Tag Archives: Home Middle

ଫେବୃୟାରୀ ୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୮।୧: ଖୋଲିବ ଶ୍ରୀମନ୍ଦିର। ଫେବୃୟାରୀ ୧ ତାରିଖରୁ କୋଭିଡ ଗାଇଡ୍‌ଲାଇନ୍‌ରେ ଶ୍ରୀମନ୍ଦିର ଖୋଲିବ । ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କୁ କରିପାରିବେ ଦର୍ଶନ। ଶୁକ୍ରବାର ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ...

କରୋନା ନାଜାଲ ଭ୍ୟାକ୍ସିନକୁ ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୮ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ଭାରତ ବାୟୋଟେକକୁ ନାକରେ ଦିଆଯିବାକୁ ଥିବା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି । ଏହି ଇଂଣ୍ଟ୍ରା ନାଜାଲ ଭ୍ୟାକ୍ସିନ ଡୋଜ ମାଧ୍ୟମରେ କରୋନା ଯୁଦ୍ଧରେ...

‘ଖାନ ସାର୍‌ଙ୍କ ଉପରୁ ମାମଲା ହଟାଅ’

ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାର ଦୁଇ ଦିନ ପରେ ଜଣାଶୁଣା ଲେକଚରଙ୍କ ଉପରୁ ମାମଲା...

ସ୍ବର୍ଗଦ୍ୱାରରୁ ଶବଦାହ କଟକଣା ହଟିଲା

ପୁରୀ ଅଫିସ,୨୮।୧: ପୁରୀ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୁରୀ ଜିଲା ବାହାର ଲୋକଙ୍କୁ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ପୁରୀ ପ୍ରଶାସନ ପୁଣି ଅନୁମତି...

୨୯ରୁ ବଢ଼ିବ ଶୀତ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଆସନ୍ତା ୩୧ ଯାଏ ରାଜ୍ୟରେ ପାଗ କୁହୁଡ଼ି ଓ ଶୀତୁଆ ରହିବ। ଆସନ୍ତା ୨୯ରେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଶୀତ ଲହରି ପ୍ରବାହିତ ହେବ। ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର,...

ବୋହୂଙ୍କୁ ଡରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଣଜୀ,୨୮ା୧:ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରତାପସିଂ ରାଣେ ପୋରିଏମ୍‌ ଆସନରୁ ପ୍ରାର୍ଥୀ ହୋଇଥାଆନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। କାରଣ ଉକ୍ତ ଆସନରୁ ଭାଜପା ତାଙ୍କ ବୋହୂ ଦିବ୍ୟା...

ପ୍ରତୀକ୍ଷାର ଅନ୍ତ: ଟାଟା ହାତକୁ ଆସିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧: ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଗୁରୁବାର ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି। ଏବେ ଏୟାର ଇଣ୍ଡିଆର...

ଏଣିକି ବଜାରରେ ମିଳିବ କୋଭିଶିଲ୍ଡ, କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ,୨୭।୧: ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଆଣ୍ଟି-କୋଭିଡ -୧୯ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ର ନିୟମିତ ବଜାରରେ ବିକ୍ରି କରିବାକୁ ଅନୁମତି ଦେଇଛି। ମେଡିକାଲ ଷ୍ଟୋରରେ ଏହି ଟିକା ଉପଲବ୍ଧ ହେବ ନାହିଁ ବୋଲି ସୂତ୍ରରୁ ପ୍ରକାଶ।...

ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା

ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶର ଓ୍ବାଚା ଦାମାଇରେ ଭାରତୀୟ ଯୁବକ ମିରାମ...

ଚାଇନା ପୂର୍ବରୁ ଜେଟ୍‌ର ଧ୍ୱଂସାବଶେଷ ଖୋଜୁଛି ଆମେରିକା, କାରଣ ଜାଣିଲେ…

ଓ୍ବାଶିଂଟନ,୨୭ା୧: ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ଆଡ୍‌ଭାନ୍ସଡ ଫାଇଜର ଜେଟ୍‌-୩୫ର ଧ୍ୱଂସାବଶେଷ ଆମେରିକା ଖୋଜିବାକୁ ଚାହୁଁଛି। କାରଣ ଏହି ଜେଟ୍‌ର ଆବର୍ଜନାକୁ କୌଣସି ପରିସ୍ଥିତିରେ ଚାଇନା ଧରି ପାରିବ ନାହିଁ। ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଆମେରିକୀୟ...

କଏଦୀଙ୍କର ବୈବାହିକ ସମ୍ପର୍କର ମୌଳିକ ଅଧିକାର ନାହିଁ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୨୭।୧ : କଏଦୀଙ୍କ ମୌଳିକା ଅଧିକାର ନେଇ ମାଡ୍ରାସ ହାଇକୋର୍ଟ ଏକ ରାୟରେ ଦୁଇଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ବୈବାହିକ ଅଧିକାରରୁ ବଞ୍ଚିତ କରିବା ଦ୍ୱାରା ସାମ୍ବିଧାନିକ ଧାରା ୨୧ ର ଉଲ୍ଲଂଘନ ହେବ...

କଣ୍ଠରୋଧ କରୁଛି ଟୁଇଟର, ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୭।୧ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଏକ ଚିଠି ଲେଖିଛନ୍ତି। ଟୁଇଟର ତାଙ୍କ କଣ୍ଠରୋଧ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଚାପରେ ଏଭଳି କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri