ପୁଣିଥରେ କଡା ପୋଲିସ ଅଫିସର ଭୂମିକାରେ ନଜର ଆସିବେ ତବୁ

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ରହିଥିଲେ ବି ନିଜ ଅଭିନୟ ବଳରେ ସେ ଦର୍ଶକଙ୍କ ଖୁବ୍ ନିକଟରେ ଥାଆନ୍ତି । ଅଜୟ ଦେବଗନ ଓ ତବୁଙ୍କ ଯୋଡିକୁ ଦର୍ଶକେ ପରଦାରେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି । କାରଣ ଅଜୟଙ୍କ କଥା କୁହା ଆଖି ସାଙ୍ଗକୁ ତବୁଙ୍କର ଦମଦାର ଅଭିନୟ ଉଭୟଙ୍କ କେମେଷ୍ଟ୍ରି ବଡ ପରଦାରେ ବେଶ୍ ଜମିଥାଏ । ‘ଦେ ଦେ ପ୍ୟାର ଦେ’ ହେଉ ଅବା ‘ଦୃଶ୍ୟମ’ । ଏବେ ପୁଣିଥରେ ଜଣେ କଡା ପୋଲିସ ଅଫିସର ଭୂମିକାରେ ନଜର ଆସିବେ ତବୁ । ହଁ ଦୃଶ୍ୟମର ସିକ୍ୟୁଏଲ ‘ଦୃଶ୍ୟମ ୨’ରେ ପୁଣିଥରେ ଅଜୟ ଦେବଗନ ଓ ତବୁ ଦର୍ଶକଙ୍କୁ ମନୋରଞ୍ଜନ ଦେବେ । ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହାର ଶୁଟିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ଏଥିରେ ତବୁ ଓ ଅଜୟଙ୍କ ବ୍ୟତୀତ ଶ୍ରେୟା ଶରନ, ଇସିତା ଦତ୍ତା ନଜର ଆସିବେ । ଏହା ବ୍ୟତୀତ ତବୁଙ୍କ ହାତରେ ଏବେ ଆହୁରି କିଛି ଅଫର ବି ରହିଛି ।

Share