Tag Archives: Home Middle

କୋର୍ଟରୁ ଚୋରି, ମନ୍ତ୍ରୀଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌…

ହାଇଦ୍ରାବାଦ୍‌, ୧୭।୪ : କୋର୍ଟରେ ପୁଣି ଚୋରି। ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାତ୍ର ଏହା ସତ୍ୟ। ଚୋରମାନେ ଆନ୍ଧ୍ରପ୍ରଦେଶର ନେଲ୍ଲୁରରେ କୋର୍ଟକୁ ଟାର୍ଗେଟ କରିଛନ୍ତି। ଚୋରମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫିଲ୍ମ ଷ୍ଟାଇଲ୍‌ରେ ଚୋରାଇ ନେଇଛନ୍ତି। ଚୋରି ହୋଇଥିବା...

ଇରପିନ୍‌ ପାଲଟିଲା ଧ୍ୱଂସସ୍ତୁପ, ୭୧ ପ୍ରତିଶତ କୋଠା ଧରାଶାୟୀ…

କ୍ୱିଭ୍‌, ୧୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୩ ଦିନରେ ପହଞ୍ଚିଛି। ଉଭୟ ପକ୍ଷ ସୈନ୍ୟବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ରୁଷିଆ ସୈନ୍ୟ ଏବେ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ମାରିଆପୋଲ,...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧ ହଜାର ୧୫୦ରେ ପହଞ୍ଚିଛି। ସେହିପରି ଗତ...

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ନିରାଡ଼ମ୍ବରରେ ପାଳନ କରିବ ବିଜେଡି

ଭୁବନେଶ୍ୱର,୧୭।୪(ବ୍ୟୁରୋ)-ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରିବ । ଏ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ, ରୁଷିଆର ୨୦ ହଜାର ସେନାଙ୍କର ହେଲାଣି ମୃତ୍ୟୁ: ଜେଲେନ୍‌ସ୍କି

କ୍ୱିଭ,୧୭ ।୬: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଛି । ଏହାରି ଭିତରେ ଉଭୟ ଦେଶ ବହୁ କ୍ଷତି ସହିଲାଣି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି ଏହି ଯୁଦ୍ଧରେ ଉଭୟ ଦେଶ ବହୁ ସେନାଙ୍କୁ ହରାଇଲାଣି ।...

ଆର୍‌ସିବି ବିଜୟୀ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିପକ୍ଷରେ ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୯୦ ରନ୍ ଲକ୍ଷ୍ୟର ପିଛା କରି ଡିସି ୨୦...

କୋଭିଶିଲ୍ଡ ଟିକା ନେଇ ଯୁବତୀଙ୍କ ମୃତ୍ୟୁ, କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୧୬।୪ : କୋଭିଶିଲ୍ଡ ଟିକା ନେବା ପରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀଙ୍କ ମୃତ୍ୟୁ ଘଟିବା ମାମଲାରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପିଜି ପାଠ ପଢୁଥିବା ଯୁବତୀଙ୍କ ମାତାପିତା ପ୍ରଶାସନଠାରୁ ଏକ କୋଟି...

ସମାଜରେ ବ୍ୟାପୁଛି ଘୃଣା-ହିଂସା, ପ୍ରଧାନମନ୍ତ୍ରୀ ନୀରବ କାହିଁକି, ୧୩ ବିରୋଧୀ ଦଳଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ସମାଜରେ ଘୃଣା ଏବଂ ହିଂସା ଘଟଣା ବୃଦ୍ଧି ପାଉଛି। ଦେଶରେ ହିଜାବ୍‌ ,ମିଟ୍‌ ଏବଂ ମସଜିଦ୍‌ରେ ଅଜାନ୍‌ ନେଇ ଉତ୍ତେଜନା ବ୍ୟାପୁଛି। ଏନେଇ ଦେଶର ୧୩ଟି ରାଜନୈତିକ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ...

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୦…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା...

୧୮୩ ଦିନ ପରେ ପୃଥିବୀକୁ ଫେରିଲେ ୩ ଚାଇନା ମହାକାଶଚାରୀ…

ବେଜିଂ, ୧୬।୪ : ଚାଇନାର ୩ ଜଣ ମହାକାଶଚାରୀ ୧୮୩ ଦିନ ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତିି। ମହାକାଶରେ ୬ ମାସ ବିତାଇବା ପରେ ମହାକାଶଚାରୀମାନେ ଶେନଝୁ-୧୩ କ୍ୟାପସୁଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। କ୍ୟାପସୁଲରେ ମହାକାଶଚାରୀ ଝାଇ ଝିଙ୍ଗାଙ୍ଗ୍‌, ଓ୍ବାଙ୍ଗ୍‌ ଓ୍ବାପିଙ୍ଗ୍‌...

ଖାଲି ଅଧିନାୟକତ୍ୱ ନୁହେଁ, ବ୍ୟାଟିଂରେ ବି ଫ୍ଲପ୍‌

ମୁମ୍ବାଇ,୧୬।୪: ଚଳିତ ଆଇପିଏଲ୍‌ ସିଜନରେ ନିରାଶଜନକ ପ୍ରଦର୍ଶନ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଏଯାବତ ୬ଟି ମୁକାବିଲା ଖେଳିଥିବା ବେଳେ ସବୁଥିରେ ପରାଜିତ ହୋଇଛି। ଟୁର୍ନାମେଣ୍ଟ ଇତିହାସର ସବୁଠାରୁ ସଫଳ ଦଳର ଏଭଳି ସ୍ଥିତି ପ୍ରଶଂସକଙ୍କୁ ବ୍ୟଥିତ କରିଛି।...

ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥରମାଡ଼, ଦିଲ୍ଲୀରେ ଉତ୍ତେଜନା…

ନୂଆଦିଲ୍ଲୀ, ୧୬।୪ : ଦିଲ୍ଲୀର ଜାହଙ୍ଗିରପୁରୀଠାରେ ଶନିବାର ଅପରାହ୍ନ ୫ରୁ ସାଢ଼େ ୫ ଟା ମଧ୍ୟରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏଥିରେ ଦୁଇ ଗୋଷ୍ଠୀର ଲୋକେ ପରସ୍ପର ଉପରକୁ ପଥରମାଡ଼ କରିବା ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri