Tag Archives: Home Middle

୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ବିରୋଧ…

ନାପିଦ୍ୱ, ୨୬।୭ : ମ୍ୟାନ୍‌ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫାଶୀ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ...

ନିର୍ବାଚନରେ ମାଗଣା ଉପହାର ଦେବା ମାମଲା, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୬।୭ : ର୍ନିବାଚନ ସମୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ଉପହାର ପ୍ରଦାନ ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇ କହିଛନ୍ତି ଯେ କାହିଁକି ସରକାର ଏହି ପ୍ରସଙ୍ଗରେ...

ରାଜ୍ୟ ସଭାରେ ବିପକ୍ଷ ଦଳଙ୍କ ୧୯ ଏମ୍‌ପି ନିଲମ୍ବିତ…

ନୂଆଦିଲ୍ଲୀ, ୨୬।୭ : ସଂସଦର ମୌସୁମୀ ଅଧିବେଶନରେ ମଙ୍ଗଳବାର ପୁଣି ୧୯ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଓ୍ବେଲରେ ପ୍ରବେଶ କରିବା ଏବଂ ସ୍ଲୋଗାନ ଦେବା କାରଣରୁ ନିଲମ୍ବିତ କରାଯାଇଛି। ୧୯ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ସପ୍ତାହର ଅବଶିଷ୍ଟ...

ଦେଶରେ ଚାଲିଛି ମୋଦି-ପୋଲିସଙ୍କ ରାଜୁତି…

ନୂଆଦିଲ୍ଲୀ, ୨୬।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସରକାରଙ୍କ ବିଭିନ୍ନ ନିୀତିର ବିରୋଧ କରି ଏକ ପ୍ରତିବାଦ ଆନ୍ଦୋଳନର ନେତୃତ୍ୱ ନେଇ ରାସ୍ତାରେ ଧାରଣା ଦେଇ ଥିଲେ। ସେ ମୂଲ୍ୟ ବୃଦ୍ଧି, ଜିଏସଟି ଏବଂ କେନ୍ଦ୍ରୀୟ ଏଜେନ୍ସିର...

ଆଶିଷଙ୍କ ଜାମିନ୍‌ ଆବେଦନ ଖାରଜ କଲେ ହାଇକୋର୍ଟ…

ଆହ୍ଲାବାଦ,୨୬।୭ : ଲଖିମପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଚଳିତ ବର୍ଷ ଫେବୃଆରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ଜାମିନକୁ ଖାରଜ...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୨୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଦ୍ୱିତୀୟଥର ପାଇଁ ଇଡିରେ ହାଜର ହେଲେ ସୋନିଆ

ନୂଆଦିଲ୍ଲୀ,୨୬।୭: ନ୍ୟାଶନାଲ୍‌ ହେରାଲଡ୍‌ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି। ଏପଟେ ଏହାକୁ ବିରୋଧ...

ପ୍ରଥମ ଟୁଇଟରେ ଦେଶର ବୀର ଯବାନଙ୍କୁ ସଲାମ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସମ୍ବଧାନିକ ପଦ ସମ୍ଭାଳିବା ପରେ ପ୍ରଥମ ଟୁଇଟ କାରଗିଲ ଯୁଦ୍ଧର ବୀର ସୁପୁତ୍ରଙ୍କ ନାମରେ କରିଛନ୍ତି । ଦେଶ ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳନ କରିଥାଏ ।...

କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୨ ବର୍ଷ

ନୂଆଦିଲ୍ଲୀ,୨୬ ।୭: ଦେଶ ମଙ୍ଗଳବାର ପାଳନ କରୁଛି କାରଗିଲ ବିଜୟ ଦିବସ । ୨୨ ବର୍ଷ ପୂର୍ବେ ଠିକ ଆଜିିର ଦିନରେ ଭାରତ ପାକିସ୍ତାନ ସେନାକୁ କଡା ଜବାବ ଦେଇଥିଲା । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତି ୱାର ମେମୋରିଆଲଠାରେ...

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦ୍ୱିତୀୟଥର ପଚରାଉଚରା କରାଯିବ। ଏହା ବିରୋଧରେ କଂଗ୍ରେସ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବ। ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବ ବୋଲି...

୧୦୦ କୋଟି ଟଙ୍କା କିଏ ଦେବ

ଭୁବନେଶ୍ୱର,୨୬।୭(ବ୍ୟୁରୋ):ରାଜ୍ୟ ସରକାର ଘରୋଇ କମ୍ପାନୀକୁ ୧୨୦ କୋଟି ଗଣିବେ। କମ୍ପାନୀର ବକେୟା ୨୦ କୋଟି ସହ ୨୦୦୪ରୁ ଆଜି ଯାଏ ୧୦୦ କୋଟି ଟଙ୍କା ପଇଠ କରିବେ। ତଳକୋର୍ଟରୁ ସର୍ବୋଚ୍ଚ ଅଦାଲତ ଯାଏ ସବୁଠି ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି।...

ପୁଟିନ୍‌ଙ୍କଠାରୁ ଆରମ୍ଭ କରି ଏହି ଦେଶର ରାଷ୍ଟ୍ରପତିମାନେ ଦ୍ରୌପଦୀଙ୍କୁ ଜଣାଇଲେ ଶୁଭେଚ୍ଛା

ମସ୍କୋ/କଲମ୍ବୋ/ମାଲେ/କାଠମାଣ୍ଡୁ,୨୫।୭: ରୁଷିଆ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ନେପାଳର ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶ୍ୱ ନେତା ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ସହିତ ନିଜ ନିଜ ଦେଶର ବହୁମୁଖୀ ସମ୍ପର୍କ ବଢ଼ାଇବା ପାଇଁ ମୁର୍ମୁଙ୍କ ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri