Tag Archives: Home Middle

ରୋହିତ ଖେଳିବେନି, ନେତୃତ୍ୱ ନେବେ ରାହୁଲ

ଚେଞ୍ଚୁରିଆନ,୩୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଲୋକେଶ ରାହୁଲଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜ୍‌ ପାଇଁ ଉପଲବ୍ଧ ନ ଥିବା ଅଧିନାୟକ ରୋହିତ ଶର୍ମା ଦଳରୁ ବାଦ୍‌ ପଡ଼ିଛନ୍ତି। ତେବେ ରାହୁଲଙ୍କୁ...

‘ଜାଗା ମିଶନ’ ଉପରେ କ୍ୟାବିନେଟ୍‌ ମୋହର; ଶିକ୍ଷକଙ୍କ ପାଇଁ ସପ୍ତମ ବେତନ ଲାଗୁ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ୫ ମହାନଗର ନିଗମ ପାଇଁ ଜାଗା ମିଶନ ସମେତ ୯ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। କଟକ, ଭୁବନେଶ୍ୱର, ରାଉରକେଲା,...

ଦେଶରେ ଓମିକ୍ରନ ନେଲା ଦ୍ୱିତୀୟ ଜୀବନ

ଜୟପୁର,୩୧।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଆତଙ୍କ ଖେଳାଇଛି। ଏବେ ଦେଶରେ ଓମିକ୍ରନ ମାମଲା ୧ ହଜାର ଟପିଛି। ଓମିକ୍ରନରେ ଦେଶରେ ଦ୍ୱିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ଜଣେ ଓମିକ୍ରନ ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି।...

କରୋନା ସ୍ଥିତି ଅସମ୍ଭାଳ: ଡାକ୍ତରଖାନାରେ ରେକର୍ଡ ସଂଖ୍ୟକ ପିଲା ଭର୍ତ୍ତି

ଓ୍ବାଶିଂଟନ,୩୧ା୧୨: ଆମେରିକାରେ କରୋନା ଭୂତାଣୁ ଏବଂ ଓମିକ୍ରନର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ପ୍ରତିଦିନ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହେଉଛି। ଏହି ସମୟରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି, ବର୍ତ୍ତମାନ ପିଲାମାନଙ୍କଠାରେ...

ଦ୍ୱନ୍ଦ୍ୱ ଦୂର: ୩ ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଜାନୁୟାରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ୩ ରୁ ହିଁ ଖୋଲିବ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ...

ପୁଣି ଫେରିବ ଶୀତ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଆଜିଠୁ ରାଜ୍ୟରେ ପାଣିପାଗ ବଦଳିଯିବ। ପୁଣି ଶୀତ ଲେଉଟିବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି। ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘନ କୁହୁଡ଼ିରେ...

ଟଳି ପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୧।୧୨: ଶ୍ରୀନଗର ଜିଲାର ପାଣ୍ଟା ଛକ ଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ସୁଦ୍ଧା ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। କାଶ୍ମୀର ଘାଟିରେ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ...

୧ ହଜାର ଅତିକ୍ରମ କଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ସୁଦ୍ଧା ୧୨୦୦ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯିବା ପରେ ନୂଆ ବର୍ଷ ଫିକା ପଡିବାକୁ ଯାଉଛି । କାରଣ ସମସ୍ତ ରାଜ୍ୟ...

ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ମହାରାଷ୍ଟ୍ର ପିମ୍ପରି ଚିଚୱାଡାର ବାସିନ୍ଦା ୫୨ ବର୍ଷୀୟ ଜଣେ...

ଅରୁଣାଞ୍ଚଳରେ ୧୫ଟି ସ୍ଥାନର ନାମ ବଦଳି ଦେଲା ଚାଇନା

ନୂଆଦିଲ୍ଲୀ,୩୦।୧୨: ଉତ୍ତରପୂର୍ବ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛି ଚାଇନା। ପଡ଼ୋଶୀ ଦେଶର ଏଭଳି ପଦକ୍ଷେପକୁ କଡ଼ା ଶବ୍ଦରେ ସମାଲୋଚନା କରିଛି ନୂଆଦିଲ୍ଲୀ। ଏଭଳି କାର୍ଯ୍ୟ ଦ୍ୱାରା ଅଞ୍ଚଳର ଷ୍ଟାଟସ ବଦଳି ଯିବ...

ଆରମ୍ଭ ହୋଇଗଲାଣି ତୃତୀୟ ଲହର

ମୁମ୍ବାଇ, ୩୦।୧୨: କୋଭିଡ୍‌-୧୯ ମହାମାରୀର ତୃତୀୟ ଲହର ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର କୋଭିଡ୍‌ ଟାସ୍କଫୋର୍ସର ଜଣେ ସଦସ୍ୟ କହିଛନ୍ତି। ଦିଲ୍ଲୀ, ମୁମ୍ବାଇର କେତେକ କ୍ଲଷ୍ଟରରେ ଏହି ଲହର ଆରମ୍ଭ ହୋଇଗଲାଣି ବୋଲି ଟାସ୍କଫୋର୍ସ ସଦସ୍ୟ ଡ....

ଜାନୁୟାରୀରେ ପିକ୍‌ନିକ ମନା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟ ସରାକର ଗୁରୁବାର ସନ୍ଧ୍ୟାରେ ଜାନୁୟାରୀ ପାଇଁ ନୂଆଁ ଗାଇଡ୍‌ଲାଇନ ଘୋଷଣା କରିଛନ୍ତି। ଜାନୁଆରୀରେ କୋଭିଡ୍‌ କଟକଣାକୁ କଡାକଡି କରାଯାଇଛି । ମାସରେ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ରୁ ସକାଳ ୫ଟା ଯାଏଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri