Tag Archives: Home Middle

୧୭ରୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି

ନୂଆଦିଲ୍ଲୀ,୨୮ା୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଆସନ୍ତା ୪ତାରିଖରୁ ଖୋଲିବ। ଏହା ମେ ୯ ତାରିଖରେ ବନ୍ଦ ହେବ। ଜନସାଧାରଣଙ୍କ ପାଇଁ ପ୍ରାରମ୍ଭିକ ଏହାର ଶେୟାର ମୂଲ୍ୟ ୯୦୨ ରୁ ୯୪୯ ଟଙ୍କା ରଖାଯିବା...

ଦିଲ୍ଲୀ ଜାତୀୟ ରାଜଧାନୀ ହୋଇଥିବାରୁ ନିୟନ୍ତ୍ରଣ ଆବଶ୍ୟକ: କେନ୍ଦ୍ର

ନୂଆଦିଲ୍ଲୀ,୨୮ା୪: ଦିଲ୍ଲୀର ନିର୍ବାଚିତ ସରକାରଙ୍କ ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ ନ ଦେବା ପାଇଁ ଉପରାଜ୍ୟପାଳ (ଏଲ୍‌ଜି)ଙ୍କୁ କେନ୍ଦ୍ର ବ୍ୟବହାର କରୁଥିବା ଅଭିଯୋଗ ଆଣି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ବୁଧବାର...

କେନ୍ଦ୍ର ପାଖରେ ୧୦.୬୯ ଲକ୍ଷ ଯୌନ ଅପରାଧୀଙ୍କ ତଥ୍ୟ

ନୂଆଦିଲ୍ଲୀ, ୨୮ା୪: ଦେଶରେ ଯୌନ ଅପରାଧ କରିଥିବା ୧୦.୬୯ ଜଣଙ୍କ ବାବଦରେ ବିସ୍ତୃତ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ରହିଛି। ନୂଆ ଅପରାଧକୁ ଟ୍ରାକ୍‌ କରିବା ନିମନ୍ତେ ସେମାନଙ୍କ ପ୍ରୋଫାଇଲ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ପାଖରେ ଉପଲବ୍ଧ ଥିବା ମନ୍ତ୍ରଣାଳୟ...

ବୁଝାମଣା ପାଇଁ ଏବେ ବି ଆଶାବାଦୀ

ମସ୍କୋ, ୨୮ା୪: ୟୁକ୍ରେନ୍‌ ସଙ୍କଟ ଭିତରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିଛନ୍ତି। ଏବେ ବି ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌ ସହ ବୁଝାମଣା ନିମନ୍ତେ ଆଶାବାଦୀ ଥିବା ପୁଟିନ୍‌ ଜାତିସଂଘ ମହାସଚିବଙ୍କୁ କହିଛନ୍ତି।...

ପୁଟିନ୍‌ଙ୍କ ରୁବଲ ରଣନୀତି

ମସ୍କୋ/କିଭ୍‌, ୨୮ା୪: ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ପ୍ରଭାବିତ ରୁଷିଆର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋର ମୁଦ୍ରା ରୁବଲ ମୂଲ୍ୟ ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ରୁଷିଆରୁ ତୈଳ ଓ ଗ୍ୟାସ୍‌ ନେଉଥିବା ୟୁରୋପୀୟ ଦେଶଗୁଡ଼ିକ ରୁବଲରେ...

ବିରୋଧୀଙ୍କ ମୁଣ୍ଡରେ ‘ତେଲ’ ଅଠା

ନୂଆଦିଲ୍ଲୀ,୨୮ା୪ : ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି।...

ନରସିଂହଙ୍କ ପରେ ତାରାଙ୍କ ଇସ୍ତଫା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୭।୪(ବ୍ୟୁରୋ): କଂଗ୍ରେସର ଦଳୀୟ ନିର୍ବାଚନ ଚାଲିଥିବା ବେଳେ ଦଳର ଅମୁଳ ଚୂଳ ପରିବର୍ତ୍ତନ ହେବା ନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ସୂଚନା ଦେଇଛନ୍ତି। ଏହାପରେ ଦଳୀୟ ପଦରୁ ଜଣଙ୍କ ପରେ ଜଣେ ଇସ୍ତଫା ଦେବା ନେଇ...

୩୮ ବର୍ଷ ପରେ ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ୱର,୨୭।୪(ବ୍ୟୁରୋ):ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ଦୀର୍ଘ ୩୮ ବର୍ଷ ପରେ କୋର୍ଟ ରାୟ ଶୁଣାଇଛନ୍ତି। ବୁଧବାର ମାମଲାର ବିଚାର କରି ଭୁବନେଶ୍ୱର କମାଣ୍ଡ ଏରିଆ ଡଭେଲପମେଣ୍ଟ ଏଜେନ୍ସି (କାଡ଼ା-୧)ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ସାହୁଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର...

ସୋନପୁର ସବୁଠୁୁ ଉତ୍ତପ୍ତ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ବୁଧବାର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ...

କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତାକାଲିଠାରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଲାସ ବନ୍ଦ ହେଲେ ମଧ୍ୟ ପରୀକ୍ଷା ଚାଲୁ ରହିବ ବୋଲି ଦକ୍ଷତା ବିକାଶ ଏବଂ...

ମାଟ୍ରିକ ପରୀକ୍ଷା ଦ୍ୱିତୀୟ ସିଟିଂ ସମୟ ବଦଳିଲା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି। ରେଗୁଲାର ପିଲାଙ୍କ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବାକୁ ଥିବା ବେଳେ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସମୟରେ ପରିବର୍ତ୍ତନ କରାଯାଇଛି। ସେକେଣ୍ଡ...

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଜମ୍ମୁ କଶ୍ମୀରରେ ହାଇଡ୍ରୋ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri