Tag Archives: Home Middle

ମୃତ୍ୟୁ କ୍ଷେତ୍ର ପାଲଟିଛି ଏଲ୍‌ଓସି

ପୁଣେ, ୩୧।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା ଯବାନ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟରେ ସୀମାପାର ଗୁଳିମାଡ଼ରେ ଉଭୟ...

ଆଫଗାନ୍‌ ମାଟିରେ ଆମେରିକାର ଶେଷ ଦିନ

କାବୁଲ/ଓ୍ବାଶିଂଟନ୍‌, ୩୧ା୮: ଆଫଗାନିସ୍ତାନରେ ଦୁଇ ଦଶକର ଲମ୍ବା ଯୁଦ୍ଧ ଶେଷ କରିଛି ଆମେରିକା। ଅଗଷ୍ଟ ୩୧ ଡେଡ୍‌ଲାଇନ ପରେ ଆଫଗାନିସ୍ତାନ ମାଟିକୁ ନିଜ ଅକ୍ତିଆରରେ ଆଉ ରଖିପାରିବେନି ଆମେରିକା ସୈନ୍ୟ। ହେଲେ ବିଡମ୍ବନାର କଥା ଯେ, ଯେଉଁ ତାଲିବାନ୍‌କୁ ହରାଇବା...

ଆକାଶରୁ ଆକ୍ରମଣ ନିଷ୍ଫଳ କଲା ଆମେରିକା

କାବୁଲ, ୩୧ା୮: ଆଫଗାନିସ୍ତାନରୁ ଆମେରିକୀୟ ଓ ଏହାର ଆଫଗାନ୍‌ ସହଯୋଗୀଙ୍କୁ ଉଦ୍ଧାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବାବେଳେ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ବାଧା ଉପୁଜାଇବାକୁ ଚେଷ୍ଟା ଚଳାଇଛନ୍ତି। ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଗତ ୨୬ ତାରିଖ ଆତ୍ମଘାତୀ...

ଟୋକିଓରେ ପୁଣି ଉଡିଲା ତ୍ରିରଙ୍ଗା: ବିଶ୍ୱରେକର୍ଡ ସହ ସୁମିତ ଆଣିଲେ ସ୍ବର୍ଣ୍ଣ

ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସ ୨୦୨୦ରେ ସୋମବାର ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଅବନୀଙ୍କ ପରେ ଆଜି ସୁମିତ ଅନ୍ତିଲ ଭାରତ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଜାଭେଲିନ୍‌ ଥ୍ରୋର ପୁରୁଷ ଏଫ୍୬୪ କିଗ୍ରା ବର୍ଗରେ ସେ ସ୍ବର୍ଣ୍ଣ...

ପାରାଲିମ୍ପିକ୍ସରେ ପଦକ ହରାଇଲେ ବିନୋଦ…

ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସର ଡିସକସ୍‌ ଥ୍ରୋରେ ବ୍ରୋଞ୍ଜ୍‌ ପଦକ ବିଜେତା ହୋଇଥିବା ଭାରତର ବିନୋଦ କୁମାରଙ୍କୁ ଆଉ ପଦକ ମିଳିବ ନାହିଁ। ତାଙ୍କୁ ଯୋଗ୍ୟତା ବର୍ଗ ଅନୁସାରେ ଅଯୋଗ୍ୟ ଘୋଷିତ କରାଯାଇଛି। ବିନୋଦ ଏଫ୍‌-୫୨ ପୁରୁଷ ବର୍ଗରେ ପଦକ ହାସଲ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୦।୮: ପାକିସ୍ତାନର ଏକ ଷଡ଼ଯନ୍ତ୍ର ପୁଣି ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନଙ୍କ ପକ୍ଷରୁ ପଣ୍ଡ କରାଯାଇଛି। ସେନା ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଜଣକ...

୧୦୦ ଦେଶର ମିଳିତ ବିବୃତ୍ତି , ଆଫଗାନିସ୍ତାନରେ ଏୟାରଲିଫ୍ଟ ରହିବ ଜାରି…

ଓ୍ବାଶିଂଟନ/କାବୁଲ,୩୦।୮: ଆଫଗାନିସ୍ତାନରୁ ଏୟାରଲିଫ୍ଟ ନେଇ ଆମେରିକା ସମେତ ୧୦୦ଟି ଦେଶ ପକ୍ଷରୁ ମିଳିତ ବିବୃତ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଆଗାମୀ ଦିନରେ ମଧ୍ୟ ସମ୍ପନ୍ନ ହେବ। ତାଲିବାନ ପକ୍ଷରୁ ବିଭିନ୍ନ ଦେଶର...

୧୦ ଦିନରେ ୪୦ ଶିଶୁଙ୍କ ମୃତ୍ୟୁ…

ଲକ୍ଷ୍ନୌ,୩୦।୮: ଉତ୍ତରପ୍ରଦେଶ ଫିରୋଜାବାଦରେ ଭାଇରାଲ ଫିଭର ଏବଂ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏଥିରେ ଅଧିକ ସଂଖ୍ୟକ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଗତ ୧୦ ଦିନ ମଧ୍ୟରେ ଫିରୋଜାବାଦ ହସ୍ପିଟାଲରେ ୪୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ...

ସେପ୍ଟେମ୍ବର ୧ ରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୮: ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୧ଠାରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଦୀର୍ଘ ୧୭ମାସ ଧରି ସୁପ୍ରିମ୍‌କୋର୍ଟରେ ପୁଣି ସାଧାରଣ ଭାବେ ଶୁଣାଣି କରାଯିବ। ତେବେ ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଶୁଣାଣିର ବିକଳ୍ପ ମଧ୍ୟ ରହିବ ବୋଲି ଏସ୍‌ଓପି ଅଧିସୂଚନା ଜାରି କରାଯାଇଛି।...

ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୮: ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ କାମନା ଜଣାଉଛି। ଏହି ଉତ୍ସବ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର...

ମୌସୁମୀ ଅଧିବେଶନ ଲାଗି ଶାସକ-ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ଟାର୍ଗେଟ କରିବେ। ଆସନ୍ତା ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଭାଜପା ବିଧାୟକ...

ଇତିହାସ ରଚିଲେ ଅବନୀ

ଟୋକିଓ,୩୦।୮: ଭାରତର ଅବନୀ ଲେଖରା ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ମହିଳା ୧୦ ମିଟର ଏୟାର ଇଭେଣ୍ଟ ଏସ୍‌ଏଚ୍‌-୧ ରେ ସେ ଏହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ପାରାଲିମ୍ପିକ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri