ଖୁସି ଅଛନ୍ତି ତାପସି

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ବେଶ କିଛି ବର୍ଷର ବ୍ୟବଧାନ ପରେ ପୁଣିଥରେ ଫେରୁଛନ୍ତି ବଡ ପରଦାକୁ । ଆଉ ଦର୍ଶକଙ୍କୁ ବ୍ୟାକ ଟୁ ବ୍ୟାକ ୩ଟି ମୁଭି ଭେଟି ଦେଉଛନ୍ତି । ଏହା ହେଉଛି ପଠାନ, ଯବାନ ଓ ଡଙ୍କି । ଏବେ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରାଇବାକୁ ଶାହାରୁଖଙ୍କ ସହ ପ୍ରଥମ ଥର ନଜର ଆସିବେ ନାୟିକା ତାପସି ପନ୍ନୁ । ଯାହାକୁ ନେଇ ସେ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଅଭିନେତ୍ରୀ ନିଜ କାଷ୍ଟିଙ୍ଗକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି ।
ତାପସି କହିଛନ୍ତି ଫିଲ୍ମରେ ଏଣ୍ଟ୍ରି ମାରିବା କିଛି ଛୋଟ କଥା ନୁହେଁ । ହେଲେ କେହିତ ମୋ ଅଭିନୟକୁ ଦେଖି ମୋତେ ପସନ୍ଦ କରିଛନ୍ତି । ତେବେ ‘ଡଙ୍କି’ରେ ସେ ଶାହାରୁଖଙ୍କ ସହ ଅଭିନୟ କରୁଥିବାରୁ ଖୁବ ଖୁସିଥିବା ପ୍ରକାଶ କରିଛନ୍ତି । ତାପସି କହିଛନ୍ତି ମୋ ପାଇଁ ଶାହାରୁଖ ଖାଁ ହିନ୍ଦି ଫିଲ୍ମର ପରିଚୟ । ଆଉ ଏବେ ଗୋଟିଏ ଫ୍ରେମରେ ତାଙ୍କ ସହ ମୁଁ ଠିଆ ହେବି ଏହା ମୋ ପାଇଁ ସବୁଠାରୁ ବଡ ସୌଭାଗ୍ୟ । ଆଶା କରୁଛି କିଛି ଭୁଲ କରିବି ନାହିଁ ।

Share