Tag Archives: Home Middle

ମଜାର-ଏ-ଶରିଫରୁ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିବେ ଭାରତୀୟ ନାଗରିକ

କାବୁଲ,୧୦।୮:ଆଫଗାନିସ୍ତାନରେ ଉପୁଜିଥିବା ହିଂସା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତ ସରକାର ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନର ମଜାର-ଏ-ଶରିଫ ସହର ସ୍ଥିତ ବାଣିଜ୍ୟ ଦୂତାବାସରେ କାର୍ଯ୍ୟରତ ଥିବା ସମସ୍ତ ଭାରତୀୟ କର୍ମଚାରୀ, ଅଧିକାରୀ ଓ...

ଗ୍ୟାସ୍‌ ସଂଯୋଗ ପାଇଁ ଏବେ ସେଲ୍ଫ ଡିକ୍ଲେରେଶନ୍‌ ପର୍ଯ୍ୟାପ୍ତ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ-୨.୦ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏଲପିଜି ସଂଯୋଗ ହସ୍ତାନ୍ତର କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।...

୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି ବ୍ୟକ୍ତି ଜମ୍ମୁ-କଶ୍ମୀରରେ ଜମି କିଣି ପାରିବେ। ମଙ୍ଗଳବାର ଦିନ ସରକାରଙ୍କୁ ସଂସଦରେ ପଚରାଯାଇଥିବା...

୨୦୨୮ ଅଲିମ୍ପିକ୍ସ୍‌ରେ ହେବ ଚୌକା-ଛକା ମାଡ଼, କ୍ରିକେଟ ହେବ ସାମିଲ୍‌…

ନୂଆଦିଲ୍ଲୀ,୧୦।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ବୃହତ ସଫଳତା ପରେ, ବର୍ତ୍ତମାନ ସମସ୍ତଙ୍କ ଆଖି ଆଗାମୀ ଅଲିମ୍ପିକ୍ସ ଉପରେ କେନ୍ଦ୍ରୀତ ହୋଇଛି। ଏହି ସମୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୮ ମସିହାରେ ଅନୁଷ୍ଠିତ...

ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ…

ନୂଆଦିଲ୍ଲୀ,୧୦।୮: ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ହାଇକୋର୍ଟଙ୍କ ଅନୁମତି ବିନା ଅନୁମତିରେ ଏମ୍‌ପି...

ବଢିଲା ଯୁକ୍ତ ଦୁଇ ସିଟ୍‌: ୧୨ରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆସନ୍ତା ୧୨ ତାରିଖରୁ ସାମ୍ସ ପୋର୍ଟାଲ ଖୋଲିବ ଓ...

ବିପଦ ଆସୁଛି ମାଡ଼ି, ୭୯ ବର୍ଷ ମଧ୍ୟରେ ଦେଶର ୧୨ ସହର ସମୁଦ୍ରରେ ଯିବ ବୁଡ଼ି…

ନୂଆଦିଲ୍ଲୀ,୧୦।୮: ଦେଶର ୧୨ଟି ସହର ଉପରେ ବିପଦ ମାଡ଼ି ଆସୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୭୯ ବର୍ଷ ମଧ୍ୟରେ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର ସମୁଦ୍ରରେ ବୁଡ଼ିଯିବ। ସହରରେ ୩ ଫୁଟର ସମୁଦ୍ର ପାଣି ପ୍ରବାହିତ ହେବ। ମେରୁ...

ପ୍ରାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ପଡ଼ିବ ଅପରାଧିକ ମାମଲା ସୂଚନା…

ନୂଆଦିଲ୍ଲୀ,୧୦।୮: ରାଜନୈତିକ ଅପରାଧୀକରଣ ସହ ଜଡିତ ଥିବା ଏକ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ପ୍ରାର୍ଥୀ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାମଲାରେ ୬ ଗିରଫ…

ନୂଆଦିଲ୍ଲୀ,୧୦।୮: ଅଗଷ୍ଟ ୮ ରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଭାରତ ଜୋଡୋ ଆନ୍ଦୋଳନ ସମୟରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ସ୍ଲୋଗାନ ଦେଇଥିବା ଅଭିଯୋଗରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ପୋଲିସ ଗିରଫ କରିଛି। ଅଗଷ୍ଟ ୯ ବିଳମ୍ବିତ...

ଖୁସି ଖବର, ଦୈନିକ ସଂକ୍ରମଣ ୩୦ ହଜାର ତଳେ…

ନୂଆଦିଲ୍ଲୀ,୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।...

୧୨୨ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା…

ନୂଆଦିଲ୍ଲୀ,୧୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶରେ ୧୨୨ ଜଣ ରାଜନେତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରହିଛି। ସେମାନଙ୍କ ମଧ୍ୟରେ ବର୍ତ୍ତମାନ ଏବଂ ପୂର୍ବତନ ଏମ୍‌ପି ତଥା ବିଧାୟକଙ୍କ ନାମ ରହିଛି। ଇଡି...

ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆହତ ଯବାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ କଶ୍ମୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri