ଫିଲ୍ମ ‘ଶାବାଶ ମିଠୁ’ର ଟ୍ରେଲର ରିଲିଜ୍‌

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ‘ମିତାଲି ରାଜ’ଙ୍କ ବାୟୋପିକ ‘ଶାବାଶ ମିଠୁ’ର ଟ୍ରେଲର ମୁକ୍ତିଲାଭ କରିଛି। ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ। ଏହି ଭୂମିକାରେ ନିଜକୁ ଗଢ଼ିବା ପାଇଁ ତାପସୀ କଠିନ ପରିଶ୍ରମ କରିଛନ୍ତ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଢୋଲକିଆ। ଜୁଲାଇ ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମଟି ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ ସଂଗ୍ରାମକୁ ନେଇ ପର୍ଯ୍ୟବେସିତ ହୋଇଛି।
ନିକଟରେ ଭାରତୀୟ କ୍ରିକେଟର ଶ୍ରେଷ୍ଠ ମହିଳା ବ୍ୟାଟ୍ସମ୍ୟାନ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

Share