Categories: ଜାତୀୟ

ତବରେଜ ଅନସାରି ହତ୍ୟା ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ

ରାଞ୍ଚି,୬।୭: ଝାଡ଼ଖଣ୍ଡରେ ୨୦୧୯ ଜୁନରେ ତବରେଜ ଅନସାରୀଙ୍କୁ କେତେଜଣ ଯୁବକ ପିଟି ପିଟି ହତ୍ୟା କରିବା ଘଟଣାରେ ଝାଡ଼ଖଣ୍ଡ ସେରାଇକେଲା ଖରସ୍ବାନ ଜିଲାର ଏକ କୋର୍ଟ ବୁଧବାର ୧୦ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜୁନ୍‌ ୨୭ରେ ଆଡିଶନାଲ ଡିଷ୍ଟ୍ରିକ୍ଟ ଜଜ୍‌-୧ ଅମିତ ଶେଖର ମାମଲାର ଶୁଣାଣି କରି ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରମାଣ ଅଭାବରୁ ୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମୋଟର ସାଇକେଲ ଚୋରି ସନ୍ଦେହରେ କେତେଜଣ ଯୁବକ ତବରେଜଙ୍କୁ ମାଡ଼ ମାରିବା ଦ୍ୱାରା ତାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ନେଇ ଜାରି ହୋଇଥିବା ଏକ ଭିଡିଓ ଅନୁସାରେ ତବରେଜଙ୍କୁ ଜୟ ଶ୍ରୀ ରାମ, ଜୟ ହନୁମାନ ଜୋର ଜବରଦସ୍ତ କୁହାଉଥିବା ଦେଖିବାକୁ ମିଳିଥିଲା। ତବରେଜ ସୁରତରେ ରହି କାମ କରୁଥିବାବେଳେ ଇଦ୍‌ ପାଳିବାକୁ ଗାଁ ଧାତକିଡିହ ଆସିଥିଲେ।

Share