Tag Archives: Home Middle

ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ପାଇଁ ଦାୟୀ ନୁହନ୍ତି ରାଜନୈତିକ ଦଳ, ହାଇକୋର୍ଟଙ୍କ ରାୟ…

ଆହ୍ଲାବାଦ, ୧୯।୩ : ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି ଯେ ନିର୍ବାଚନ ଘୋଷଣାପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଦାୟୀ କରାଯାଇ ପାରିବ ନାହିଁ। ଏକ୍ଷେତ୍ରରେ ଆଇନ ଅନୁଯାୟୀ କୌଣସି ଦଣ୍ଡବିଧାନର ବ୍ୟବସ୍ଥା...

ଯୁଦ୍ଧ ଯୋଗୁ ୪ କୋଟିରୁ ଅଧିକ ହେବେ ଗରିବ…

ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍‌ ରୁଷିଆ ଯୁଦ୍ଧ ଯୋଗୁ ପୃଥିବୀରେ ଗରିବଙ୍କ ସଂଖ୍ୟା ବଢ଼ିବ। ଏନେଇ ଆମେରିକାର ଏକ ଥିଙ୍କ୍‌ ଟେଙ୍କ୍‌ ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ...

କୋଭାକ୍ସିନ୍‌-କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ୬ ଗୁଣା ଅଧିକ ଆଣ୍ଟିବଡ଼ି ସୃଷ୍ଟି କରିବାକୁ ସକ୍ଷମ…

ନୂଆଦିଲ୍ଲୀ, ୧୯।୩ : ପୃଥିବୀର ବହୁ ଦେଶରେ ପୁଣି କରୋନା ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଟିକାକରଣ ହୋଇଥିବା ଲୋକଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ସମ୍ଭବ ହୋଇ ପାରିବ। କେତେକ ଅଧ୍ୟୟନରେ ବୁଷ୍ଟର୍‌ ଡୋଜ୍‌ ନେବାର...

ବ୍ରହ୍ମଗିରିରେ ଫୁଟିଲା ୩୦ରୁ ଅଧିକ ବୋମା

ପୁରୀ ଅଫିସ,୧୯ା୩: ହୋଲି ଖେଳରୁ ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ। ହୋଲି ଖେଳ ଚାଲିଥିବା ବେଳେ ଦଣ୍ଡୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ...

ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କଲେ ରୁଷିଆ ମହାକାଶଚାରୀ…

ମସ୍କୋ, ୧୯।୩ : ୟୁକ୍ରେନ୍‌ ଉପରେ ଆକ୍ରମଣକୁ ୩ ଜଣ ରୁଷୀୟ ମହାକାଶଚାରୀଙ୍କ ଏକ ଦଳ ପକ୍ଷରୁ ନିଆରା ଢଙ୍ଗରେ ବିରୋଧ କରାଯାଇଛି। ସେମାନେ ୟୁକ୍ରେନ ପତାକା ରଙ୍ଗର ପୋଷାକ ପିନ୍ଧି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ। ୟୁକ୍ରେନ ଉପରେ...

ଯୁଦ୍ଧ ସଙ୍କଟରେ ବ୍ୟବସାୟ ବୃଦ୍ଧି, ଆମେରିକାରୁ ୧୧ ପ୍ରତିଶତ ଅଧିକ ତୈଳ ଆମଦାନୀ କରିବ ଭାରତ…

ନୂଆଦିଲ୍ଲୀ, ୧୯।୩ : ରୁଷିଆ ଭାରତକୁ ରିହାତି ଦାମ୍‌ରେ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ ଆଣିବାକୁ ଅମଙ୍ଗ ହୋଇଛନ୍ତି। ଅପରପକ୍ଷରେ ଆମେରିକାରୁ ଅଶୋଧିତ...

ଆତଙ୍କବାଦର ପ୍ରତିରୋଧ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ ଗଠନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପରାମର୍ଶ…

ନୂଆଦିଲ୍ଲୀ, ୧୯।୩ : ଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହାର ପ୍ରତିରୋଧ ପାଇଁ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ (ନାଟଗ୍ରୀଡ) ଗଠନ ଲାଗି ସମୟ ଧାର୍ଯ୍ୟ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସଂସଦୀୟ କମିଟି ପକ୍ଷରୁ ପରାମର୍ଶ ପ୍ରଦାନ...

ଭାରତକୁ ୩୦୦ ବିଲିୟନ୍‌ ୟେନ୍‌ ଋଣ ଦେବ ଜାପାନ…

ନୂଆଦିଲ୍ଲୀ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପାକ୍ଷିକ ବୁଝାମଣା ଅନ୍ତର୍ଗତ ଜାପାନ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୩.୧୮ ଲକ୍ଷ କୋଟି...

ରୁଷିଆ ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା…

ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ନେଇ ଆମେରିକା ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆମେରିକାରେ ପ୍ରବେଶ ପାଇଁ ରୁଷିଆ ନାଗରିକଙ୍କୁ ମନା କରାଯାଇଛି। ଅପରପକ୍ଷରେ ୟୁକ୍ରେନ୍‌ ନାଗରିକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଆମେରିକାରେ ପ୍ରବେଶ...

ରୁଷିଆ କିଞ୍ଜଲ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା କହିଲା…

କ୍ୱିଭ୍‌, ୧୯।୩ : ଆଗକୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ରୁଷିଆ ୟୁକ୍ରେନ ଉପରେ କିଞ୍ଜଲ କ୍ଷେପଣାସ୍ତ୍ର ପକାଇ ଥିବାର ସୂଚନା ପ୍ରଦାନ କରିଛି। ପଶ୍ଚିମ ୟୁକ୍ରେନରେ ଥିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ...

ଜାପୋରିଜିଆରେ କର୍ଫ୍ୟୁ

କ୍ୱିଭ୍‌,୧୯ା୩: ରୁଷିଆ ସୈନ୍ୟଙ୍କ ଦ୍ୱାରା ଶେଲିଂରେ ୯ ଜଣଙ୍କୁ ହତ୍ୟା କରାଯିବା ପରେ ୟୁକ୍ରେନର ଜାପୋରିଜିଆରେ କର୍ଫ୍ୟୁ ଜାରି କରାଯାଇଛି। ୩୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ମୋର୍ଟାର, ଟ୍ୟାଙ୍କ, ହେଲିକପ୍ଟର ଏବଂ ରକେଟ ପ୍ରଣାଳୀରେ ରୁଷିଆର...

କରୋନାର ପଞ୍ଚମ ଲହର, ମୃତଦେହ ରଖିବାକୁ ସ୍ଥାନର ଅଭାବ…

ସିଟି ଅଫ୍‌ ଭିକ୍ଟୋରିଆ, ୧୯।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ବଢ଼ିବା ସହିତ ମୃତ୍ୟ ସଂଖ୍ୟା ମଧ୍ୟ ଅଣାୟତ୍ତ ହେବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ମୃତଦେହ ରଖିବାକୁ ସ୍ଥାନର ଅଭାବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri