Tag Archives: Home Middle

ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର,୨।୪(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ରାଜଭବନ ଯାଇଛନ୍ତି। ସେଠାରେ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୪.୪୫ ମିନିଟ୍‌ରେ ରାଜଭବନରୁ ବାହାରି...

ଆଉ ୮ ମାସ ଚାଲିବ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ, ୧।୪: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଆଉ ୮ ମାସ ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌ ଗୁରୁବାର କହିଛନ୍ତି। ମେ’ ୧୦ ପର୍ଯ୍ୟନ୍ତ ଚାଷୀମାନେ ଗହମ ଅମଳରେ ବ୍ୟସ୍ତ...

ପଶ୍ଚିମବଙ୍ଗରେ ୮୦.୪୩, ଆସାମରେ ୭୩.୦୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୧।୪: ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଥିବା ନିର୍ବାଚନ ଆୟୋଗ (ଇସି) ପକ୍ଷରୁ କୁହାଯାଇଛି। ଦୁଇଟି ରାଜ୍ୟରେ ୬୯ଟି ଆସନ ପାଇଁ ୨୧,୧୧୨ ବୁଥ୍‌ରେ ଗୁରୁବାର ଚାଲିଛି ମତଦାନ। ସନ୍ଧ୍ୟା...

ରାଜଧାନୀ ଭୁବନେଶ୍ୱର ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବରେ ସ୍ଥାନିତ କରାଯାଇଛି। ବୁଧବାର ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ...

ଟିକା ନେବା ପରେ ବି ୧୪ ଡାକ୍ତର କରୋନା ପଜିଟିଭ୍‌

ରୋହତକ,୧।୪: କରୋନାର ଦୋହରା ମାଡ଼ରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ହରିୟାଣାରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ରୋହତକ ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ୨୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍ତ୍ରୀରୋଗ ବିଭାଗର ଡାକ୍ତରମାନଙ୍କ ନୁମୁନା ପରୀକ୍ଷା...

ପ୍ରତିଦିନ କରୋନା ଟିକା

ନୂଆଦିଲ୍ଲୀ,୧।୪: ଗୁରୁବାରଠାରୁ ୪୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କଙ୍କୁ କରୋନା ଟିକାଦାନ ଆରମ୍ଭ ହୋଇଛି। ଏପ୍ରିଲ୍‌ରେ ମାସ ସାରା ସବୁଦିନ ଟିକାକରଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସରକାରୀ ଛୁଟି ଦିନ...

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ଶିମଲା,୧।୪: କରୋନା ସଂକ୍ରମଣ ଯୋଗୁ ଦେଶର ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସରକାରଙ୍କ...

ଭଡ଼ାଟିଆ ନୁହନ୍ତି ମାଲିକ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧।୪: ଭଡ଼ାରେ ରହୁଥିବା ଭଡ଼ାଟିଆ ଏବେ ଆଉ ଘର ଛାଡ଼ିବା ପାଇଁ ମାଲିକଙ୍କୁ ନାଲି ଆଖିଦେଖାଇ ଆଇନର ଆଶ୍ରୟ ନେଇପାରିବେ ନାହିଁ। ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଭଡ଼ାଟିଆ କେବଳ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି...

ଭାଜପାର ନିର୍ବାଚନୀ ଥୋପ: ଚାଷୀଙ୍କ ଖାତାକୁ ୨୦୦୦

ନୂଆଦିଲ୍ଲୀ,୧।୪: ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭୋଟରଙ୍କୁ ହାତେଇବା ଲାଗି ଗୁରୁବାର ନିର୍ବାଚନୀ ଥୋପ ପକାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ୍‌ ପହିଲାରେ ଚାଷୀଙ୍କ...

ଅଠେଇଶରେ ଅଧୁରା ଅନୁଗୋଳ

ଅନୁଗୋଳ ଅଫିସ,୧ା୪: ୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୨୭ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜ ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ବିଶେଷକରି ଶିଳ୍ପାୟନରେ ଅନୁଗୋଳ ଜାତୀୟ...

୭୨ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧।୪: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଦେଶରେ ଲଗାତାର ଗତ ୬ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ...

ସୁଧୁରୁଛି ସମ୍ପର୍କ

ନୂଆଦିଲ୍ଲୀ/ଇସ୍‌ଲାମବାଦ,୧ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିପକ୍ଷ ଇମ୍ରାନ ଖାନଙ୍କୁ ମାର୍ଚ୍ଚ ୨୨ରେ ଚିଠି ଲେଖି ପାକିସ୍ତାନ ଦିବସର ଶୁଭକାମନା ଜଣାଇବା ସହ କରୋନାରୁ ଶୀଘ୍ର ଆରୋଗ୍ୟ ହେବାକୁ କାମନା କରି ଟୁଇଟ୍‌ କରିଥିଲେ। ମୋଦିଙ୍କ ଶୁଭେଚ୍ଛାର ଉତ୍ତର ରଖିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri