‘କଫି ୱିଥ କରନ’ ଶୋ’କୁ ନ ଆସିବାର କାରଣ କହିଲେ ତାପସୀ

ମୁମ୍ବାଇ: ବଲିଉଡ ନାୟିକା ତାପସୀ ପନ୍ନୁ ତାଙ୍କ ଅଭିନୀତ ଫିଲ୍ମ ‘ଦୋବାର’ର ରିଲିଜକୁ ନେଇ ପ୍ରସ୍ତୁତ ହୋଇଗଲେଣି । ଏଥିରେ ତାପସୀ ତାଙ୍କ ଦମଦାର ଅନ୍ଦାଜରେ ପୁଣିଥରେ ଦର୍ଶକଙ୍କ ଦିଲ୍ ଜିତିବେ ବୋଲି କୁହାଯାଉଛି । ଏପଟେ ଟେଲିଭିଜନରେ ଆରମ୍ଭ ହୋଇଥିବା ବହୁ ଚର୍ଚ୍ଚିତ ଶୋ’ ‘କଫି ୱିଥ କରନ’ରେ ନିଜ ନିଜ ଫିଲ୍ମର ପ୍ରମୋଶନ ପାଇଁ ଅଧିକାଂଶ ସେଲିବ୍ରିଟି ଏବେ ଏହି ଶୋ’କୁ ଆସୁଛନ୍ତି । ‘କଫି ୱିଥ କରନ ସିଜନ ୭’ରେ କିନ୍ତୁ ତପସୀ ପନ୍ନୁ ତାଙ୍କ ଫିଲ୍ମ ପ୍ରମୋଶନ କରି ନାହାନ୍ତି । ତେବେ ଏହା ପଛର କାରଣ କ’ଣ ସେ ନେଇ ନିଜେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି । ଏହାରି ଭିତରେ କିନ୍ତୁ ତାପସୀଙ୍କୁ ଶୋ’ ପାଇଁ ନିମନ୍ତ୍ରଣ ମିଳି ନ ଥିବା ଜଣାପଡିଛି । କରନ ଜୋହରଙ୍କ ଶୋ’ କଫି ୱିଥ କରନ ଏବେ ଖୁବ୍ ପପୁଲାର ହୋଇଛି । କରନଙ୍କ ଏହି ଶୋ’ରେ ଏଥର ସାଉଥ୍ ଷ୍ଟାରଙ୍କୁ ବି ଦେଖିବାକୁ ମିଳିଲାଣି । ନିକଟରେ ଏହି ଶୋ’ରେ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସହ ସାଉଥ୍ ଆକ୍ଟ୍ରେସ୍ ସାମନ୍ଥା ପ୍ରଭୁ ପହଞ୍ଚିଥିଲେ । ଏହା ବ୍ୟତୀତ ସାଉଥ୍ ଷ୍ଟାର ବିଜୟ ଦେବରକୋଣ୍ଡା ବି ତାଙ୍କ ବଲିଉଡ ଡେବ୍ୟୁ ମୁଭି ‘ଲାଇଗର’ର ପ୍ରମୋଶନ ପାଇଁ ପହଞ୍ଚିଥିଲେ ।
ହେଲେ ତାପସୀ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ କଫି ୱିଥ କରନ ଶୋ’କୁ ଯାଇ ନ ଥିବାର କାରଣ ପଚାରିବାକୁ ସେ ଉତ୍ତର ଦେଇଥିଲେ , ମୋ ସେକ୍ସ ଲାଇଫ୍ ଏତେ ରୋଚକ ନୁହେଁ ଯେ ମୋତେ କରନ ଜୋହରଙ୍କ ଶୋ’କୁ ନିମନ୍ତ୍ରଣ କରାଯିବ । ଏମିତି ଜବାବ ଦେଇ ସେ ଏବେ ଅନେକ ୟୁଜର୍ସଙ୍କ ଦିଲ୍ ଜିତି ଯାଇଛନ୍ତି । ଏବେ ସୋସିଆଲ ମିଡିଆରେ ତାପସୀଙ୍କ ଏହି ବୟାନ ଭାଇରାଲ ହେଉଛି । ୟୁଜର୍ସ କହୁଛନ୍ତି ତାପସୀ ସମ୍ପୂର୍ଣ୍ଣ ଭାବେ ସଠିକ୍ କଥା କହିଛନ୍ତି । ଦର୍ଶକଙ୍କ ଅଭିଯୋଗ ହେଲା ଏବେ କଫି ୱିଥ କରନ ଶୋ’ରେ ଅଧିକ ସେକ୍ସ ସମ୍ପର୍କରେ କଥା ହେଉଛି । ଯେମିତି ନିକଟରେ ଏହି ଶୋ’କୁ ଆସିଥିବା ଅଭିନେତ୍ରୀ କରିନା କପୁର ଖାଁଙ୍କୁ ତାଙ୍କ ପିଲା ହେବା ପରେ ସେକ୍ସ ଲାଇଫ୍ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେମିତି ଆଲିଆ ଭଟ୍ଟଙ୍କୁ ତାଙ୍କ ସୁହାଗରାତ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ବିଜୟ ଦେବରକୋଣ୍ଡାଙ୍କୁ ବି ତାଙ୍କ ସେକ୍ସ ଲାଇଫ ବିଷୟରେ ପ୍ରଶ୍ନ କରାଯାଇଥିଲା ଇତ୍ୟାଦି ।

Share