Tag Archives: Home Middle

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଯୁକ୍ତ ୩ କଟ୍‌ଅଫ୍‌ ମାର୍କ

ଭୁବନେଶ୍ୱର,୯।୯(ବ୍ୟୁରୋ): ଚଳିତ ବର୍ଷର ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଏହି ତାଲିକାରେ ସବୁଠୁ ଆଗରେ ରହିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ। ଭୂଗୋଳରେ କଟ୍‌ଅଫ୍‌ ମାର୍କ ୯୫.୨୦ ଥିବାବେଳେ, ପଦାର୍ଥ ବିଜ୍ଞାନରେ ୯୬.୪୦,...

ଆଇଆଇଏସ୍‌ସି ଦେଶର ସର୍ବଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ: ଶିକ୍ଷାମନ୍ତ୍ରୀ

ବେଙ୍ଗାଲୁରୁ,୯ା୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁରୁ ହେଉଛି ଦେଶର ସର୍ବୋତ୍ତମ ଗବେଷଣା ପ୍ରତିଷ୍ଠାନ। ସେହିପରି ଆଇଆଇଟି ମାଡ୍ରାସ ଦ୍ୱିତୀୟ ଶ୍ରେଷ୍ଠ ଏବଂ ଆଇଆଇଟି ବମ୍ବେ ଗବେଷଣା କ୍ଷେତ୍ରରେ ତୃତୀୟ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ତାଲିକାରେ ସ୍ଥାନ ପାଇଛି। ଶିକ୍ଷାମନ୍ତ୍ରୀଙ୍କ...

୬ ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ…

ନୂଆଦିଲ୍ଲୀ,୯।୯: ରାଜ୍ୟ ସଭାର ୬ ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ ଗୁଡ଼ିକ ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ଉଦ୍ଦିଷ୍ଟ। ଏହା ସହିତ...

ବିରୋଧୀଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ

ଭୁବନେଶ୍ୱର,୯ା୯(ବ୍ୟୁରୋ): ଗୁରୁବାର ମୌସୁମୀ ଅଧିବେଶନର ଶେଷଦିନ। ତଥାପି ସ୍ବାଭାବିକ ଭାବେ ଚାଲିପାରୁନି ଗୃହକାର୍ଯ୍ୟ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ଏବଂ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋ-ହଲ୍ଲା କରିଥିଲେ ବିରୋଧୀ। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଭାଜପା ଏବଂ...

ମଧ୍ୟ ଏସିଆ ସୁରକ୍ଷା ପାଇଁ ଭାରତ-ରୁଷିଆ ଏକଜୁଟ…

ନୂଆଦିଲ୍ଲୀ/ମସ୍କୋ,୯।୯: ଆଫଗାନିସ୍ତାନରେ ତାଲିବାନ ଦଖଲ କରିବା ପରଠାରୁ ମଧ୍ୟ ଏସିଆ ପ୍ରତି ବିପଦ ଦେଖାଦେଇଛି। ତାଲିବାନକୁ ହାତ ବାରିସି କରି ପାକିସ୍ତାନ ଏବଂ ତୁର୍କୀ ନିଜ ସ୍ବାର୍ଥ ହାସଲ ପାଇଁ ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବାର ଷଡ଼ଯନ୍ତ୍ର କରୁଛନ୍ତି।...

ସେବା ପାଇଁ ସରଞ୍ଜାମ ଅଭାବ

ଖମାର,୯ା୯(ଡି.ଏନ.ଏ.) କରୋନା ସମୟରେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମେଡିକାଲର ଭିତ୍ତିଭୂମି ସୁଦୃଢ଼ କରାଯାଉଛି। ଆବଶ୍ୟକସ୍ଥଳେ ଡାକ୍ତର ନିଯୁକ୍ତି ହେଉଛି। କିନ୍ତୁ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ମେଡିକାଲ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଦୀର୍ଘଦିନ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ...

ଏନ୍‌ଏଚ୍‌ରେ ଅବତରଣ କଲା ସୁଖୋଇ-ହରକ୍ୟୁଲେସ୍‌, ସୀମାରେ ବାୟୁସେନା ଘାଟି…

ବାଡ଼ମେର,୯।୯: ଦେଶରେ ପ୍ରଥମ ଜାତୀୟ ରାଜପଥକୁ ବାୟୁସେନାକୁ ପ୍ରଦାନ କରାଯାଇଛି। ଏବେ ଏଠାରେ ସୁଖୋଇ ଏବଂ ହରକ୍ୟୁଲେସ ଭଳି ଯୁଦ୍ଧ ବିମାନ ଅବତରଣ କରିହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ...

ତାଲିବାନ ପାଇଁ ଭଣ୍ଡାର ଖୋଲିଲା ଚାଇନା, ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା…

ବେଜିଂ,୯।୯: ତାଲିବାନ ପାଇଁ ଚାଇନା ନିଜର ଭଣ୍ଡାର ଖୋଲି ଦେଇଛି। ତାଲିବାନ ସଂଗଠନକୁ ସରକାର ଚଳାଇବା ପାଇଁ ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା କରିଛି। ଏହା ସହିତ ଚାଇନା ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ଯୋଗାଇବ ବୋଲି ପ୍ରତିଶ୍ରୁତି...

ଭାଜପା-ସିପିଆଇଏମ୍‌ ମୁହାଁମୁହିଁ…

ଗୋମତି,୯।୯: ତ୍ରିପୁରାର ଗୋମତି ଜିଲା ଉଦୟପୁର ସହରରେ ଭାଜପା ଏବଂ ସିପିଆଇଏମ୍‌ ସହିତ ଜଡ଼ିତ ଥିବା ଛାତ୍ର ସଂଗଠନ ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ (ଡିଓ୍ବାଇଏଫ୍‌ଆଇ) ମଧ୍ୟରେ ହିଂସକ ସଂଘର୍ଷ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଛାତ୍ର ସଂଗଠନ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ...

ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍‌-ଟର୍ମୋପ୍ରପ୍‌ ସି-୨୯୫ଏମ୍‌ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିଏସ୍‌) ମଞ୍ଜୁରୀ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ...

ତାଲିବାନ୍‌କୁ ମହିଳାଙ୍କ ଚ୍ୟାଲେଞ୍ଜ

କାବୁଲ, ୯ା୯: ସରକାର ଗଢ଼ିଲେ ମହିଳାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ସାମିଲ କରିବୁ। ଇସ୍‌ଲାମୀୟ ଆଇନ ଅନୁସାରେ ମହିଳାମାନେ ଅଧିକାର ଓ ସ୍ବାଧୀନତା ଉପଭୋଗ କରିବେ ବୋଲି କଥା ଦେଇଥିଲା ତାଲିବାନ୍‌। ହେଲେ ଆତଙ୍କବାଦୀ ସଙ୍ଗଠନ ସେପ୍ଟେମ୍ବର ୭ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri