ଏମ୍‌ ଜଗନ୍ନାଥ-ତବଲେଶ ପାଣ୍ଡେ ହେଲେ ଏଲ୍‌ଆଇସିର ନୂଆ ଏମ୍‌ଡି

ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ମଙ୍ଗଳବାର କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତବଲେଶ ପାଣ୍ଡେ ଏବଂ ଏମ୍‌ ଜଗନ୍ନାଥଙ୍କୁ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ପଦୋନ୍ନତି ଦେଇଛି। ଉଭୟଙ୍କ ନିଯୁକ୍ତି ଏପ୍ରିଲ ୧, ୨୦୨୩ଠାରୁ କାର୍ଯ୍ୟକାରୀ ହେବ। ପାଣ୍ଡେ ପରିଚାଳନା ନିର୍ଦ୍ଦେଶକ ବି ସି ପଟ୍ଟନାୟକଙ୍କ ସ୍ଥାନ ନେବେ। ତେବେ ଏଲ୍‌ଆଇସିରେ ବର୍ତ୍ତମାନ ୪ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।
ଏମ୍‌ ଜଗନ୍ନାଥ ୧୯୮୮ ରେ ଡିଆର୍‌ଓ ଭାବରେ ଏଲ୍‌ଆଇସିରେ ଯୋଗ ଦେଇଥିଲେ।  ତାଙ୍କର ଏକ ଦୀର୍ଘ ମାର୍କେଟିଂ ଅଭିଜ୍ଞତା ଅଛ।  ସେ ଜଣେ ବାଣିଜ୍ୟ ସ୍ନାତକ ଏବଂ ସିଏ ଇଣ୍ଟର। ସେ ମାର୍କେଟିଂରେ ପିଜି ଡିପ୍ଲୋମା ମଧ୍ୟ କରିଛନ୍ତି। ସେ ଏର୍ନାକୁଲମ, ଧରୱାଡ୍‌ ଏବଂ ବାଙ୍ଗାଲୋର ଡିଭିଜନ୍‌ର ସିନିୟର ଡିଭିଜନାଲ୍‌ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି।

 

Share