ତାପସୀଙ୍କ ଅଦ୍ଭୁତ ସ୍ୱପ୍ନ

ମୁମ୍ବାଇ: ବଲିଉଡର ଆଗ ଧାଡିର ନାୟିକା ତାପସୀ ପନ୍ନୁ ସୁରମା ସାଂଡ କି ଆଖ, ରଶ୍ମୀ ରକେଟ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ସାରିଛନ୍ତି । ଏବେ ସେ ମହିଳା କ୍ରିକେଟ ଖେଳାଳୀ ମିତାଲି ରାଜଙ୍କ ବାୟୋପିକରେ କାମ କରି ଖୁବ୍ ଖୁସିଥିବା ବେଳେ ଏହାକୁ ନେଇ ସେ ଖୁବ୍ ଆଶାବାଦୀ ବି ଅଛନ୍ତି । ମିତାଲି ରାଜ ଜଣେ ଅନ୍ତର୍ଜାତୀୟ ମହିଳା କ୍ରିକେଟର ହୋଇଥିବା ବେଳେ ତାଙ୍କ ବାୟୋପିକ ‘ସାବାସ ମିଠୁ’କୁ ଦର୍ଶକେ ଅପେକ୍ଷା ରଖିଛନ୍ତି । ସାବାସ ମିଠୁକ ନେଇ ତାପସୀ କହିଛନ୍ତି ପରଦା ଉପରେ ଜଣେ ଜୀବନ୍ତ କିମ୍ବଦନ୍ତୀଙ୍କ କ୍ୟାରେକ୍ଟର ପ୍ଲେ କରିବା କିଛି ସହଜ କଥା ନ ଥିଲା । ସେ ଏଥିପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହୋଇଥିଲେ ।
ଅଭିନେତ୍ରୀ କହିଛନ୍ତି କ୍ରିକେଟର ଭୂମିକାରେ ଅଭିନୟ କରିବା ମୋ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । କାରଣ ମୁଁ କେବେ କ୍ରିକେଟ ଖେଳି ନ ଥିଲି । ଏହାସହ ତାପସୀ ଭଲ ମିମିକ୍ରି ଜାଣି ନ ଥିବାରୁ ଅନ୍ୟ ଚରିତ୍ରରେ ଅଭିନୟ କରିବାକୁ ନିଜକୁ ବଦଳାଇବାକୁ ପଡିଥିଲା, ମାନସିକ ଭାବେ କିଛି ପ୍ରୟାସ କରିବାକୁ ପଡିଥିଲା । ଫିଲ୍ମର ସ୍କ୍ରିପ୍ଟ ପ୍ରସ୍‌ୁତ ହେବା ପୂର୍ବରୁ ତାପସୀ ଏଥିପାଇଁ ହଁ ଭରିଦେଇଥିବା କହିଛନ୍ତି । ଯେତେବେଳେ ତାଙ୍କ ପାଖକୁ ସୁଯୋଗ ଆସିଲା ସେ ଚିନ୍ତା କରିଥିଲେ କ’ଣ ଭଲ କରିହେବ । କ୍ରିକେଟର ଭାବେ ତାଙ୍କୁ ଜଣା ନ ଥିଲା କି ପ୍ରଥମେ ବ୍ୟାଗ କେମିତି ଉଠାଯିବ । ପରେ କିନ୍ତୁ ସବୁକିଛି ସେ ମନଦେଇ ଶିଖିବା ସହ ପରଦାରେ ଏହାକୁ ନିଖୁଣ ଭାବେ ଅଭିନୟ କରିବେ ବୋଲି ଅଭିନେତ୍ରୀ ତାଙ୍କର ସମସ୍ତ ପ୍ରୟାସ ଲଗାଇ ଦେଇଥିଲେ ।
ଏବେ ଏହି ଫିଲ୍ମକୁ ନେଇ ଦେଇଥିବା ଏକ ସାକ୍ଷାତକାରରେ ମିତାଲି ସବୁକଥା ଖୋଲି କହିଛନ୍ତି । ଏହାସହ ଜଣେ ଖେଳାଳି ଚରିତ୍ରରେ ଅଭିନୟ କରି ସେ ନିଜକୁ ଧନ୍ୟ ମନେ କରୁଥିବା ବେଳେ ଆଗକୁ ସେ ଆଭେଞ୍ଜର ଚରିତ୍ରରେ ଅଭିନୟ ପାଇଁ ଆଶା ରଖିଥିବା କହିଛନ୍ତି । ଆଭେଞ୍ଜର ଚରିତ୍ରରେ ଅଭିନୟ କରିବା ତାଙ୍କର ଏକ ସ୍ପପ୍ନ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ମାର୍ବଲଙ୍କୁ ଏ ସମ୍ପର୍କରେ କହିଲେ ହୁଏତ ସେ କିଛି କରିପାରନ୍ତେ ।

Share