ଫିଲ୍ମ ଆଉ ପ୍ରେମିକଙ୍କୁ ନେଇ ଏମିତି ଦୁଃଖ କରନ୍ତି ତାପସୀ, କହିଲେ ସେ କିଛି ବୁଝନ୍ତି ନାହିଁ

ଫିଲ୍ମ ‘ହସିନ ଦିଲ୍‌ରୁବା’ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।ସେବେଠାରୁ, ତାପସୀ କ୍ରମାଗତ ଚର୍ଚ୍ଚାରେ ରହିଆସୁଛନ୍ତି। ତାପସୀ ତାଙ୍କ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଥିଲେ। ହେଲେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଆଲୋଚନାକୁ ଆସିଛନ୍ତି। ସେ ନିକଟରେ କହିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କ ଚଳଚ୍ଚିତ୍ରକୁ ବୁଝନ୍ତି ନାହିଁ। ଏକ ସାକ୍ଷାତକାରରେ ଅଭିନେତ୍ରୀ ତାଙ୍କ ମା ଏବଂ ପ୍ରେମିକଙ୍କ ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି।
ତାପସୀ କହିଛନ୍ତି, ‘ତାଙ୍କ ମା ଜଣେ ହୋପଲେସ ଚିୟରଲିଡର। ତାଙ୍କ ପ୍ରେମିକ ମାଥିଆସ ବୋ ତାଙ୍କ ଫିଲ୍ମ ବୁଝନ୍ତି ନାହିଁ। ସେ ମୋର ସମସ୍ତ ଚଳଚ୍ଚିତ୍ର ଦେଖିଛନ୍ତି। କିନ୍ତୁ ବଲିଉଡ ଚଳଚ୍ଚିତ୍ର ତାଙ୍କ ପାଇଁ ବହୁତ ଲମ୍ବା ଅଟେ । ସେଥିରେ ଥିବା ଭାବନାକୁ ସେ ବୁଝନ୍ତିି ନାହିଁ । ସେ ସମସ୍ତ ଚଳଚ୍ଚିତ୍ର ଦେଖିଛନ୍ତି କିନ୍ତୁ ସେଥିରେ ଲାଭ ନ ଥିବା ତାପସୀ କହିଛନ୍ତି।

Share