Tag Archives: Home Middle

ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ରିପୋର୍ଟ ଅନୁଯାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ମଧ୍ୟ ଚିନ୍ତାର ବିଷୟ...

୨ ବର୍ଷ ପରେ ଉତ୍ତର କୋରିଆରେ କରୋନା, ଲକ୍‌ଡାଉନ୍‌ ଘୋଷଣା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ, ୧୨।୫ : କରୋନା ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ପରେ ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଗୁରୁବାର ଠାରୁ ଦେଶବ୍ୟାପୀ...

କରୋନା ଆକ୍ରାନ୍ତଙ୍କଠାରେ ୨ ବର୍ଷ ପର୍ଯ୍ୟନ୍ତ ଦେଖାଯିବ ଲକ୍ଷଣ, ପ୍ରକାଶ ପାଇଲା ରିପୋର୍ଟ …

ବେଜିଂ, ୧୨।୫ : କରୋନା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅତିକମରେ ଅର୍ଦ୍ଧେକ ଆକ୍ରାନ୍ତଙ୍କଠାରେ ଦୁଇ ବର୍ଷ ପରେ ମଧ୍ୟ ଗୋଟିଏ କିମ୍ବା ଅଧିକ ଲକ୍ଷଣ ପ୍ରକାଶିତ ହେବାର ଆଶଙ୍କା ରହିଛି। ମଙ୍ଗଳବାର ଦ ଲାନସେଟ ରେସପୋରେଟାରୀ ମେଡ଼ିସିନ୍‌ରେ ପ୍ରକାଶିତ...

ରେଲଓ୍ବେର ବଡ଼ କାର୍ଯ୍ୟାନୁଷ୍ଠାନ, ୧୯ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର…

ନୂଆଦିଲ୍ଲୀ, ୧୨।୫ : ରେଲୱେ ବୋର୍ଡ ଗୋଟିଏ ଦିନରେ ୧୯ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି। ସେମାନଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପ୍ରଦାନ କରାଯାଇଛି । ସେମାନ କାର୍ଯ୍ୟର ସମୀକ୍ଷା କରିବା ପରେ, ଏହି...

୧୯ % ଘରେ ବ୍ୟବହାର ହେଉନି ଶୌଚାଳୟ

ନୂଆଦିଲ୍ଲୀ,୧୨।୫: ନ୍ୟାଶନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ଅନୁସାରେ ଦେଶରେ ୧୯ ପ୍ରତିଶତ ଲୋକ ଘରେ ଶୌଚାଳୟ ବ୍ୟବହାର କରୁନାହାନ୍ତି। ଅର୍ଥାତ୍‌ ସେମାନେ ବର୍ତ୍ତମାନ ସୁଦ୍ଧା ବାହାରେ ମଳତ୍ୟାଗ କରୁଛନ୍ତି। ୨୦୧୯ରୁ ୨୦୨୧ ମସିହାର ତଥ୍ୟ ଏହି ରିପୋର୍ଟରେ...

ଇସ୍ରାଏଲ ଗୁଳିରେ ଟଳିଲେ ଖବରଦାତା

ଜେନିନ୍‌(ଓ୍ବେଷ୍ଟବ୍ୟାଙ୍କ), ୧୨ା୫: ପାଲେଷ୍ଟାଇନ କବ୍‌ଜାରେ ଥିବା ଓ୍ବେଷ୍ଟବ୍ୟାଙ୍କରେ ଅଲ୍‌-ଜଜିରା ସାମ୍ବାଦିକା ଶିରିନ୍‌ ଅବୁ ଅକ୍‌ଲେହ(୫୧) ଇସ୍ରାଏଲ ସେନା ଗୁଳିରେ ବୁଧବାର ପ୍ରାଣ ହରାଇଛନ୍ତି। ଜେନିନ୍‌ ସହରରେ ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ୍‌) ଟାର୍ଗେଟ କରିବାବେଳେ ଶିରିନ୍‌ ଏହାର ରିପୋର୍ଟ କରିବାକୁ...

ଶତ୍ରୁ ଦେଶର ହନିଟ୍ରାପରେ ଭାରତୀୟ ବାୟୁସେନା ଯବାନ, ଗିରଫ କଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ

ନୂଆଦିଲ୍ଲୀ,୧୨ ।୫: ଏବେ ଶ୍ରତୁ ଦେଶ ଉପରେ ଆକ୍ରମଣ କରିବାକୁ ଗୁପ୍ତଚରଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଏଥିରେ କିଛି ଦେଶ ହନିଟ୍ରାପ ବ୍ୟବହାର କରି ଶତ୍ରୁ ଦେଶର ଯବାନମାନଙ୍କୁ ଟାର୍ଗେଟ କରିଛନ୍ତି । ଫଳରେ ସୁରକ୍ଷା ସହ...

ମିଚେଲ ମାର୍ସଙ୍କ ବିସ୍ଫୋରକ ବ୍ୟାଟିଂ: ୮ ଉଇକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସର ୧୬୧ ରନ୍‌ର ଟାର୍ଗେଟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୨ ଉଇକେଟ ହରାଇ ବିଜୟ ହାସଲ କରିଛି।...

ଚେନ୍ନାଇକୁ ବଡ଼ ଝଟ୍‌କା

ମୁମ୍ବାଇ,୧୧।୫:ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା ଆହତ କାରଣରୁ ଚଳିତ ସିଜିନ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଦିଲ୍ଲୀ...

‘ତାଜମହଲ ଆମ ସମ୍ପତ୍ତି’

ଜୟପୁର,୧୧।୫: ଜୟପୁରର ପୂର୍ବତନ ରାଜ ପରିବାର ସଦସ୍ୟା ଆଗ୍ରାର ତାଜମହଲ ନିଜ ସମ୍ପତ୍ତି ବୋଲି ଦାବି କରିଛନ୍ତି। ଭାରତୀୟ ଜନତା ପାର୍ଟିର ଏମ୍‌ପି ତଥା ଜୟପୁରର ପୂର୍ବତନ ରାଜ କୁମାରୀ ଦୀୟା କୁମାରୀ ଏହି ଦାବି କରିଛନ୍ତି। ତାଙ୍କ ପରିବାର...

ପୂର୍ବତନ ବିଧାୟକଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କେନ୍ଦୁଝର ଜିଲା ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ଅର୍ଥ ହେରଫେର୍‌ ମାମଲାରେ ଇଡି ତାଙ୍କ ଘରେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଏକକାଳୀନ ୪ଟି ସ୍ଥାନରେ...

‘ଅସାନି’ ପ୍ରଭାବ: ଭାସିଗଲା ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଅଣ୍ଡା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍‌ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର ଓ ନଦୀ ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ବେଳାଭୂମି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri