Tag Archives: Home Middle

ହ୍ବାଇଟ ହାଉସରେ ମୋଦିଙ୍କ ପାଇଁ ଶାକାହାରୀ ଭୋଜନ: ରହିଛି ବାଜରା କେକ, ଛତୁ…

ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ଦିଆଯିବାକୁ ଥିବା ରାତ୍ର ଭୋଜନର ମେନୁ ମିଡିଆରେ ପ୍ରକାଶ ପାଇଛି। ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ପିଏମ ମୋଦିଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଭୋଜନ ବିଷୟରେ...

ମ୍ୟାନମାରରେ ୩ ଥର ଭୂକମ୍ପ…

ନାପିଦ୍ୱ,୨୨।୬ : ମ୍ୟାନମାରରେ କ୍ରମାଗତ ତୃତୀୟ ଥର ପାଇଁ ବିଳମ୍ବିତ ରାତିରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭାରତୀୟ ସମୟ ରାତ୍ର ୨ଟା ୫୩ରେ କମ୍ପନ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର...

ରେଷ୍ଟୁରାଣ୍ଟରେ ଗ୍ୟାସ ବିସ୍ଫୋରଣ: ୩୧ ମୃତ, ୭ ଆହତ…

ବେଜିଂ,୨୨।୬ : ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗକ୍ସିଆ ଅଞ୍ଚଳର ବାରବେକ୍ୟୁ ରେଷ୍ଟୁରାଣ୍ଟରେ ବୁଧବାର ରାତିରେ ଗ୍ୟାସ ବିସ୍ଫୋରଣରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ରାଷ୍ଟ୍ରପତି ଶି ଜିନପିଙ୍ଗ କଡା ସୁରକ୍ଷା...

ପଞ୍ଜାବ ଘିଅ, ମହାରାଷ୍ଟ୍ର ଗୁଡ଼, ଗୁଜରାଟ ଲୁଣ: ବାଇଡେନଙ୍କୁ ଉପହାର ଦେଲେ ମୋଦି…

ଓ୍ବାଶିଂଟନ,୨୨।୬ : ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କ ସହ ବିଶେଷ ଉପହାର ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ୭.୫...

ଯଶୋଦାଙ୍କ ହ୍ୟାଟ୍ରିକ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୨୨।୬,(ତପନ ସ୍ବାଇଁ): ପଞ୍ଜାବର ଅମୃତସରରେ ଚାଲିଥିବା ହିରୋ ଜାତୀୟ ସିନିୟର ମହିଳା ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ରାଉଣ୍ଡର ବୁଧବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୪-୦ ଗୋଲରେ କର୍ନାଟକକୁ ହରାଇ ଦେଇଛି। ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ...

ବେଙ୍ଗାଲୁରୁରେ ବିଦାୟୀ ମ୍ୟାଚ ଚାହାନ୍ତି ବୋପାନ୍ନା

ନୂଆଦିଲ୍ଲୀ, ୨୨।୬ (ପି.ଟି.): ଭାରତର ଶୀର୍ଷସ୍ଥାନୀୟ ଡବଲ୍ସ ଟେନିସ ତାରକା ରୋହନ ବୋପାନ୍ନା ଆସନ୍ତା ସେପ୍ଟେମ୍ବରରେ ଡେଭିସ୍‌ କପ୍‌ କ୍ୟାରିୟର ଶେଷ କରିବେ। ମରକ୍କୋ ବିପକ୍ଷରେ ସେ ବିଦାୟକାଳୀନ ମ୍ୟାଚ ଖେଳିବେ ବୋଲି ବୁଧବାର ସୂଚନା ଦେଇଛନ୍ତି। ତେବେ ବେଙ୍ଗାଲୁରୁଠାରେ...

ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ

ମଙ୍ଗ କକ୍‌ (ହଂକଂ), ୨୨ା୬(ପି.ଟି.): ହଂକଂରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଇମର୍ଜିଂ ଏସିଆ କପ୍‌ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ବୁଧବାର ଖେଳା ଯାଇଥିବା ଟାଇଟଲ୍‌ ମୁକାବିଲାରେ ଦଳ ବାଂଲାଦେଶକୁ ୩୧ ରନ୍‌ରେ ପରାସ୍ତ କରିଛି। ଭାରତୀୟ...

କୁଏତ୍‌ ଜିତିଲା ଉଦ୍‌ଘାଟନୀ ମ୍ୟାଚ

ବେଙ୍ଗାଲୁରୁ, ୨୨।୬ (ପି.ଟି.): ସାଫ୍‌ (ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ) ଚାମ୍ପିୟନଶିପ୍‌ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ ଜିତିଛି କୁଏତ। ଏହି ଦଳ ୩-୧ ଗୋଲରେ ନେପାଳକୁ ପରାସ୍ତ କରିଛି। ଆମନ୍ତ୍ରଣୀୟ ଦଳ ଭାବେ ପ୍ରଥମଥରପାଇଁ...

ଛେତ୍ରୀଙ୍କ ହ୍ୟାଟ୍ରିକ: ପାକିସ୍ତାନକୁ ହରାଇଲା ଭାରତ

ବେଙ୍ଗାଲୁରୁ, ୨୨।୬: ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ ଏହାର ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ ଅଭିଯାନ ଆରମ୍ଭ କରିଛି। ଘଟଣା ବହୁଳ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୦ ଗୋଲରେ...

ଦଳିତ ଯୁବତୀଙ୍କୁ ପୋଲିସର ଗଣବଳାତ୍କାର ପରେ ହତ୍ୟା

ଜୟପୁର, ୨୨ା୬ : ରାଜସ୍ଥାନର ବିକାନେର ଜିଲାରେ ଜଣେ ୨୦ ବର୍ଷୀୟା ଦଳିତ ଛାତ୍ରୀ କୋଚିଂ କ୍ଲାସ୍‌ ଯାଉଥିବାବେଳେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ୨ ଜଣ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭୂମିକା ରହିଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି।...

ପ୍ରଶ୍ୱାସରେ ମାଇକ୍ରୋପ୍ଲାଷ୍ଟିକ୍‌

ଓ୍ବାଶିଂଟନ୍‌,୨୨।୬,ଜ୍ୟୋର୍ତିମୟୀ ସେଠୀ: ଦୈନନ୍ଦିନ ଜୀବନରେ ପ୍ଳାଷ୍ଟିକ୍‌ର ବ୍ୟବହାର ବଢ଼ିଚାଲିଛି। ଫଳରେ ପୁନଃଚକ୍ରଣ ହୋଇପାରୁ ନ ଥିବା ପ୍ଲାଷ୍ଟିକ୍‌ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମା ହୋଇ ମାଇକ୍ରୋ ବା ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ରେ ପରିଣତ ହେଉଛି। ଏହି ଅତି...

ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୋଦି

ପଣଜୀ, ୨୨ା୬(ପି.ଟି.): ୨୦୨୪ ପୂର୍ବରୁ ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ବୁଧବାର ଗୋଆରେ ଜି୨୦ ପର୍ଯ୍ୟଟନ ମନ୍ତ୍ରୀସ୍ତରୀୟ ବୈଠକର ଉଦ୍‌ଘାଟନ ଅଧିବେଶନରେ ମୋଦିଙ୍କ ରେକର୍ଡ ହୋଇଥିବା ବାର୍ତ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri