Tag Archives: Home Middle

ଡିଫେଣ୍ଡିଂ ଚାମ୍ପିୟନର ବାଟ ବନ୍ଦ କରିଦେଲା କେକେଆର୍‌

ଶାରଜା, ୭।୧୦: ରାଜସ୍ଥାନ ରୟାଲ୍ସ ଦଳର ବୃହତ୍‌ ପରାଜୟ ସହ ବନ୍ଦ ହୋଇଯାଇଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍‌ରେ ପ୍ରବେଶ କରିବାର ବାଟ। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ୮୬ ରନ୍‌ରେ ରାଜସ୍ଥାନକୁ ହରାଇ ଦେଇଛି। ଏହି ବିଜୟ...

ସକାଳ ୮ରୁ ୪ଟା ଯାଏ ଆସିବନି ପାଣି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶୁକ୍ରବାର ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ହେବା ନେଇ ଓ୍ବାଟ୍‌କୋ (ଓ୍ବାଟର କର୍ପୋରେସନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌) ପକ୍ଷରୁ ସୂଚନା...

‘ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ୍‌ ନିଅ’

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ତଳ ହେଉଛି। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସତର୍କତା ବଲମ୍ବନ କରୁଛନ୍ତି। ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଲୋକେ ସଚେତନ ନ ହୋଇ ଦ୍ୱିତୀୟ ଡୋଜ୍‌ ଟିକା...

ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ ସାହିତ୍ୟରେ ନୋବେଲ…

ଷ୍ଟକହୋମ୍‌,୭।୧୦: ସାହିତ୍ୟରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ  ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରୟାଲ ସୁଇଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସ୍‌ ପକ୍ଷରୁ...

‘ଭାବି ନ ଥିଲି କେବେ ପ୍ରଧାନମନ୍ତ୍ରୀ ହେବି’

ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ ଅର୍ଥାତ୍‌ ଆଜି ତାଙ୍କର ସାମ୍ବିଧାନିକ ପଦବୀର ୨୦ବର୍ଷ ପୂରଣ କରିବାକୁ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ୩୫ ଅମ୍ଳଜାନ ପ୍ଲାଣ୍ଟର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ଉତ୍ତରପ୍ରଦେଶର ରିଷିକେଶରୁ ଆସିଥିଲେ। ଏହି...

୨୦୨୨ରେ ମିଲିଟାରୀ ସ୍କୁଲରେ ନାମ ଲେଖାଇବେ ଝିଅ…

ନୂଆଦିଲ୍ଲୀ,୭।୧୦: ଆସନ୍ତା ୨୦୨୨ ବର୍ଷ ଜୁନ୍‌ରେ ଝିଅମାନେ ମିଲିଟାରୀ ସ୍କୁଲରେ ନାମ ଲେଖାଇ ପାରିବେ। ଏନେଇ ଗୁରୁବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଫଳରେ ୨୦୨୧ ଡିସେମ୍ବର ୧୮ରେ ହେବାକୁ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରୀ କଲେଜ (ଆର୍‌ଆଇଏମ୍‌ସି)...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜ୍ୟ ସରକାର ଓ ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୯ ଜଣ (ଓଏଏସ୍‌) ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା-ବରୁଣ ବାହାର…

ନୂଆଦିଲ୍ଲୀ,୭।୧୦: ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କୁ ବାହାର କରାଯାଇଛି। ବରୁଣ ଲଗାତାର ସରକାରଙ୍କର ବିଭିନ୍ନ ନୀତିର ସମାଲୋଚନା ଜାରି ରଖିଥିଲେ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ହିଂସାରେ ବରୁଣ ଗୁରୁବାର ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ...

ଅଭିଯୁକ୍ତ କିଏ, ସେ ଗିରଫ ହୋଇଛନ୍ତି କି: ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁୁର ହିଂସା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କଡ଼ା ପ୍ରଶ୍ନ ପଚରା ଯାଇଛି। ଏହି କାଣ୍ଡର ଅଭିଯୁକ୍ତ କିଏ? ତାଙ୍କୁ ଗିରଫ କରାଯାଇଛି କି ବୋଲି ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କ ନେତୃତ୍ୱରେ...

ଅଭିଯୁକ୍ତ ଆଶିଷ କେଉଁଠି ତାହା ଆଇଜିଙ୍କୁ ବି ଅଜଣା…

ଲକ୍ଷ୍ନୌ,୭।୧୦: ଲକ୍ଷ୍ମୀପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜ୍ୟ ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଏବେ ପୋଲିସ ହାତ ପାଅନ୍ତାରେ ନାହାନ୍ତି। ସେ କେଉଁଠି ଅଛନ୍ତିା ତାହା ଆଇଜିଙ୍କୁ ମଧ୍ୟ ଅଜଣା। ପୋଲିସ କହିଛି ଯେ, ତାଙ୍କର...

ସ୍କୁଲରେ ଆତଙ୍କବାଦୀ ଆକ୍ରମଣ, ୨ ଶିକ୍ଷକଙ୍କୁ ଗୁଳି କରି ହତ୍ୟା..

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରର ଇଦ୍‌ଗାହ ଅଞ୍ଚଳରେ ଥିବା ଏକ ସ୍କୁଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଗୁଳି କରି ୨ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ସ୍କୁଲର ପ୍ରିନ୍ସପଲ ଶିକ୍ଷୟିତ୍ରୀ ସତିନ୍ଦର କୌର ଏବଂ ଶିକ୍ଷକ ଦୀପକ ଚାନ୍ଦ...

୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ଲୋକାର୍ପିତ…

ଋଷିକେଶ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବ୍ୟାପୀ ୩୫ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ର ଲୋକାର୍ପଣ କରିଛନ୍ତି। ଋଷିକେଶର ଏମ୍ସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର ୩୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାପନ କରାଯାଇଥିବା ଅକ୍ସିଜେନ୍‌ ପ୍ଲାଣ୍ଟକୁ ଭର୍ଚୁଆଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri