ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍ ଗେମ୍ସର ୧୯ ତମ ସଂସ୍କରଣରେ ଭାରତୀୟ ଟେବୁଲ ଟେନିସ ଦଳ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ଉଭୟ ପୁରୁଷ ଓ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ନେପାଳକୁ ୩-୦ରେ ହରାଇଥିବା ବେଳେ ମହିଳା ଦଳ ତାଜିକସ୍ତାନକୁ ସମାନ ବ୍ୟବଧାନରେ ପରାସ୍ତ କରିଥିଲା। ଭାରତୀୟ ମହିଳା ଦୁଇ ମ୍ୟାଚ୍ରେ ଦୁଇଟି ବିଜୟ ସହିତ ଗ୍ରୁପ୍ ଶୀର୍ଷରେ ରହିଥିଲା। ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ଦଳ ଥାଇଲାଣ୍ଡକୁ ଭେଟିବ। ସମାନ ଭାବରେ ଗ୍ରୁପ୍ ଏଫ୍ରେ ସ୍ଥାନ ପାଇଥିବା ପୁରୁଷ ଦଳ ମଧ୍ୟ ଏହାର ଉଭୟ ମ୍ୟାଚ୍ ଜିତି ଗ୍ରୁପ୍ ଶୀର୍ଷରେ ରହିଥିଲା। ପୂର୍ବରୁ ଭାରତ ମହିଳା ଦଳ ଶୁକ୍ରବାର ସିଙ୍ଗାପୁରକୁ ହରାଇଥିଲା। ନେପାଳ ବିପକ୍ଷ ମ୍ୟାଚ୍ ପାଇଁ ଭାରତ ମନିକା ବାତ୍ରା ଓ ଶ୍ରୀଜା ଆକୁଳାଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। ଦିୟା ଚେତାଲେ ୧୧-୧, ୧୧-୬ ଓ ୧୧-୮ରେ ସିକ୍କା ଶ୍ରେଷ୍ଠଙ୍କୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆହିକା ମୁଖାର୍ଜୀ ୧୧-୩, ୧୧-୭ ଓ ୧୧-୨ରେ ନବିତା ଶ୍ରେଷ୍ଠଙ୍କୁ ହରାଇଥିଲେ। ତୃତୀୟ ମ୍ୟାଚରେ ସୁତୀର୍ଥା ମୁଖାର୍ଜୀ ୧୧-୧, ୧୧-୫ ଓ ୧୧-୨ରେ ଏଭାନା ଥାପାଙ୍କୁ ପରାସ୍ତ କରି ଭାରତକୁ ପ୍ରି କ୍ୱାର୍ଟରରେ ପହଞ୍ଚାଇଥିଲେ।