Tag Archives: Home Middle

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ନେଇ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ନବୀନ ସେଠାରେ ଆଲୋଚନା କରିବେ। ଏଥିସହ ଆଜି ହେବାକୁ ଥିବା ବିବିସି ସ୍ପୋର୍ଟସ ‘ଓ୍ବିମେନ ଅଫ୍‌...

ରାତିରେ ବୁଲୁଥିବା ଲୋକଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର: ହାଇକୋର୍ଟ…

ମୁମ୍ବାଇ, ୨୮।୩ : ଯେଉଁମାନେ ରାତିରେ ବୁଲାବୁଲି କରିଥାନ୍ତି ସେମାନଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର ରହିଛି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିରେ ଆବେଦନକାରୀ ତାଙ୍କ ବିରୋଧରେ...

ସଶକ୍ତ ଗଣତନ୍ତ୍ର ପାଇଁ କଂଗ୍ରେସ ସୁଦୃଢ଼ ହେବା ଆବଶ୍ୟକ, ନୀତିନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨୮।୩ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନୀତିନ ଗଡକରୀ କହିଛନ୍ତି ଯେ ଏକ ଉତ୍ତମ ତଥା ସଶକ୍ତ ଗଣତନ୍ତ୍ର ପାଇଁ କଂଗ୍ରେସକୁ ସୁଦୃଢ଼ ହେବା ଆବଶ୍ୟକ। ଏହା ସହିତ ସେ କଂଗ୍ରେସ ଛାଡିଥିବା ଲୋକଙ୍କୁ ଦଳର...

ଦେଶରେ ଆଇଏଏସ୍‌ ଅଫିସ୍‌ରଙ୍କ ଅଭାବ, କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି…

ନୂଆଦିଲ୍ଲୀ, ୨୮।୩ : ଦେଶରେ ଆଇଏଏସ୍‌ ଅଫିସରଙ୍କ ଅଭାବ ସୃଷ୍ଟି ହୋଇଛି। କ୍ୟାଡରରେ ୨୨ ପ୍ରତିଶତ ପଦବୀ ଖାଲି ପଡ଼ିଛି। ତେଣୁ ରାଜ୍ୟମାନେ କ୍ୟାଡର ପଦବୀରେ ଅଣ କ୍ୟାଡର ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ବାଧ୍ୟ ହେଉଛନ୍ତି। ଭାରତୀୟ ପ୍ରଶାସନରେ ଆଇଏଏଏସ୍‌...

ଓସ୍କାର ପୁରସ୍କାର: ‘କୋଡା’ ଶ୍ରେଷ୍ଠ ଫିଲ୍ମ, ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା

କାଲିଫର୍ନିଆ,୨୮।୩:କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍‌ ବର୍ଗରେ ‘ଦ ସମର୍‌ ଅଫ ସୋଲ’ ଓସ୍କାର ପାଇଛି। ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍‌ ଓ୍ବିଥ୍‌ ଫାୟାର୍‌’ ଏହି ବର୍ଗରେ ମନୋନୀତ...

ଚାଇନାରେ ନୂଆ ଲହର, ବହୁ ସହରରେ ଲକ୍‌ଡାଉନ୍‌…

.ବେଜିଂ, ୨୮।୩ : ପୁଣିଥରେ ଚାଇନାରେ କରୋନା ସଂକ୍ରମଣର ଏକ ନୂଆ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ସୋମବାରଠାରୁ ଶାଙ୍ଘାଇ ସମେତ ଦେଶର ବହୁ ବଡ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କୁହାଯାଉଛି ଯେ ଏହି ନୂଆ ଲହର...

୪୦ ତଳେ ଦୈନିକ ମୃତ୍ୟୁସଂଖ୍ୟା…

ନୂଆଦିଲ୍ଲୀ, ୨୮।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୭୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ତଳେ ରହିଛି। ଦୈନିକ ମୃତ୍ୟୁ ସଂଖ୍ୟା ୩୧ରେ...

ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟସ୍ଥ ରୁଷିକୂଲ୍ୟା ମୁହାଣରେ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୦,୫୩୩ ସାମୁଦ୍ରିକ କଇଁଛ ସମୁଦ୍ରର ନୀଳ ଜଳରାଶିରୁ ଉଠିଆସି ବେଳାଭୂମିର ବାଲୁକା ରାଶିରେ...

ହିନ୍ଦୁଙ୍କୁ ଅଳ୍ପସଂଖ୍ୟକ ମାନ୍ୟତା, ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୮।୩ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ। ଏକ ଉତ୍ତର ଦାଖଲ କରି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଯେପରି ଖ୍ରୀଷ୍ଟିଆନ,...

୨୦୦୦ ଶିଶୁଙ୍କୁ ଅପହରଣ କରିଛି ରୁଷିଆ…

କ୍ୱିଭ୍‌, ୨୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ, ରୁଷିଆ ୨୦୦୦ ଶିଶୁଙ୍କୁ ଅପହରଣ କରିଛି। ମାରିୟାପୋଲରୁ ଏହି ଶିଶୁମାନଙ୍କୁ ଅପରହରଣ କରାଯାଇଥିବା ଜେଲେନସ୍କି ରୁଷୀୟ...

ଲଭିଭ୍‌ରେ ଘନଘନ କ୍ଷେପଣାସ୍ତ୍ର ମାଡ଼

ଲଭିଭ୍‌, ୨୮ା୩: ଫେବୃୟାରୀ ୨୪ରୁ ପଶ୍ଚିମ ୟୁକ୍ରେନ୍‌ର ଲଭିଭ୍‌ ସହର ରୁଷିଆର ପ୍ରଚଣ୍ଡ ଆକ୍ରମଣରୁ ଏକପ୍ରକାର ରକ୍ଷା ପାଇଥିବାବେଳେ ହଠାତ୍‌ ଘନଘନ ରୁଷୀୟ ମିଶାଇଲର ସାମ୍‌ନା କରିଛି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୋଲାଣ୍ଡ ଗସ୍ତବେଳଠାରୁ ଏହାର ସୀମା...

୨୦୨୪ ଯାଏ ବଢ଼ିବ ‘କାଳିଆ’ ଅବଧି

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଚାଷୀ ଓ ଚାଷକୁ ପ୍ରୋତ୍ସାହିତ କରିବାକୁ ଓଡ଼ିଶା ସରକାର ୨୦୧୯ରେ ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୩୧ରେ ଏହାର ଅବଧି ଶେଷ ହେଉଥିବାବେଳେ ରବିବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ରାଜ୍ୟ ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri