ଲୋକପ୍ରିୟ ଟିଭି ସିରିଏଲ ଲେଖକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୪।୧୨- ଲୋକପ୍ରିୟ କମେଡି ସିରିଏଲ ‘ତାରକ ମେହେତାକା ଉଲଟା ଚଷମା’ର ଅନ୍ୟତମ ଲେଖକ ଅଭିଷେକ ମକ୍ୱାନା ଗତ ନଭେମ୍ବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି। କାନ୍ଧବଲୀ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଥିଲା। ଏକ ସୁସାଇଡ୍‌ ନୋଟ ମଳିଛି। ସେଥିରେ ବ୍ୟକ୍ତିଗତ ସମସ୍ୟା ଓ ଅର୍ଥତ୍କ ଅସୁବିଧା ଏହି ଚରମ ନିଷ୍ପତ୍ତି ପଛର କାରଣ ବୋଲି ଲେଖା ଥିବା ଚାରକୋପ ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ନୂଆ ମୋଡ଼ ଆଣିଛି ଅଭିଷେକଙ୍କ ଭାଇ ଜେନିସଙ୍କ ଅଭିଯୋଗ। ଅଭିଷେକଙ୍କ ଅନଲାଇନରେ ଠକାମିର ଶିକାର ହୋଇଥିବା କହିଛନ୍ତି ଜେନିସ। କାରଣ ମୋ ଭାଇର ମୃତ୍ୟୁ ପରେ ମୋତେ ବହୁ କଲ ଆସିଥିଲା। ସେମାନେ ମୋତେ ଟଙ୍କା ଫେରସ୍ତ କରିବାକୁ କହୁଥିଲେ। ଏହାପରେ ମୁଁ ଚେକ୍‌ କରିଥଲି ଭାଇର ମେଲ। ଏଥିରୁ ଜାଣିବାକୁ ପାଇଲି ମୋ ଭାଇ ପ୍ରଥମେ ଇଜି ଲୋନ ଆପ୍ସରୁ ଟଙ୍କା ନେଇଥିଲା, ଯାହାର ଇଣ୍ଟରେଷ୍ଟ ପାଖାପାଖି ୩୦ ପ୍ରତିଶତ ଅଧିକା ଥିଲା ବୋଲି ଜେନିସ କହିଛନ୍ତି।

ଚାରକୋପ ପୋଲିସକୁ ଆର୍ଥିକ ଠକେଇର କୌଣସି ପ୍ରମାଣ ମିଳିନାହିଁ। ଯଦି କୌଣସି ପ୍ରମାଣ ମିଳେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share