ଟାଏକୋଣ୍ଡୋରେ ୧୮ ସ୍ବର୍ଣ୍ଣ, ୭ ରୌପ୍ୟ, ୫ ବ୍ରୋଞ୍ଜ ପଦକ ହାସଲ

ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଟାଏକୋଣ୍ଡୋ କ୍ରୀଡାବିତ୍‌ମାନେ ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ଛତ୍ରପୁରସ୍ଥିତ କେଏମ୍‌ପି ସ୍ପୋଟର୍‌ସ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ତଥା ୫ମ ଡାନ୍‌ ବ୍ଲାକ ବେଲ୍ଟଧାରୀ ଆନ୍ତର୍ଜାତିକ କୋଚ ତଥା ରେଫରୀ କେ. ମନୋଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଯୋଗୁ ଏକାଡେମୀର ୩୦ ଛାତ୍ରୀଛାତ୍ର ଥାଇଲାଣ୍ଡରେ ଆୟୋଜିତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଆଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରି ୧୮ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗଞ୍ଜାମ ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ଆଭାସୀ ପ୍ରତିଯୋଗିତା ନିମନ୍ତେ ସମସ୍ତ ବୈଷୟିକ ଜ୍ଞାନକୌଶଳର ବନ୍ଦୋବସ୍ତ କରାଯାଇଥିଲା। ଡାକ ଯୋଗେ ପଦକଗୁଡ଼ିକ ପହଞ୍ଚତ୍ବା ପରେ ଶନିବାର ସନ୍ଧ୍ୟାରେ ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ତାହା ବଣ୍ଟନ କରାଯାଇଥିଲା। ଗଞ୍ଜାମ ଜିଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପଦକ ବଣ୍ଟନ କରିଥିଲେ। ଏନ୍‌ଆଇଏସ୍‌ ତାଲିମପ୍ରାପ୍ତ ଜାତୀୟ ସ୍ତରର କୋଚ ଇ. ଲଳିତ କୁମାର ଓ ସି. ଏଚ. ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ କ୍ରୀଡ଼ାବିତ୍‌ ରୁଦ୍ର ନାରାୟଣ ବେହେରା, ପୀୟୂଷ ପ୍ରସାଦ ଷଡ଼ଙ୍ଗୀ, ମିଲୁ ମହାପାତ୍ର ଓ ପି. ଅଭିମନ୍ୟୁ ରେଡ୍ଡୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୋଦୟ ପରୀକ୍ଷାରେ ବିଶ୍ୱଜିତ ଗଞ୍ଜାମ ଜିଲା ଟପ୍ପର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଚଳିତ ବର୍ଷ ୨୦୨୪/୨୫ ନବୋଦୟ ପରୀକ୍ଷାରେ ଜିଲା ଟପ୍ପର ହୋଇଛନ୍ତି ବିଶ୍ୱଜିତ ଦାସ୍‌। ଗଞ୍ଜାମ ବ୍ଲକ ଅନ୍ତର୍ଗତ କଳାଯମୁନା ପ୍ରାଥମିକ ବିଦ୍ୟାଳୟ ପଞ୍ଚମ...

ମନ୍ଦିରରୁ ଠେକିନେଲେ ମା’ କନକଦୁର୍ଗାଙ୍କ ମୂର୍ତ୍ତି

କବିସୂର୍ଯ୍ୟନଗର,୧୬ା୧୨(କୃପାସିନ୍ଧୁ ସ୍ବାଇଁ): ଚୋରଙ୍କ ଟାର୍ଗେଟରେ ଗଞ୍ଜାମ ଜିଲାର ଦେବାଦେବୀ ମନ୍ଦିର। ବିଭିନ୍ନ ମନ୍ଦିରରୁ ଦେବାଦେବୀଙ୍କ ସୁନାରୁପା ଅଳଙ୍କାର ଚୋରି ଘଟଣା ଘଟୁଥିଲା। ଏବେ ମନ୍ଦିରରୁ ଦେବାଦେବୀଙ୍କ...

କୋହଲି-ପନ୍ତଙ୍କୁ ଫ୍ଲପ୍‌ ହେବା ଦେଖି ବ୍ୟାଟ୍‌ ଉଠାଇଲେ ଗୌତମ ଗମ୍ଭୀର: ଦେଖନ୍ତୁ ଭିଡିଓ

ବ୍ରିସ୍‌ବେନ୍‌,୧୬।୧୨: ଗାବା ଟେଷ୍ଟରେ ଟିମ ଇଣ୍ଡିଆର ଅବସ୍ଥା ଖରାପ ଦେଖାଯାଉଛି। ମ୍ୟାଚ୍‌ର ତିନି ଦିନ ଶେଷ ହୋଇଛି ଏବଂ ଟିମ ଇଣ୍ଡିଆ ପଛରେ ପଡିଥିବା ଜଣାପଡିଛି।...

ଋଣ ନାଁରେ ମହିଳାଙ୍କୁ ଚାଲିଛି ଶୋଷଣ: କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦେଲେ ସରପଞ୍ଚ

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଘରୋଇ ଫାଇନାନ୍ସ ସଂସ୍ଥା କୌଣସି ସରକାରୀ ସ୍ବୀକୃତି...

ଏମିତି କ’ଣ କଲେ ଆକାଶଦୀପ ଯେ ରାଗରେ ନାଲି ପଡିଗଲେ ଋଷଭ ପନ୍ତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏହାର ପ୍ଲେଇଙ୍ଗ-୧୧ରେ ଦୁଇଟି ପରିବର୍ତ୍ତନ କରିଥିଲା। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ...

ଅଷ୍ଟ୍ରେଲିଆରେ କମାଲ କଲେ ବୁମ୍‌ରା: ହାସଲ କଲେ ବଡ ରେକର୍ଡ

ବ୍ରିସବେନ,୧୬।୧୨: ବ୍ରିସବେନର ଗାବା କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ...

୧୪୭ ବର୍ଷର କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମତି: ବିଶ୍ୱର ପ୍ରଥମ ଖେଳାଳି ଭାବେ..

ନୂଆଦିଲ୍ଳୀ,୧୬।୧୨: ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି, ଯାହାର ତୃତୀୟ ଟେଷ୍ଟ ମ୍ୟାଚ ସେଡନ ପାର୍କରେ ଖେଳାଯାଉଛି।...

ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ: ହେଡ୍‌, ସ୍ମିଥଙ୍କ ଶତକରେ ଅଷ୍ଟ୍ରେଲିଆ ଦୃଢ଼

ବ୍ରିସବେନ୍‌,୧୫ା୧୨: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଦୃଢ଼ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଟ୍ରାଭିସ୍‌ ହେଡ୍‌ ଓ ଷ୍ଟିଭେନ୍‌ ସ୍ମିଥଙ୍କ ଶତକ ବଳରେ ଘରୋଇ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri