ମୁହଁ ଖୋଲିଲେ ତାପସି

ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ ହେଉଛି ଅନୁରାଗ କଶ୍ୟପ ଓ ତାପସି ପନ୍ନୁ ୬୫୦ କୋଟି ଟ୍ୟାକ୍ସ ଅନିୟମିତତାରେ ସାମିଲ ଅଛନ୍ତି । ଆୟକର ବିଭାଗ ଏହି ମାମଲାରେ ବଲିଉଡ୍ କଳାକାରଙ୍କ ସହ ଜଡିତ ମାମଲାରେ ମୁମ୍ବାଇ, ପୁନେ, ଦିଲ୍ଲୀ ଓ ହାଇଦ୍ରାବାଦରେ ଚଢାଉ କରିଛି । ଶୁକ୍ରବାର ରାତିରେ ଆୟକର ବିଭାଗ ଅଧିକାରୀ ଅନୁରାଗ ଓ ତାପସିଙ୍କୁ ପଚରା ଉଚରା କରିଛନ୍ତି । ଏବେ ଏହି ମାମଲାକୁ ନେଇ ଅଭିନେତ୍ରୀ ତାପସି ମୁହଁ ଖୋଲିଛନ୍ତି । ଏହାକୁ ନେଇ ସେ ଗୋଟିଏ ପରେ ଗୋଟିଏ ତିନୋଟି ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ମୁଖ୍ୟତଃ ତିନୋଟି ଜିନିଷକୁ ୩ ଦିନ ପର୍ଯ୍ୟନ୍ତ ଖୋଜାଯାଇଛି । ସେହି ଘରର ଚାବି ଯାହା ପ୍ୟାରିସରେ ରହିଛି । ଦୁଇ ନମ୍ବର ଟୁଇଟ୍‌ରେ ସେ ଲେଖିଛନ୍ତି କଥିତ ପାଞ୍ଚ କୋଟି ଟଙ୍କାର ରସିଦ୍ ଯାହା ଭବିଷ୍ୟତ ପାଇଁ ଆବଶ୍ୟକ । ସୂଚନାଯୋଗ୍ୟ, ଆୟକର ଅଧିକାରୀମାନେ ଦାବି କରିଥିଲେ କି ତାପସି ପନ୍ନୁଙ୍କୁ ୫ କୋଟିର ନଗଦ ଅର୍ଥ ଦିଆଯାଇଥିବା ବେଳେ ଏହାର ରସିଦ୍ ତାଙ୍କ ଘରେ ରହିଛି । ଏହାସହ ତୃତୀୟ ଟୁଇଟରେ ସେ ଲେଖିଛନ୍ତି ମାନନୀୟ ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ୨୦୧୩ରେ ଏଠାରେ ଯାଞ୍ଚ କରାଯାଇଥିଲା ।

Share