Tag Archives: Home Middle

ଓଡ଼ିଶାରେ ଡେଲଟା ପ୍ଲସ

ଭୁବନେଶ୍ୱର,୨୫।୬: ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଦେଶରେ ଡେଲଟା ପ୍ଲସ ମାମଲା ୪୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୨୦ ଡେଲଟା ପ୍ଲସ ମାମଲା...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ: ପାସ ହାର ରହିଛି ୯୭.୮୯%; ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିପାରିବେ ମାର୍କ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। କରୋନା ଯୋଗୁ ପରୀକ୍ଷା ହୋଇପାରି ନ ଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଶୁକ୍ରବାର ଅପରାହ୍ନରେ ଏହାକୁ ପ୍ରକାଶ କରାଯାଇଛି। ଏଥିରେ ରେଗୁଲାର୍‌ରେ ପାସ...

ୟୁଜି-ପିଜି ପରୀକ୍ଷା, ଜଣେ ପିଲାଙ୍କୁ ଜଣେ ଶିକ୍ଷକଙ୍କ ଦାୟିତ୍ୱ

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଶୁକ୍ରବାର ଏକ ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି। ଭର୍ଚୁଆଲ ବୈଠକରେ ଜୁଲାଇ କିମ୍ବା ଅଗଷ୍ଟ ପରେ କିଭଳି ପରୀକ୍ଷା କରାଯିବ ସେନେଇ ରାଜ୍ୟ ଉଚ୍ଚଶିକ୍ଷା...

ଉହାନ ଲାବ୍‌ ପ୍ରଘଟ ସୂତ୍ର ବିଶ୍ୱସନୀୟ ହେଲା କିପରି

ଓ୍ବାଶିଂଟନ,୨୫।୬: କରୋନା ମହାମାରୀ ସାରା ବିଶ୍ୱରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। ତେବେ ଏହି ଭୂତାଣୁର ମୂଳ ଉତ୍ସ ଏବେ ବି ରହସ୍ୟାବୃତ ହୋଇ ରହିଛି। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଡବ୍ଲ୍ୟୁଆଇଭି)ରୁ ଏହି ଭୂତାଣୁର ଉତ୍ପତ୍ତି...

କଶ୍ମୀରକୁ ଫେରିବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୨୫।୬(ପି.ଟି.): ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ବର୍ତ୍ତମାନ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚାଲିଥିବା କସରତ ଉପତ୍ୟକାରେ ନିର୍ବାଚନ ପ୍ରକ୍ରିୟା ପାଇଁ ବାଟ ଫିଟାଇବ। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଭୋଟ ପରେ...

ଆଜି ମାଟ୍ରିକ ପରୀକ୍ଷାଫଳ

କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି। ଅପରାହ୍ନ ୪ଟା ବେଳେ କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ...

ଆହୁରି ୩ ଦିନ ବର୍ଷା

ଭୁବନେଶ୍ବର,୨୪।୬: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ସତର୍କ ସୂଚନା...

ଦୁଗ୍ଧ ଚାଷୀଙ୍କୁ ମିଳିବ ୬୦୦୦ ଟଙ୍କା

ଭୁବନେଶ୍ୱର,୨୪।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ଗୁରୁବାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି । ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ବାବଦକୁ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।...

‘ନିର୍ଭୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ ଲଞ୍ଚ୍‌ ପ୍ୟାଡ୍‌ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୪୩ ମିନିଟ୍‌ରେ ଦୂରଗାମୀ ସବ୍‌ସୋନିକ କ୍ରୁଜ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ ହୋଇଛି। ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର।...

ଫାଇଜର-ମର୍ଡେନା ଭାକ୍ସିନ୍‌କୁ ନେଇ ଆତଙ୍କ, ଯୁବବର୍ଗଙ୍କଠାରେ ସୃଷ୍ଟି ହେଉଛି ହାର୍ଟ ସମସ୍ୟା …

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଭିନ୍ନ ଦେଶରେ ସାର୍ବଜନୀକ ଭାକ୍ସିନ୍‌ ପ୍ରଦାନ ଅଭିଯାନ ଜାରି ରହିଛି। ତେବେ ଦିଆଯାଉଥିବା ଭାକ୍ସିନ୍‌ ଯୋଗୁ ଯୁବବର୍ଗଙ୍କଠାରେ ହାର୍ଟ...

ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୨୪ା୬: ପବିତ୍ର ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କୁ ଗଜ ବେଶରେ ଦେଖିବାକୁ ମିଳିଛି। ଜ୍ୟେଷ୍ଠ ପୂର୍ଣ୍ଣିମାର ଅବସରରେ ମହାପ୍ରଭୁ ଗଜବେଶ ବା ହାତୀବେଶରେ ସଜ୍ଜିତ ହୋଇଛନ୍ତି। ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଏହି ବେଶରେ...

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ତେବେ ୬ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯାଇଛି। ପରୀକ୍ଷାକୁ ବାତିଲ କରିଥିବା ସମସ୍ତ ରାଜ୍ୟର ଦ୍ୱାଦଶ ବୋର୍ଡ ୧୦ ଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri