ତାଡ଼ି ପିଇଲେ ହେବନି କରୋନା: ବିଏସ୍‌ପି ନେତା

ଲକ୍ଷ୍ନୌ,୨୩।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ଉତ୍ତରପ୍ରଦେଶର ବିଏସ୍‌ପି ଭୀମ୍‌ ରାଜଭରଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭୀମ୍‌ କହିଛନ୍ତି ଯେ, ତାଡ଼ି ପିଇଲେ କରୋନା ସଂକ୍ରମଣ ହେବ ନାହିଁ। ତାଡ଼ି ଗଙ୍ଗାଜଳଠାରୁ ମଧ୍ୟ ବିଶୁଦ୍ଧ ବୋଲି ସେ କହିଛନ୍ତି। ବାଲିଆର ରସଡ଼ାଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ତାଡ଼ି ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ସେ କହିଛନ୍ତି। ଏବେ ଭୀମ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି।

Share