Tag Archives: Home Middle

କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼, ମହିଳାଙ୍କୁ ମାସିକ ମିଳିବ ୮,୫୦୦ ଟଙ୍କା: ଓଡ଼ିଶାରେ ରାହୁଲଙ୍କ ୫ ଗ୍ୟାରେଣ୍ଟି

ଭୁବନେଶ୍ୱର,୩।୫: ଶୁକ୍ରବାର ରାୟଗଡ଼ା ସମାବେଶକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି। କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି...

ନାମାଙ୍କନପତ୍ର ଦାଖଲ କଲେ ରାହୁଲ

ଲକ୍ଷ୍ନୌ,୩ା୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ରାଏବରେଲି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲଟ ଉପସ୍ଥିତ ଥିଲେ। ଆଜି ସକାଳେ କଂଗ୍ରେସ...

ଶନିବାର ଓଡ଼ିଶା ଆସିବେ ଜୟଶଙ୍କର

ଭୁବନେଶ୍ୱର,୩।୫: ଶନିବାର ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ୪ ଓ ୫ ଦୁଇଦିନ ରହିବେ। ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ୫ରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା...

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ୍‌ ଦେବାରୁ ସେ ବିଜେଡି ଛାଡ଼ିଥିଲେ। ବିଜେଡି ଟିକେଟ୍‌ରେ...

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ରାଲିରେ ସମ୍ବୋଧିତ...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ଭର୍ତ୍ତୃହରି ଆଜି କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିବାକୁ ପଡିଥିଲା। ୟୁଏଇରେ ପ୍ରବଳ ବର୍ଷା...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଜେଡିର ରାଜ୍ୟ ସଭା ସଦସ୍ୟ ଭାବେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ ମୁଁ ନିର୍ବାଚନ ଲଢ଼ିବି। ବରୀବାସୀ ମୋ’ ବଳ। ଦଳ ମୋ’ ପାଇଁ ବଡ଼...

କିଏ ସେହି କେ.ଏଲ୍‌ ଶର୍ମା, ଯାହାଙ୍କୁ ଆମେଠିରୁ ଟିକେଟ୍‌ ଦେଲା କଂଗ୍ରେସ

ଲକ୍ଷ୍ନୌ,୩ା୫: କଂଗ୍ରେସ କମିଟି (ଏଆଇସିସି) ଆମେଠି ଏବଂ ରାଏବରେଲି ଆସନରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଶୁକ୍ରବାର ସ୍ପଷ୍ଟ କରିଛି। କଂଗ୍ରେସ ଆମେଠି ବଦଳରେ ରାଏବରେଲି ଆସନରୁ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିବାରୁ ଏହା ଆଶ୍ଚର୍ଯ୍ୟଜନକ ହୋଇଛି। ରାହୁଲ ଆମେଠିରୁ...

ଓଡ଼ିଶା ଆସିବେନି ରାହୁଲ

ନୂଆଦିଲ୍ଲୀ,୩ା୫: ଶୁକ୍ରବାର ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଆଜି ରାହୁଲ ରାୟଗଡ଼ା ଗସ୍ତରେ ଆସି ଏକ ସମାବେଶରେ ସମ୍ବୋଧିତ କରିଥାନ୍ତେ। ମାତ୍ର ଏହି ଗସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛି କଂଗ୍ରେସ। ରାଏବରେଲିରୁ ରାହୁଲ...

ଶେଷରେ ସବୁ ଚର୍ଚ୍ଚାର ଘଟିଲା ଅନ୍ତ: ରାଏବରେଲି-ଆମେଠିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୩।୫: ନାମାଙ୍କନପତ୍ରର ଶେଷ ଦିନରେ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇଟି ଆସନରେ ନାମାଙ୍କନ ପାଇଁ ଶେଷ ଦିନ ଆଜି ଅର୍ଥାତ୍‌ ଶୁକ୍ରବାର। ଏଭଳି ପରିସ୍ଥିତିରେ ଶେଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri