Tag Archives: Home Middle

ପୃଥ୍ବୀ-୨ର ରାତ୍ରକାଳୀନ ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ପରିସରରେ ବୁଧବାର ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ ୩ନଂ ଲଞ୍ଚପ୍ୟାଡରୁ ହୋଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା...

ଜୀବନ ସାଥୀ ଚୟନରେ ସମାଜ ପକ୍ଷରୁ ବାଧା ଦିଆଯାଇ ପାରିବ ନାହିଁ, ହାଇକୋର୍ଟ…

ବେଙ୍ଗାଲୂରୁ, ୧୫।୬ : ବ୍ୟକ୍ତିଗତ ଜୀବନରେ ଜଣେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ସମାଜ ପକ୍ଷରୁ କୌଣସି ବାଧା ଦିଆଯାଇ ପାରିବ ନାହିଁ ବୋଲି କର୍ନାଟକ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି।...

କ୍ୟାନସର ପରେ ଏବେ ଏଚଆଇଭି ଏଡସର ସଫଳ ଚିକିତ୍ସାର ସନ୍ଧାନ ମିଳିଲା…

ତେଲ ଅଭିବ୍‌, ୧୫।୬ : କର୍କଟ ପରେ ବୈଜ୍ଞାନିକମାନେ ଏବେ ଏଚଆଇଭି ଏଡସ ସଫଳ ଚିକିତ୍ସାର ସନ୍ଧାନ ମିଳିଛି। ସେମାନେ ଏଭଳି ଟିକା ତିଆରି କରିବାରେ ସଫଳତା ହାସଲ କରିଛନ୍ତି, ଯାହାର କେବଳ ଗୋଟିଏ ଡୋଜ୍‌ ନେବା ଦ୍ୱାରା ଏଚଆଇଭି...

ନୂଆ ଗ୍ୟାସ୍‌ ସଂଯୋଗ ନେବା ହେଲା ମହଙ୍ଗା …

ନୂଆଦିଲ୍ଲୀ, ୧୫।୬ : ଘରୋଇ ଏଲ୍‌ପିଜି ସିଲିଣ୍ଡର ପୂର୍ବରୁ ମହଙ୍ଗା ହୋଇସାରିଛି। ବର୍ତ୍ତମାନ ଏକ ନୂତନ ଘରୋଇ ଏଲ୍‌ପିଜି ସିଲିଣ୍ଡର ସଂଯୋଗ ନେବା ମଧ୍ୟ ମହଙ୍ଗା ହୋଇଛି । ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡିକ ଗୁରୁବାରଠାରୁ ଘରୋଇ ଗ୍ୟାସ ସଂଯୋଗକୁ ମହଙ୍ଗା...

ବିସିସିଆଇ ଗଠନ କରିବ ଦୁଇ ଜାତୀୟ ଟିମ୍‌, ଏକା ସମୟରେ ଖେଳିବେ ଟେଷ୍ଟ-ସୀମିତ ଓଭର ମ୍ୟାଚ…

କୋଲକାତା, ୧୫।୬ : ବିସିସିଆଇ ୨୦୨୨ ରୁ ୨୦୨୭ ପର୍ଯ୍ୟନ୍ତ ଇଣ୍ଡିଆନ ପ୍ରିମିୟର ଲିଗ ସାଇକିଲ୍‌ ପାଇଁ ମିଡିଆ ଅଧିକାରର ନିଲାମରୁ ୪୮ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହା ସହିତ ଆଇପିଏଲ ବିଶ୍ୱର ଦ୍ୱିତୀୟ ବୃହତ୍ତମ...

ମହାକାଶରେ ଭାରତର ସ୍ଥିତି ସୁଦୃଢ଼ ହେବା ଜରୁରୀ…

ନୂଆଦିଲ୍ଲୀ, ୧୫।୬ : ମହାକାଶରେ ଉପଲବ୍ଧ ଉତ୍ସଗୁଡିକର ବ୍ୟବହାର ଉପରେ ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ମହାକାଶରେ ଉପସ୍ଥିତ ଆମର ସମ୍ବଳ ବାୟୁ ସାମରିକ ଦକ୍ଷତାକୁ ଆହୁରି ମଜବୁତ କରିପାରିବ। ସ୍ପେସ...

ପାରିବାରିକ ସମ୍ପତ୍ତି ଭାଗବଣ୍ଟାରେ ଏବେ ମାତ୍ର ୫ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି…

ଲକ୍ଷ୍ନୌ, ୧୫।୬ : ପରିବାର ସଦସ୍ୟଙ୍କ ମଧ୍ୟରେ ଅସ୍ଥାବର ସମ୍ପତ୍ତି ବଣ୍ଟନ ବର୍ତ୍ତମାନ ସହଜ ହେବ। ଏଥିପାଇଁ ଦାନ ସୂତ୍ର କାରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି। ସମ୍ପତ୍ତି ଯେତେ ମୂଲ୍ୟବାନ ହୋଇପାରେ...

୫-ଜି ସ୍ପେକ୍ଟ୍ରମ ନିଲାମୀକୁ ମଞ୍ଜୁରୀ, ଦୀପାବଳି ସୁଦ୍ଧା ସେବା ମିଳିବା ସମ୍ଭାବନା…

ନୂଆଦିଲ୍ଲୀ, ୧୫।୬ : ଦେଶରେ ୫-ଜି ଟେଲିକମ ସେବା ଆରମ୍ଭ କରିବା ନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫-ଜି ସ୍ପେକ୍ଟ୍ରମର ନିଲାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ କ୍ୟାବିନେଟର ମଞ୍ଜୁରୀ ବିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ,...

ଉଇଗର ନିର୍ଯାତନା ବିରୋଧରେ ତୁର୍କୀରେ ସମ୍ମିଳନୀ …

ଇସ୍ତାନବୁଲ, ୧୫।୬ : ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ସିଙ୍ଗାପୁର ପୋଷ୍ଟ ଅନୁଯାୟୀ, ଚାଇନା ଜିନଜିଆନରେ ଉଇଗର ମୁସଲମାନ ଏବଂ ତିବ୍ଦତରେ ତିବ୍ଦତୀୟ ସଂଖ୍ୟାଲଘୁଙ୍କ ସଂସ୍କୃତି ଏବଂ ଧାର୍ମିକ ପରିଚୟକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି।...

ମମତାଙ୍କ ବିରୋଧୀ ଏକତାକୁ ଝଟ୍‌କା, ଏପିପି-ଟିଆର୍‌ଏସ୍‌ ବୈଠକରୁ ଦୂରେଇବା ଆଶଙ୍କା …

ନୂଆଦିଲ୍ଲୀ, ୧୫।୬ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧୀ ଏକତାକୁ ଏକ ଝଟ୍‌କା ଲାଗିଛି। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ବୁଧବାର ଦିଲ୍ଲୀରେ...

୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଆଗାମୀ ୪୮ ଘଣ୍ଟା ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ପାଣିପାଗର ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଉ ୪୮ ଘଣ୍ଟା ଭିତରେ...

ଯୋଗୀଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସିଜେଆଇଙ୍କୁ ପୂର୍ବତନ ବିଚାରପତିଙ୍କ ଚିଠି…

ନୂଆଦିଲ୍ଲୀ, ୧୫।୬ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିରୋଧରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri