ତାପସୀ ଶେୟାର କଲେ ନୂଆ ଫିଲ୍ମର ଟିଜର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ମୁଭି ‘ସାବାସ ମିଠୁ’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ମୁଭିରେ ତାପସୀ ଇଣ୍ଡିଆନ କ୍ରିକେଟ ଟିମ୍‌ର ଖେଳାଳୀ ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ । ଆଉ ଏହି ଚରିତ୍ରକୁ ନେଇ ଖୁବ୍ ଖୁସି ଅଛନ୍ତି ମିତାଲି । ନିକଟରେ ତାପସୀ ତାଙ୍କର ଏହି ଫିଲ୍ମର ଏକ ଟିଜର ଶେୟାର କରିଛନ୍ତି । ସୂଚନାଯୋଗ୍ୟ, ଜୁନ ୨୦ରେ ଏହି ଫିଲ୍ମର ଟ୍ରେଲର ରିଲିଜ କରାଯିବ । ଏବେ ତାପସୀ ଯେଉଁ ଟିଜରଟି ଶେୟାର କରିଛନ୍ତି ସେଥିରେ ସେ ପଡିଆକୁ ଯିବାକୁ ପ୍ରସ୍ତୁତ ହୋଇ ରହିଥିବା ଦେଖାଯାଇଛି । ହେଲେ ଏଥିରେ ତାଙ୍କ ମୁହଁ ଦେଖାଯାଇ ନାହିଁ । ତେବେ ସାବାସ ମିଠୁରେ ମିଥାଲି ରାଜଙ୍କ ଜୀବନ ସଂଘର୍ଷର ଝଲକ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଜିତ ମୁଖାର୍ଜୀ । ଏହି ମୁଭି ୧୫ ଜୁଲାଇ ୨୦୨୨ରେ ରିଲିଜ ହେବାର ଯୋଜନା ରହିଛି ।

Share