Tag Archives: Home Middle

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ...

ବିଚାରପତିଙ୍କ ସୁରକ୍ଷା ନେଇ ଟାସ୍କ୍‌ ଫୋର୍ସ ଗଠନ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅସହମତି…

ନୂଆଦିଲ୍ଲୀ,୧୭।୮: ବିଚାରପତିମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଟାସ୍କ୍‌ ଫୋର୍ସ ଗଠନ ଦାବିକୁ କେନ୍ଦ୍ର ସରକାର ଅଯୌକ୍ତିକ କହିଛନ୍ତି। ଏଥିରେ ଅସହମତି ପ୍ରକାଶ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ରାଜ୍ୟମାନଙ୍କ ଦ୍ୱାରା ଏଭଳି ସ୍ବତନ୍ତ୍ର ଟାସ୍କ୍‌ ଫୋର୍ସ ଗଠନ...

ଜାମନଗର ପହଞ୍ଚିଲା ବାୟୁସେନା ସି-୧୭ ବିମାନ…

ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ବିମାନରେ ୧୫୦ ଜଣ ଦୂତାବାସ କର୍ମଚାରୀ ଅଶାନ୍ତ ଆଫଗାନିସ୍ତାନରୁ ସ୍ବଦେଶ ଫେରିଛନ୍ତି। ୨ ଜଣ...

କିଷାନ ସମ୍ମାନ ନିଧି ହେବ ୨ ଗୁଣା, ଚାଷୀଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର…

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କ ପାଇଁ ଖୁବ୍‌ ଶୀଘ୍ର ଦିଲ୍ଲୀରୁ ଖୁସି ଖବର ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ୨ ଗୁଣା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି।...

ଆଫଗାନିସ୍ତାନରେ ଯୌନ ଦାସତ୍ୱ ଆଶଙ୍କା ବଢ଼ିଲା…

କାବୁଲ,୧୭।୮: ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ଦ୍ୱାରା ମହିଳାମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଜୁଲାଇ ଆରମ୍ଭରେ, ସେ ତାଲିବାନ ସଦସ୍ୟଙ୍କ ସହିତ ଦେଶର ୧୫ ବର୍ଷ ବାଳିକାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ସ୍ବାମୀଙ୍କୁ ହରାଇ ଥିବା ୪୫ ବର୍ଷରୁ କମ...

୫ ମାସ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

ନୂଆଦିଲ୍ଲୀ,୧୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ୫ ମାସ ପରେ ସର୍ବନିମ୍ନ ହୋଇ ୩୦ ହଜାର ତଳେ ରହିଛି।...

ଦୂତାବାସ କର୍ମଚାରୀଙ୍କୁ ଧରି କାବୁଲ ଛାଡ଼ିଲା ଭାରତୀୟ ବାୟୁସେନା ବିମାନ…

କାବୁଲ/ନୂଆଦିଲ୍ଲୀ,୧୭।୮: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଭାରତୀୟ ବାୟୁସେନାର ସି -୧୭ ବିମାନ କାବୁଲ ବିମାନବନ୍ଦରରେ ଜାରି ରହିଥିବା ବିଶୃଙ୍ଖଳା ମଧ୍ୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ଭାରତ ଅଭିମୁଖେ ଯାତ୍ରା କରିଛି। କାବୁଲ ବିମାନବନ୍ଦରରେ ଆମେରିକାର ସୈନିକଙ୍କ ସୁରକ୍ଷା...

୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ...

ଲଡର୍‌ସ ଟେଷ୍ଟ ଜିତିଲା ଇଣ୍ଡିଆ

ଲଡର୍‌ସ,୧୬।୮: ପ୍ରଥମ ଟେଷ୍ଟରେ ବର୍ଷା ଇଂଲଣ୍ଡକୁ ବଞ୍ଚାଇ ଦେଇଥିଲା। କିନ୍ତୁ କ୍ରିକେଟର ଅନ୍ତୁଡିଶାଳ କୁହାଯାଉଥିବା ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୧ ରନ୍‌ରେ ହରାଇ ଦେଇଛି। ୨୭୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା...

ବିପୁଳ ଟଙ୍କା ଧରି ଓମାନରେ ଅଶ୍ରଫ୍‌ ଗନି

କାବୁଲ, ୧୬।୮: ତାଲିବାନ ଆତଙ୍କବାଦୀମାନେ ରବିବାର କାବୁଲରେ ପ୍ରବେଶ କରିବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍ରଫ ଗନି ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଯାଇଛନ୍ତି। ପ୍ରଥମେ ସେ ତାଜିକିସ୍ତାନ ଯାଇଥିଲେ। ତେବେ ସେଠାରେ ତାଙ୍କ ବିମାନକୁ ଅବତରଣ...

ଏହା କୌଣସି ମେଳାର ଚିତ୍ର ନୁହେଁ, ଆଫଗାନିସ୍ତାନ ଏୟାରପୋର୍ଟର ଅବସ୍ଥା

କାବୁଲ୍‌,୧୬ା୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ କବ୍‌ଜା କରିବା ପରେ ଲୋକେ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ସୋମବାର ସକାଳେ କାବୁଲ ଏୟାରପୋର୍ଟର ଏକ ଫଟୋ ସାମ୍ନାକୁ ଆସିଛି। ଯାହା ଦେଖିଲେ ଆଖିକୁ ବିଶ୍ୱାସ କରି ହେବନାହିଁ।...

କଥା ଦେଇ କଥା ରଖିଲେ ମୋଦି

ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍‌ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଖେଳାଳିଙ୍କ ସହ ଜଳଖିଆ ଖାଇଥିଲେ। ଏହାସହ ବ୍ୟାଡମିଣ୍ଟନରେ ବ୍ରୋଞ୍ଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri