Tag Archives: Home Middle

ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ କରୋନା ମୃତକଙ୍କ ସଂଖ୍ୟା, ଭାରତରେ ୫୦ ଲକ୍ଷ…

ଓ୍ବାଶିଂଟନ, ୧୯।୧ : ପୃଥିବୀର ବିଭିନ୍ନ ଦେଶରେ ଘଟିଥିବା କରୋନା ଆକ୍ରାନ୍ତଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ ରହିଛି। ସରକାରୀ ଆକଳନ ଅନୁଯାୟୀ ମହାମାରୀ ଯୋଗୁ ୫୫ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଯାଇଛି। କିନ୍ତୁ...

ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ୍‌ ନେଇଛି ୧୨ ଲକ୍ଷରୁ ଅଧିକଙ୍କ ଜୀବନ…

ଓ୍ବାଶିଂଟନ, ୧୯।୧ : ମେଡ଼ିବାଲ ପତ୍ରିକା ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ପୃଥିବୀରେ ଆଣ୍ଟିବାୟୋଟିକ-ରେଜିଷ୍ଟାନ୍ସ୍‌ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସମ୍ପ୍ରତି ଗୋଟିଏ ଦିନରେ ଏହାଯୋଗୁ ୩,୫୦୦ରୁ ଅଧିକ ଲୋକଙ୍କର...

୮ ମାସର ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୩ ଲକ୍ଷ ଟପିବା ସହିତ ଗତ...

ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ। ହ୍ବାଇଟ ହାଉସ୍‌ କହିଛି ଯେ...

ପ୍ରାଣୀଙ୍କ ପାଇଁ କରୋନା ଟିକା, ୨୩ କୁକୁରଙ୍କ ଉପରେ ପରୀକ୍ଷଣ ସଫଳ…

ନୂଆଦିଲ୍ଲୀ, ୧୯।୧ : ହରିୟାଣାର ହିସାରରେ ଅବସ୍ଥିତ ସେଣ୍ଟ୍ରାଲ ହର୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ପ୍ରାଣୀମାନଙ୍କ ପାଇଁ ଦେଶର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ୨୩ ସେନା କୁକୁର ଉପରେ ଏହାର ପରୀକ୍ଷା ସଫଳ ହୋଇଛି।...

କୋଭିଡ୍‌ ଡେଡ୍‌ଲାଇନ ମାର୍ଚ୍ଚ ୧୧

ନୂଆଦିଲ୍ଲୀ, ୨୦ା୧: ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍‌ନା କରୁଥିବାବେଳେ ଦୈନିକ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା କେସ୍‌ ଶୀର୍ଷରେ ପହଞ୍ଚିବା ପରେ ଏହି ସଂଖ୍ୟା ଏବେ କମୁଥିବା ଦେଖାଯାଇଛି। ଯଦି...

ଅନାଥଙ୍କ ଘରକୁ ଯାଇ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨୦ା୧: କୋଭିଡ୍‌-୧୯ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷତିପୂରଣ ଦିଅ। ସେମାନେ କେବେ କ୍ଷତିପୂରଣ ଦାବିରେ ଆବେଦନ କରିବେ ତାକୁ ଅପେକ୍ଷା କରନାହିଁ ବୋଲି ବୁଧବାର ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ,...

୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ

ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଯାତ୍ରୀବାହୀ ଓ...

ଶେଷ ହେଲା କରୋନା: ବୋରିସ ଜନସନ

ଲଣ୍ଡନ,୨୦ ।୧: ସାରା ବିଶ୍ୱରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ବ୍ରିଟେନରେ କରୋନାର ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଆମ ଦେଶର...

‘ଓମିକ୍ରନ୍‌କୁ ହାଲୁକା ଭାବରେ ନିଅନ୍ତୁ ନାହିଁ’

ଓ୍ବାଶିଂଟନ,୧୯ା୧: କରୋନା ଭାଇରସ ବିଶେଷକରି ଓମିକ୍ରନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନମ ଘେବ୍ରେୟେସସ୍‌ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ କରୋନା ମହାମାରୀରୁ ମୁକ୍ତି ପାଇପାରିନାହିଁ। ଓମିକ୍ରନକୁ ହାଲୁକା ଭାବରେ...

ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ବିମାନ, ମଝି ଆକାଶରେ ହୋଇଥାନ୍ତା ମୁହାଁମୁହିଁ

ବେଙ୍ଗାଲୁରୁ/ଭୁବନେଶ୍ୱର,୧୯ା୧(ବ୍ୟୁରୋ): ମଝିଆକାଶରେ ମୁହାଁମୁହିଁ ହୋଇ ଚୁରମାର ହୋଇଯାଇଥାନ୍ତା ଦୁଇ ଯାତ୍ରୀବାହୀ ବିମାନ। ସବୁଠୁ ଆଶ୍ଚର୍ଯ୍ୟର କଥା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା। ଆଉ ଗୋଟିଏ ବେଙ୍ଗାଲୁରୁରୁ କୋଲକାତା ଯାଉଥିଲା। ୩ ହଜାର ଫୁଟରେ ଏହି ଦୁଇ...

ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଭୋଟ୍‌ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏପରିକି ହୋଟେଲ, ରେଷ୍ଟୁରାଣ୍ଟ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri