Tag Archives: Home Middle

ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରି ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ, କହିଲେ ସିବଲ…

ନୂଆଦିଲ୍ଲୀ,୧୦।୧୧: ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରିରୁ ଉଦ୍‌ଗୀରଣ ହେଉଥିବା ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ। ଏହା ଆଗ୍ନେୟଗିରି ଭଳି ଶାନ୍ତ ହେବାକୁ ମଧ୍ୟ ଅଧିକ ସମୟ ନେଇଥାଏ ବୋଲି ଗୁଜରାଟ ଦଙ୍ଗା ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ...

ଟ୍ରକ-ବସ୍‌ ମୁହାଁମୁହିଁ, ୫ ଜୀବନ୍ତ ଦଗ୍ଧ …

ଜୟପୁର,୧୦।୧୧: ରାଜସ୍ଥାନର ବାଡ଼ମେର୍‌-ଯୋଧପୁର ହାଇଓ୍ବେରେ ଭାଣ୍ଡିଆଓ୍ବାସ୍‌ ଗାଁ ନିକଟରେଏକ ଟ୍ରକ ଏବଂ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଘଟଣାସ୍ଥଳରେ ୫ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ବହୁ ଲୋକ ଏହି ଘଟଣାରେ ଆହତ ହୋଇଛନ୍ତି।...

ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁୁତ୍ୱପୂର୍ଣ୍ଣ, ସୁପ୍ରିମ୍‌କୋର୍ଟଙ୍କୁ କହିଲେ ସରକାର…

ନୂଆଦିଲ୍ଲୀ,୧୦।୧୧: ଦେଶରେ ଜାରି ରହିଥିବା ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି। ନଚେତ୍‌ ୧୯୬୨ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା...

ସିଙ୍ଘୁ ବର୍ଡରରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଆନ୍ଦୋଳନକାରୀ ଚାଷୀ…

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀ-ପଞ୍ଜାବର ସିଙ୍ଘୁ ବର୍ଡରରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ କେନ୍ଦ୍ର ସରକାର ନୂତନ କୃଷି ଆଇନ ବିରୋଧରେ ପ୍ରାୟ ଏକ ବର୍ଷ ଧରି ପ୍ରଦର୍ଶନ ଜାରି ରହିଛି। ବୁଧବାର ଏଠାରେ ଜଣେ ଆନ୍ଦୋଳନକାରୀ ଚାଷୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।...

ରାଜ୍ୟର ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୧୦।୧୧: ରାଜ୍ୟର ସର୍ବବୃହତ ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ ବୁଧବାର ଉଦ୍‌ଘାଟନ କରାଯବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରଙ୍ଗ ବ୍ଲକ ଅରିଲୋ ଠାରେ ୩୦୦ କୋଟି ଟଙ୍କାର ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ଅଟୋମଟିକ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିବେ।...

ଟାର୍ଗେଟ କିଲିଂର କଡ଼ା ଜବାବ ଦେବାକୁ ଜମ୍ମୁ-କଶ୍ମୀର ଗଲେ ୫,୫୦୦ ଯବାନ…

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଘଟଣାର ବୃଦ୍ଧି ପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍‌) ର ୫୫ କମ୍ପାନୀ ଅର୍ଥାତ୍‌ ୫,୫୦୦ରୁ ଅଧିକ ଅତିରିକ୍ତ କର୍ମଚାରୀଙ୍କୁ...

୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ସାର୍ବଜନୀକ ଟିକାକରଣ ଜାରି ରହିଛି। ଇତିମଧ୍ୟରେ ୯୬ ଦେଶରେ ଭାରତୀୟ ଟିକାକରଣ ପ୍ରମାଣପତ୍ରକୁ ମାନ୍ୟତା ମିଳିଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ମାଣ୍ଡଭ୍ୟ ଏକ ବିବୃତ୍ତିରେ କହିଛନ୍ତି...

ଜାତିସଂଘ ସୁରକ୍ଷା ପରିଷଦରେ ଚାଇନାକୁ ଟାର୍ଗେଟ କଲା ଭାରତ…

ଜେନେଭା,୧୦।୧୧: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ଚାଇନାକୁ ଟାର୍ଗେଟ୍‌ କରିଛି। ଚାଇନାର ନାମ ନ ନେଇ କହିଛି ଯେ, ଜାତୀୟ ପ୍ରାଥମିକତାକୁ ସମ୍ମାନ ଦେବା ସହ ଭାରତ ପାରସ୍ପରିକ ସହଯୋଗ ଏବଂ ନିଜର ବିକାଶ ଧାରାକୁ ଅବ୍ୟାହତ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୪୬୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ...

‘ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌’

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ଅଣ୍ଡରଓ୍ବାଲର୍‌ଡ ଲିଙ୍କ୍‌ ରହିଛି। ସେ ଓ ତାଙ୍କ ପରିବାର ସଦସ୍ୟମାନେ ଅଣ୍ଡରଓ୍ବାଲର୍‌ଡ ସହିତ ଜଡ଼ିତ ଲୋକଙ୍କଠାରୁ ଜମି କିଣିଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ପ୍ରଭାବଶାଳୀ ନେତା...

‘ଜାତୀୟ ସ୍ବାର୍ଥ ହାନି କରିଛି କେନ୍ଦ୍ର’

ନୂଆଦିଲ୍ଲୀ, ୧୦ା୧୧: ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସହ ହୋଇଥିବା ଚୁକ୍ତିରେ ୬୫ କୋଟି ଟଙ୍କା ଲାଞ୍ଚ କାରବାର, ନକଲି ଇନ୍‌ଭଏସ୍‌ ପ୍ରସ୍ତୁତ ଆଦି ବେଆଇନ କାର୍ଯ୍ୟକଳାପକୁ ନେଇ ମିଡିଆପାର୍ଟ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇବା...

ରୋହିତଙ୍କୁ ଦିଆଗଲା ନେତୃତ୍ୱ

ନୂଆଦିଲ୍ଲୀ,୯।୧୧: ବିରାଟ କୋହଲି ଭାରତୀୟ ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବା ପରେ ରୋହିତ ଶର୍ମାଙ୍କୁ ଦିଆଯାଇଛି ଗୁରୁଦାୟିତ୍ୱ। ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ଏଥିଲାଗି ମଙ୍ଗଳବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri