Tag Archives: Home Middle

ଆଜି ତୃତୀୟ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର,୨୦ା୨ (ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ନିଜ ନିଜ ବୁଥ୍‌ରେ ପହଞ୍ଚି ଯାଇଛନ୍ତି। ଏହି...

ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୧୯।୨ : ବଳାତ୍କାର ମାମଲାରେ ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ। ଜଣେ ନାବାଳିକଙ୍କର ବଳାତ୍କାର ମାମଲାର ବିଚାର ସମୟରେ କୋଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ବିଭାସ ପଟ୍ଟନାୟକ ଏବଂ...

ସତ୍ୟପାଠ କେବଳ ଖଣ୍ଡେ କାଗଜ ନୁହେଁ, ବରଂ ଶପଥ ନେଇ ଦିଆଯାଇଥିବା ବୟାନ…

ନୂଆଦିଲ୍ଲୀ,୧୯।୨ : କୋର୍ଟଙ୍କ ସମ୍ମୁଖରେ ଦାଖଲ ହୋଇଥିବା ସତ୍ୟପାଠ ଏକ କାଗଜ ଖଣ୍ଡ ନୁହେଁ, ବରଂ ଏହା ଶପଥ ନେଇ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ବୟାନ। ତେଣୁ ଏହାକୁ କେବେ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।...

କେନ୍ଦ୍ରମନ୍ତ୍ରୀଙ୍କ ଭୋଟ୍‌ ଆଉ କିଏ ଦେଇଥିବା ଅଭିଯୋଗ

ଚେନ୍ନାଇ,୧୯ା୨: ତାମିଲନାଡୁ ପୌର ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ଙ୍କ ଭୋଟ ଅନ୍ୟ କେହି ଦେଇଥିବା ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶନିବାର ଅଭିଯୋଗ ଆଣିଛନ୍ତି। ସରକାରୀ କଳର ଅପବ୍ୟବହାର କେଉଁ ସ୍ତରରେ ପହଞ୍ଚତ୍ଲାଣି ତାହା ଏଥିରୁ ସ୍ପଷ୍ଟ...

ରବିବାର ପଞ୍ଜାବରେ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…

ଚଣ୍ଡିଗଡ଼,୧୯।୨ : ରବିବାର ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୨.୧୪ କୋଟି ଭୋଟର ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ରାଜ୍ୟର ୧୧୭ ବିଧାନସଭା ଆସନରେ ସକାଳ ୮ଟାଠାରୁୂ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ହେବ।...

ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ରୁଷିଆ…

ମସ୍କୋ,୧୯।୨ : ୟୁକ୍ରେନ୍‌ ସହିତ ବିବାଦ ଲାଗି ରହିଥିବାବେଳେ ଏହାକୁ ଅଧିକ ବୃଦ୍ଧି କରିଛି ରୁଷିଆ। ରୁଷିଆ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ସମ୍ଭାବ୍ୟ ଯୁଦ୍ଧ ସଙ୍କଟକୁ ପୁଣି ବଢ଼ାଇଛି। ଏହି କ୍ଷେପଣାସ୍ତ୍ର ଦେଶର ଆଣବିକ ପରୀକ୍ଷାକୁ ପ୍ରୋତ୍ସାହିତ କରିବା...

‘ଆସନ୍ତା ସପ୍ତାହରେ ଆକ୍ରମଣ କରିବ ରୁଷିଆ’

ଓ୍ବାଶିଂଟନ,୧୯ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ସେ ନିଶ୍ଚିତ ଯେ, ରୁଷିଆ ଆସନ୍ତା ସପ୍ତାହରେ ୟୁକ୍ରେନ ଉପରେ ଆକ୍ରମଣ କରିବ। ଏହି କାରଣରୁ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ପରିବାରକୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ୟୁକ୍ରେନ ଉପରେ ଆକ୍ରମଣ ପାଇଁ...

୪୫ ବୁଥ୍‌ରେ ଆସନ୍ତା ୨୩ରେ ହେବ ସାନି ମତଦାନ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଧାପ୍ରାପ୍ତ ହୋଇଥିବା ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ରେ ୪ଟି ଜିଲା ଅର୍ଥାତ୍‌ ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକର ୪୫ଟି ବୁଥ୍‌ରେ...

ସରକାରୀ ଘର ଖାଲି କର, ଅବସରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ …

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ହାଇକୋର୍ଟ ୩ ଜଣ ଅବସରପ୍ରାପ୍ତ କଶ୍ମୀରୀ ଅଧିକାରୀଙ୍କୁ ଶୀଘ୍ର ସରକାରୀ ଘର ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ କଶ୍ମୀରୀ ପ୍ରବାସୀ ହୋଇଥିବା ଦାବି କରି ସରକାରୀ ଘରେ ରହିବାକୁ ଅନୁମତି ଲୋଡିଥିଲେ।...

ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ ଅଫିସ,୧୯ା୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନ ୫ଟା ୧୦ରେ କାରକେଡ୍‌ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କେଳିକ ପଣ୍ଡା ତାଙ୍କୁ ପାଛୋଟି ନେଇଥିଲେ।...

ପୁଣି ଅଶାନ୍ତ ରୁଷିଆ-ୟୁକ୍ରେନ୍‌ ସୀମା, ୨୪ ଘଣ୍ଟାରେ ୬୬ ଥର ଅସ୍ତ୍ରବିରତି ଉଲ୍ଲଂଘନ…

ମସ୍କୋ/କ୍ୱିଭ୍‌,୧୯।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ପୁଣି ଥରେ ଘନେଇବାରେ ଲାଗିଛି। ଗୋଟିଏ ପଟେ ଉଭୟ ଦେଶର ନେତାମାନେ ଶାନ୍ତି ପାଇଁ କଥାବାର୍ତ୍ତା କରୁଛନ୍ତି। ଅପରପକ୍ଷରେ, ରୁଷିଆର ସମର୍ଥକ ବିଦ୍ରୋହୀ ଗୋଷ୍ଠୀ ୟୁକ୍ରେନରେ ବିସ୍ଫୋରଣ ଆରମ୍ଭ...

ଡି-ଗ୍ୟାଙ୍ଗ୍‌ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଏନ୍‌ଆଇଏ, ଟାର୍ଗେଟ୍‌ରେ ରାଜନେତା…

ନୂଆଦିଲ୍ଲୀ,୧୯।୨ : ଡି-ଗ୍ୟାଙ୍ଗର ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଏସମ୍ପର୍କରେ ବହୁ ଗୁପ୍ତ ସୂଚନା ମିଳିଛି। ଏନଆଇଏ ଅନୁଯାୟୀ, ଡି-ଗ୍ୟାଙ୍ଗ ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଡାଉଦ୍‌ ଇବ୍ରାହିମ୍‌ ଭାରତରେ ଆକ୍ରମଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri