ନୈନିତାଲରେ ତାପସି

ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ରବିବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେ ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ଏକ ମୋଟିଭେଶନାଲ କୋଟ ବି ଲେଖିଛନ୍ତି । ଯାହାକୁ ଦେଖିବା ପରେ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇଥିବା ଲୋକେ ଓ ତାଙ୍କ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ତାପସିଙ୍କ ଏହି ଫଟୋଟି ହେଉଛି ନୈନିତାଲର । ସେ ତାଙ୍କ ବିଜି ସିଡ୍ୟୁଲରୁ ସମୟ ବାହାର କରି ନୈନିତାଲରେ ଜନ୍ମଦିନ ପାଳନ କରିବାକୁ ଯାଇଛନ୍ତି । ଜନ୍ମଦିନର କେକ୍‌ର ଏକ ଫଟୋ ବି ସେ ଶେୟାର କରିଛନ୍ତି । ଏହି ଫଟୋରେ ତାପସି ଏକ ବାଲକୋନିରେ ଠିଆ ହୋଇ ଉଦୟ ସୂର୍ଯ୍ୟଙ୍କୁ ଦେଖୁଛନ୍ତି । ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି ଗତ ସପ୍ତାହ ବହୁତ କଠିନ ଥିଲା । ଏବେ କିନ୍ତୁ ସବୁ ଠିକ୍ ହୋଇଯିବ ବୋଲି ଆଶା ରଖିଛି ।

Share