ପ୍ରଶ୍ନର ଉତ୍ତରରେ ସମସ୍ତଙ୍କୁ ଚମକାଇ ଦେଲେ ତାପସୀ

ମୁମ୍ବାଇ: ବେଶ କିଛି ଦିନ ହେବ ବଲିଉଡ ନାୟିକା ତାପସି ପନ୍ନୁ ସୋସିଆଲ ମିଡିଆରେ ଆକ୍ଟିଭ ନାହାନ୍ତି। ଏକ ସର୍ଟ ବ୍ରେକ ପରେ ଆକ୍ଟ୍ରେସ ଫ୍ୟାନଙ୍କ ସହ ଇନଷ୍ଟାଗ୍ରାମରେ ଚିଟଚାଟ କରିଛନ୍ତି। ଏହି ସମୟରେ ସେ କାହିଁକି ସୋସିଆଲ ମିଡିଆ ଠାରୁ ଦୂରେଇ ରହିଥିଲେ ତାହା ବି କହିଛନ୍ତି। ଏହାସହ ଅଭିନେତ୍ରୀ ତାଙ୍କ ବିବାହ ସହ ଜଡିତ ପ୍ରଶ୍ନର ବଡ ମଜାଳିଆ ଜବାବ ବି ଦେଇଛନ୍ତି। ବେକଳ ସେତିକି ନୁହେଁ ଅପକମିଂ ଫିଲ୍ମର ସୂଚନା ମଧ୍ୟ ଫ୍ୟାନଙ୍କ ସହ ଶେୟାର କରିଛନ୍ତି।

ତାପସୀ ପନ୍ନୁ ‘ପିଙ୍କ’, ‘ଜୁଡୱା ୨’ ଭଳି କିଛି ମୁଭିରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଅଭିନେତ୍ରୀ ଏକ ଇନଷ୍ଟା ଚିଟଚାଟରେ କହିଛନ୍ତି ଯେ ସୋସିଆଲ ମିଡିଆରେ ଅତ୍ୟଧିକ ଟକ୍ସିଟି ଏବଂ ନେଗେଟିଭ ପରିବେଶ ହେତୁ ସେ ଏହି ପ୍ଲାଟଫର୍ମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧ରେ ସେ ଶେଷ ପୋଷ୍ଟ କରିଥିଲେ। ପୂର୍ବ ପରି, ଯେତେବେଳେ ସେ କମ ସକ୍ରିୟ ଥିଲେ, ଜଣେ ପ୍ରଶଂସକ ତାଙ୍କୁ ଏହାର କାରଣ ପଚାରିଥିଲେ।
ସେହିଭଳି ଅନ୍ୟ ଜଣେ ପ୍ରଶଂସକ କେବେ ବିବାହ କରିବେ ବୋଲି ପଚାରିଥିଲେ। ଏହା ଉପରେ ଅଭିନେତ୍ରୀ ଉତ୍ତର ଦେଇଛନ୍ତି, ମୁଁ ଏପର୍ଯ୍ୟନ୍ତ ଗର୍ଭବତୀ ନୁହେଁ। ତେଣୁ ବର୍ତ୍ତମାନ ଆଦୌ ବିବାହ କରିବାର ନାହିଁ। ମୁଁ ଯେତେବେଳେ ବିବାହ କରିବି ମୁଁ ଆପଣଙ୍କୁ ଜଣାଇବି। ତାପସୀ ପନ୍ନୁ ବ୍ୟାଡମିଣ୍ଟନ ଖେଳାଳି ଟର୍ନ କୋଚ ମାଥିଆସ ବୋଙ୍କ ସହ ସମ୍ପର୍କ ରଖିଥିବାର ଶୁଣିବାକୁ ମିଳୁଛି।

Share