Tag Archives: Home Middle

ପାକ୍‌ ଅଧିକୃତ କଶ୍ମୀରରେ ଆଇଏସ୍‌ଆଇର ଷଡ଼ଯନ୍ତ୍ର, ଏକାଧିକ ଆତଙ୍କବାଦୀ ଶିବିର ସକ୍ରିୟ…

ଶ୍ରୀନଗର, ୨୬।୭ : ବାଲାକୋଟରେ କଡ଼ା ଜବାବ ପାଇବା ପରେ ମଧ୍ୟ ପାକିସ୍ତାନ ଏହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରି ନାହିଁ। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ ଆଇ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟ ପୂର୍ବଭଳି ଜାରି ରଖିଛି। ସିଏନଏନ...

କାରଗିଲ୍‌ ଦିବସରେ ବଡ଼ ନିଷ୍ପତ୍ତି, ସେନା ପାଇଁ କିଣାଯିବ ୨୮,୭୩୨ କୋଟିର ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ, ୨୬।୭ : କାରଗିଲ୍‌ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଦିଗରେ ପଦକ୍ଷେପ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଙ୍ଗଳବାର ୨୮,୭୩୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ...

ବିକଶିତ କରାଯିବ ମଙ୍କିପକ୍ସ ଟିକା, କହିଲେ ପୁନାଓ୍ବାଲା…

ନୂଆଦିଲ୍ଲୀ, ୨୬।୭ : ଭ୍ୟାକ୍ସିନ ନିର୍ମାତା ଆଦର ପୁନାୱାଲା କହିଛନ୍ତି ଯେ ଦେଶରେ ଚାରିଟି ମଙ୍କିପକ୍ସର ମାମଲା ଚିହ୍ନଟ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ବହୁ ପରିମାଣରେ ଟିକା ଆମଦାନୀ ହେବାର ସମ୍ଭାବନା ନେଇ ସେ ଅନୁସନ୍ଧାନ କରୁଛନ୍ତି। ସେ ଏହା...

ଭାଜପା-ଏନଡିପିପି ନିର୍ବାଚନ ଭାଗବଣ୍ଟା, ୨୦-୪୦ ଆସନରେ ଛିଣ୍ଡିଲା ଅଙ୍କକଷା…

ନୂଆଦିଲ୍ଲୀ, ୨୬।୭ : ନାଗାଲାଣ୍ଡରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ୍‌ ପାର୍ଟି (ଏନଡିପିପି) ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ହୋଇଛି॥ ନାଗାଲାଣ୍ଡ ବିଧାନସଭାର ୬୦ ଆସନ ମଧ୍ୟରେ...

ମଙ୍କିପକ୍ସ ଆଲର୍ଟ, କଣ୍ଟାକ୍ଟ ଟ୍ରେସିଂ ସହିତ ୨୧ ଦିନିଆ ଆଇସୋଲେଶନ…

ନୂଆଦିଲ୍ଲୀ, ୨୬।୭ : ଦେଶରେ ମଙ୍କିପକ୍ସର ସଂକ୍ରମଣ ଗତି ମନ୍ଥ ରହିଛି। କିନ୍ତୁ ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହାର ସଂକ୍ରମଣ କିପରି ହେବ ଏବଂ ଏହା କରୋନା ପରି ବିସ୍ତାର...

ବଂଶବାଦ ରାଜନୀତି ନେଇ କୁମାରସ୍ବାମୀଙ୍କ ଘୋଷଣା, ମୋ ପୁଅ ଲଢ଼ିବନି ବିଧାନସଭା ନିର୍ବାଚନ…

ବେଙ୍ଗାଲୁରୁ, ୨୬।୭ : ଆସନ୍ତା ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସେଠାରେ ଥିବା ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିକୁ ଆଗେଇ ନେବା ଆରମ୍ଭ କରିଛନ୍ତି। ଏହି ସମୟରେ ଜନତା ଦଳ (ଧର୍ମନିରପେକ୍ଷ) ନେତା ତଥା...

ଉଦ୍ଧବ ସରକାରଙ୍କ ୪୦୦ ସରକାରୀ ନିର୍ଦ୍ଦେଶର ହେବ ସମୀକ୍ଷା, କହିଲେ ଫଡ଼ନଭିସ…

ମୁମ୍ବାଇ, ୨୬।୭ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର କହିଛନ୍ତି ଯେ କାର୍ଯ୍ୟକାଳର ଶେଷ ଦିନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ୪୦୦ଟି ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ବଜେଟର ଆବଣ୍ଟନର ପାଞ୍ଚ ଗୁଣ ବଣ୍ଟନ କରିଛନ୍ତି।...

ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ: ମା’ ପେଟ ଛୁଆ ଉପରେ ଏବେ ୨୨ ହଜାର ଟଙ୍କାର ଋଣ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଋଣଭାରକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏବେ ଋଣଭାର ୧ ଲକ୍ଷ ୨୭ ହଜାର କୋଟି ଟଙ୍କା ଟପିଲାଣି। ମା’ ପେଟର ଛୁଆ ଉପରେ ମୁଣ୍ଡପିଛା ଋଣ ୨୨ହଜାର ଟଙ୍କା ହେଲାଣି। ରାଜ୍ୟର ବିକାଶ ନାମରେ...

ଗୁଜରାଟରେ ମଦ ବିକ୍ରି ଉପରେ ଲଗାମ, ତେବେ ବି ୧୫ ବର୍ଷରେ ୮୪୫ରୁ ଅଧିକ ମଦମୃତ୍ୟୁ, ଏଏପିର କଟାକ୍ଷ…

ଅହମଦାବାଦ, ୨୬।୭ : ଗୁଜରାଟର ବୋଟାଦ ଜିଲାର ରୋଜିଦ ଗ୍ରାମରେ ଯେଉଁଠାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ବର୍ଷ ଶେଷରେ ହେବାକୁ...

ପୃଥିବୀ ମୁହାଁ ଚାଇନା ରକେଟ ଭଗ୍ନାବଶେଷ, କେଉଁଠି ପଡ଼ିବ ସେନେଇ ଆତଙ୍କ…

ବେଜିଂ, ୨୬।୭ : ମହାକାଶରେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଚାଇନା ନିକଟରେ ଲ୍ୟାବ ମଡ୍ୟୁଲ ଓ୍ବେଣ୍ଟିଆନ ଲଞ୍ଚ କରିଛି। ଲଙ୍ଗ ମାର୍ଚ୍ଚ ୫ ବି ରକେଟ ମାଧ୍ୟମରେ ଏହାକୁ ଚାଇନା ଏହାକୁ ଲଞ୍ଚ କରିଥିଲା।...

ଆମେରିକାରେ ୧.୪ କୋଟିରୁ ଅଧିକ ଶିଶୁ କରୋନା ଆକ୍ରାନ୍ତ…

ଓ୍ବାଶିଂଟନ, ୨୬।୭ : ମହାମାରୀ ଆରମ୍ଭରୁ, ଆମେରିକାର ୧.୪ କୋଟିରୁ ଅଧିକ ଶିଶୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକୀୟ ଏକାଡେମୀ ଅଫ ପେଡିଆଟ୍ରିକ୍ସ (ଏଏପି) ଏବଂ ଶିଶୁ ହସ୍ପିଟାଲ ଆସୋସିଏଶନ ଦ୍ୱାରା ପ୍ରକାଶିତ ହୋଇଥିବା ସଦ୍ୟତମ ରିପୋର୍ଟରେ ଏହି...

୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ବିରୋଧ…

ନାପିଦ୍ୱ, ୨୬।୭ : ମ୍ୟାନ୍‌ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫାଶୀ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri