କୁଲ୍ ଅନ୍ଦାଜରେ କ୍ଲିନ ବୋଲ୍ଡ କରୁଛନ୍ତି ତାପସୀ

ମୁମ୍ବାଇ: ବଲିଉଡ୍ ମୁଭି ‘ରଶ୍ମି ରକେଟ’ର ପ୍ରଥମ ଗୀତ ‘ଘନି କୁଲ ଛୋରୀ’ ରିଲିଜ୍ ହୋଇଛି । ଅଭିନେତ୍ରୀ ତାପସୀଙ୍କ ଏହି ନୂଆ ଗୀତ ନବରାତ୍ରୀ ଉତ୍ସବର ଏକ୍ସାଇଟମେଣ୍ଟକୁ ଆହୁରି ବଢାଇ ଦେବ । ଅଭିନେତ୍ରୀ ତାଙ୍କ ନୂଆ ଗୀତରେ ବେଶ୍ କୁଲ୍ ଅନ୍ଦାଜରେ ନଜର ଆସିଛନ୍ତି । ତାପସୀଙ୍କ ପ୍ରଶଂସକ ତାଙ୍କର ଏହି ସ୍ପୋର୍ଟସ ଡ୍ରାମା ଫିଲ୍ମକୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ସୂଚନାଯୋଗ୍ୟ, ମୁଭି ‘ରଶ୍ମି ରକେଟ’ର ପ୍ରିମିୟର ଜି୫ରେ ୧୫ ଅକ୍ଟୋବରରେ ହେବ । ଯେବେ ତାପସୀଙ୍କ ଅଭିନୀତ ଏହି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହେଲା ସେବେଠାରୁ ଦର୍ଶକେ ଏହାକୁ ଅପେକ୍ଷା ରଖିଛନ୍ତି । ନିକଟରେ ମୁଭି ‘ରଶ୍ମି ରକେଟ’ର ଟ୍ରେଲର ଜି୫ର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରିଲିଜ୍ କରାଯାଇଥିଲା । ନୂଆ ଗୀତରେ ତାପସୀ ପାରମ୍ପରିକ ଅବତାରରେ ନଜର ଆସିବେ । ଲେହେଙ୍ଗା ସହ ଜୋତା ପିନ୍ଧିଥିବା ତାପସୀ ଏଥିରେ ଏକ ପ୍ରକାର ଏକ୍ସପିରିମେଣ୍ଟ କରୁଥିବା କୁହାଯାଉଛି । ଏହା ତାପସୀଙ୍କ ନବରାତ୍ରୀ ଡ୍ରେସ ଭଳି ଲାଗୁଛି । ଏହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି ଏହି ଗୀତ ଆପଣଙ୍କ ନବରାତ୍ରୀର ଏକସାଇଟମେଣ୍ଟକୁ ଫୁଲ ଫିଲ କରିବ । ଏହା ଶୁଣିବା ପରେ ନିଶ୍ଚିତ ଭାବେ ଆପଣଙ୍କ ଜୋସ୍ ବଢି ଯାଇଥିବା ବୋଲି ତାପସୀ ଲେଖିଛନ୍ତି । ଏହା ଏମିତି ଏକ ଗୀତ ଯାହା ଆପଣଙ୍କୁ ଡ୍ୟାନ୍ସ ଫ୍ଲୋରରେ ନାଚିବାକୁ ବାଧ୍ୟ କରିବ । କିଛି ଦିନ ପୂର୍ବରୁ ଏହାର ଟିଜର୍ ରିଲିଜ୍ ହୋଇଥିଲା । ଏହି ଗୀତରେ ତାପସୀଙ୍କ କୁଲ୍ ଅନ୍ଦାଜ ଦର୍ଶକଙ୍କୁ କ୍ଲିନ ବୋଲ୍ଡ କରୁଛି ।

Share