ଓଟିଟିରେ ଧମାଲ କରିବ ତାପସୀଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ଅଭିନୟର କମାଲ ଦେଖାଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ୨୦୨୧ରେ ତାଙ୍କ ଅଭିନୀତ ୩ଟି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ସବୁ ଫ୍ଲପ ହୋଇଥିଲା । ଏବେ ତାପସୀଙ୍କ ଅଭିନୀତ ଚତୁର୍ଥ ଫିଲ୍ମ ‘ବ୍ଲର’ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇଗଲାଣି । ତାପସୀ ତାଙ୍କର ଏହି ମୁଭିକୁ ନେଇ କିଛି ଅପଡେଟ୍ସ ଦେଇଛନ୍ତି । ଏହି ମୁଭିକୁ ନେଇ ନୂଆ ଅପଡେଟ ଦେଇଛନ୍ତି ଅଭିନେତ୍ରୀ । ତାପସୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି କି ଫିଲ୍ମ ‘ବ୍ଲର’ ସିନେମା ହଲରେ ରିଲିଜ୍ ନ ହୋଇ ଡାଇରେକ୍ଟ ଓଟିଟିରେ ରିଲିଜ୍ ହେବ । ଏହାସହ ଓଟିଟି ପ୍ଲଟଫର୍ମ ଓ ଫିଲ୍ମର ରିଲିଜ ଡେଟକୁ ନେଇ ବି ଅପଡେଟ ଦେଇଛନ୍ତି ଅଭିନେତ୍ରୀ ।
ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଏହି ଫିଲ୍ମର ମୋଶନ ପୋଷ୍ଟର ରିଲିଜ୍ କରିଛନ୍ତି । ଏଥିରେ ତାପସୀଙ୍କ ଚେହେରା ଦେଖାଯାଉଥିବା ବେଳେ ତାଙ୍କର ଆଉ ଏକ ଚେହେରା ଦେଖାଯାଉଛି । ଏଥିରେ ଅଭିନେତ୍ରୀ ଡବଲ ରୋଲରେ ନଜର ଆସିପାରନ୍ତି । ଅଭିନେତ୍ରୀ କହିଛନ୍ତି, ତାଙ୍କ ଫିଲ୍ମ ‘ବ୍ଲର’ ୯ ଡିସେମ୍ବରକୁ ଓଟିଟି ପ୍ଲାଟଫର୍ମ ଜି୫ରେ ରିଲିଜ୍ ହେବାକୁ ଯାଉଛି ।
ଅଜୟ ବହଲଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ବ୍ଲର’ରେ ତାପସୀଙ୍କ ସହ ଗୁଲସନ ଦେବୈୟା ବି ରହିଛନ୍ତି । ମୁଭି ‘ବ୍ଲର’ ସ୍ପେନିସ ମୁଭି ‘ଜୁଲିୟା ଆଇଜ’ର ହିନ୍ଦୀ ରିମେକ । ତାପସୀ ଏହି ଫିଲ୍ମର ପ୍ରଯୋଜନା ବି କରୁଛନ୍ତି ।

Share