Tag Archives: Cyclone ‘Dana’

ବାତ୍ୟା କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ ପ୍ରାଥମିକ ଆକଳନ ଅନୁସାରେ ହୋଇଛି…

ଭୁବନେଶ୍ୱର,୪ା୧୧: ବାତ୍ୟା ଦାନା ରାଜ୍ୟର କିଛି ଜିଲାରେ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୋମବାର ସୂଚନା ଦେଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬ଶହ କୋଟି ହୋଇଥିବା ସେ ସୂଚନା...

ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ; ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ...

ବାତ୍ୟା ପରେ ପବନ ସାଙ୍ଗକୁ ଲାଗି ରହିଛି ବର୍ଷା, ଆକଳନ ଠାରୁ…

ଭଦ୍ରକ,୨୫ା୧୦(ସନାତନ ରାଉତ): ପାଣିପାଗ ବିଭାଗ ସୂଚନା ମୁତାବକ ୨୪ ତାରିଖ ରାତିରେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। କିନ୍ତୁ ଯେଉଁ ଆକଳନ କରାଯାଇଥିଲା ତା’ଠାରୁ କମ୍‌ ବର୍ଷା ପବନ ହୋଇଛି। ସେତେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ। ରାତି...

ବାତ୍ୟା ‘ଦାନା’ରେ ଜନ୍ମହେଲେ ୧୬୦୦ ଶିଶୁ

ଭୁବନେଶ୍ୱର,୨୫ା୧୦: ବାତ୍ୟା ‘ଦାନା’ ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳ ଛୁଇଁଛି। ଧୀରେ ଧୀରେ ଏହା ଦୁର୍ବଳ ହେବାରେ ଲାଗିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ହଜାର ହଜାର ଲୋକଙ୍କୁ ସୁରକ୍ଷା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।...

ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ଭୁବନେଶ୍ୱର,୨୫ା୧୦: ଶୁକ୍ରବାର ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବାତ୍ୟା ‘ଦାନା’ର ପରବର୍ତ୍ତୀ ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି...

ବାତ୍ୟା ପରେ ମାଡ଼ି ଆସିଲା ସମୁଦ୍ର ଜୁଆର: ବୁଡ଼ିଗଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ

ରାଜନଗର,,୨୫ା୧୦: ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କେନ୍ଦ୍ରାପଡ଼ା ସାତଭାୟା ଅଂଚଳରେ ମାଡି ଆସିଛି ସୁଉଚ୍ଚ ସମୁଦ୍ର ଜୁଆର। ଫଳରେ ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆରେ ପାଣି ପଶିଯାଇଛି। ସୁମଦ୍ରର ଜୁଆର ମାଡି ଆସିବାରୁ ପାଣି ଘେରରେ ୫୭୧ ପରିବାର...

ବାତ୍ୟା ଆସିବା ପରେ…

ଭୁବନେଶ୍ୱର,୨୫ା୧୦:  ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପେଣ୍ଠ ଅଞ୍ଚଳ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଗଛ ଭାଙ୍ଗିବା ସହ ଉଚ୍ଚ ଜୁଆର ମାଡ଼ି ଆସିଥିଲା। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦...

ଓଡ଼ିଶା ସରକାରଙ୍କ ବାତ୍ୟା ପ୍ରସ୍ତୁତିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର,୨୪।୧୦: ବାତ୍ୟା ଦାନା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ମାଡ଼ ହେବାକୁ ଥିବା ବାତ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଯେଉଁଠି ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ...

ବାତ୍ୟା ଲ୍ୟାଣ୍ଡଫଲ୍‌ ବେଳେ ୧ରୁ ୨ ମିଟର ପର୍ଯ୍ୟନ୍ତ ଆସିପାରେ ଜୁଆର, ୩ ଜିଲାକୁ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୪।୧୦: ଭୀଷଣ ବାତ୍ୟା ରୂପ ଧାରଣ କରି ‘ଦାନା’ ଉପକୂଳ ଆଡେ ମାଡି ଆସୁଥବା ବେଳେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସବିଶେଷ ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ୨୪ ରାତିରୁ ୨୫ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍‌...

ସ୍ଥଳଭାଗ ଛୁଇଁବା ପରେ ବଦଳିବ ବାତ୍ୟା ‘ଦାନା’ର ଦିଗ; ଏସବୁ ଜିଲା ହେବେ ଅଧିକ ପ୍ରଭାବିତ

ଭୁବନେଶ୍ୱର,୨୪।୧୦: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’ ଭୀଷଣ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ଗତ ୬ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି।...

ଚଢ଼ା ଦରରେ ସାମଗ୍ରୀ ବିକୁଥିଲେ ହେବ କାର୍ଯ୍ୟାନୁଷ୍ଠାନ: ଜାରି ହେଲା ଟେଲିଫୋନ ନମ୍ବର

ଭୁବନେଶ୍ୱର,୨୩ା୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଜାରରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ଥିବା ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି...

ବାତ୍ୟା ପ୍ରଭାବିତ ଜିଲା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର, ସହାୟତା ପାଇଁ କରନ୍ତୁ କଲ୍

ଭୁବନେଶ୍ୱର,୨୩।୧୦: ବାତ୍ୟା ‘ଦାନା’ର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଇଲରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ସନ୍ଧ୍ୟା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image