରେ

ନୂଆଦିଲ୍ଲୀ, ୧।୫(ପି.ଟି.)-
ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିଲେ ହେଁ ଆସନ୍ତା ଅକ୍ଟୋବରରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବାନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୃଢ଼ ଆଶାବାଦୀ। ତେବେ ପୂର୍ବରୁ ଏହା ୯ଟି ଭେନ୍ୟୁରେ ହେବାକୁ ଥିବାବେଳେ ଏବେ ଏହି ସଂଖ୍ୟା ୫କୁ କମାଇ ଦେବାକୁ ଚିନ୍ତା କରାଯାଉଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଗତ ୧ ବର୍ଷ ହେଲା ୟୁଏଇକୁ ବ୍ୟାକ୍‌ଅପ୍‌ ଭେନ୍ୟୁ ଭାବେ ପ୍ରସ୍ତୁତ ରଖିଛି। ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ ବିଭିନ୍ନ ବାୟୋ-ବବ୍‌ଲ ପରିବେଶରେ ଅନୁଷ୍ଠିତ ହେଉଛି। ମାତ୍ର ଆଇସିସି ଟୁର୍ନାମେଣ୍ଟ ଅବସରରେ ବିସିସିଆଇ ବଡ଼ ପରୀକ୍ଷାର ସମ୍ମୁଖୀନ ହେବ। ” ପ୍ରତିଯୋଗିତା ହେବା ପାଇଁ ୫ ମାସ ଥିବାରୁ ଦେଶର ଅନେକ ଲୋକ ଟିକା ନେଇ ସାରିଥିବେ। ତେଣୁ ଆମେ ଟି୨୦ ବିଶ୍ୱକପ ଆୟୋଜନ କରିବାନେଇ ଏବେ ମଧ୍ୟ ଆଶାବାଦୀ ଅଛୁ। ତେବେ ଭେନ୍ୟୁ ସଂଖ୍ୟା କାଟଛାଣ୍ଟ କରାଯାଇ ୫ରେ ସୀମିତ ରଖାଯିବ“ ବୋଲି ଜଣେ ସିନିୟର ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏକ ଆଇସିସି ଟିମ୍‌ ଏପ୍ରିଲ ୨୬ରେ ଦିଲ୍ଲୀ ଆସି ଆଇପିଏଲ ପାଇଁ ହୋଇଥିବା ଜୈବ-ସୁରକ୍ଷିତ ବ୍ୟବସ୍ଥାକୁ ଅନୁଧ୍ୟାନ କରିବାର ଥିଲା। ମାତ୍ର ବିମାନ ବାତିଲ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ସ୍ଥିତି ସ୍ବାଭାବିକ ହେଲେ ସେମାନେ ଆସି ବ୍ୟବସ୍ଥାର ଅନୁଧ୍ୟାନ କରିବେ ବୋଲି ଉକ୍ତ ବିସିସିଆଇ କର୍ମକର୍ତ୍ତା କହିଛନ୍ତି।
ୟୁଏଇକୁ ବ୍ୟାକ୍‌ଅପ୍‌ ଭେନ୍ୟୁ ରଖାଯାଇଛି ବୋଲି ବିସିସିଆଇର ଜେନେରାଲ ମ୍ୟାନେଜର (ଗେମ୍‌ ଡେଭ୍‌ଲପ୍‌ମେଣ୍ଟ) ଧୀରଜ ମାଲହୋତ୍ରା ପ୍ରକାଶ କରିଛନ୍ତି। ନିୟମ ଅନୁସାରେ ୟୁଏଇକୁ ସବୁବେଳେ ଦ୍ୱିତୀୟ ପସନ୍ଦ ଭେନ୍ୟୁ ରଖାଯାଇଥାଏ ବୋଲି ଅନ୍ୟ ଜଣେ କର୍ମକର୍ତ୍ତା କହିଛନ୍ତି। ସାଧାରଣତଃ ଶ୍ରୀଲଙ୍କା ଏବଂ ବାଂଲାଦେଶ ପରି ଦେଶରେ ଆଇସିସି ଟି୨୦ ବିଶ୍ୱକପ ୩ କିମ୍ବା ୪ ଭେନ୍ୟୁରେ ହୋଇଥାଏ। ମାତ୍ର ବୋର୍ଡ ରାଜନୀତି ଏବଂ ଏ ସମ୍ପର୍କିତ ବାଧ୍ୟବାଧକତା ଯୋଗୁ ଭାରତରେ ତାହା ସମ୍ଭବ ହୋଇ ନ ଥାଏ। ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୬ ଟି୨୦ ବିଶ୍ୱକପ ସମୟରେ ଆୟୋଜକ କମିଟିରେ ସ୍ଥାନ ପାଇଥିବା ଜଣେ ପୂର୍ବତନ ବିସିସିଆଇ କର୍ମକର୍ତ୍ତା ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସଭାପତି ସୌରଭ ଗାଙ୍ଗୁଲିଙ୍କ ସହର କୋଲକାତା, ଉପସଭାପତି ରାଜୀବ ଶୁକ୍ଳାଙ୍କ ସହର ଲକ୍ଷ୍ନୌ, ସମ୍ପାଦକ ଜୟ ଶାହାଙ୍କ ସହର ଅହମଦାବାଦ ଏବଂ କୋଷାଧ୍ୟକ୍ଷ ଅରୁଣ ଧୁମାଲଙ୍କ ସହର ଧର୍ମଶାଳା। ଏହାବ୍ୟତୀତ ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଶ୍ରେଷ୍ଠ ଷ୍ଟାଡିୟମଗୁଡ଼ିକ ରହିଛି। କୌଣସି ଟୁର୍ନାମେଣ୍ଟ ସମୟରେ ଏଥିରୁ କୌଣସି ଭେନ୍ୟୁକୁ ଅଣଦେଖା କରାଯିବା କଷ୍ଟକର ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ମ୍ୟାଚ ବାଣ୍ଟିବା ବିସିସିଆଇ ପାଇଁ ସବୁବେଳେ ସ୍ପର୍ଶକାତର ସମସ୍ୟା ସୃଷ୍ଟି କରିଥାଏ। ତେବେ ଯଦି ଟି୨୦ ବିଶ୍ୱକପ ଯୋଜନା ଅନୁସାରେ ହୁଏ ତେବେ କେତେକ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଟୁର୍ନାମେଣ୍ଟ ସରିଲେ ବିଦେଶରୁ ଆସିଥିବା ଦଳଗୁଡ଼ିକ କିପରି ସ୍ବଚ୍ଛନ୍ଦରେ ଫେରିପାରିବେ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଥାଏ। ପାକିସ୍ତାନ ପାଇଁ ସବୁବେଳେ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଖେଳିବା ସୁରକ୍ଷିତ ହୋଇଥାଏ। ସେହିପରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପାଇଁ ମୁମ୍ବାଇରେ ଖେଳିବା ସୁବିଧାଜନକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video

ନୂଆଦିଲ୍ଲୀ,୨୪।୪: ପ୍ରଥମ ପ୍ରେମିକାଙ୍କୁ ଧୋକା। ପୁଣି ଥରେ ପ୍ରେମରେ ପଡ଼ିଛନ୍ତି କ୍ରିକେଟର ପୃଥ୍ବୀ ଶ’। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି।...

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

PSL: ପଡ଼ିଆ ମଝିରେ ଓ୍ବିକେଟ କିପରଙ୍କୁ ମୁଥ ମାରିଲେ ବୋଲର, ଲହୁଲୁହାଣ ହେଲା…

ଇସଲାମାବାଦ,୨୩।୪: ପାକିସ୍ତାନ ସୁପର ଲିଗ ବା PSL ଆରମ୍ଭ ହେବା ଦିନଠାରୁ, କିଛି ବିବାଦ ଏବଂ ଘଟଣା ଘଟିଛି ଯାହା କ୍ରିକେଟକୁ ବାରମ୍ବାର ହସର ଖୋରାକ...

ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌: ଭାରତକୁ ତୃତୀୟ ସ୍ଥାନ

ଲିମା (ପେରୁ), ୨୨ା୪: ପୃଥ୍ବୀରାଜ ଟୋଣ୍ଡାଇମାନ ଓ ପ୍ରଗତି ଦୁବେ ଟ୍ରାପ୍‌ ମିକ୍ସଡ ଟିମ୍‌ ଇଭେଣ୍ଟର ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହେବାରୁ ଭାରତୀୟ...

୫ ମହିଳା ଚେସ୍‌ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ

ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍‌) ଭାନ୍ତିକା ଅଗ୍ରଓ୍ବାଲଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image