Tag Archives: Home Middle

ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୧।୩ : ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି ମହାଦୀପ। ପ୍ରଭୁ ଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୯.୩୩ରେ ମହାଦୀପ ଉଠିଥିଲା। ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ...

ଶସ୍ତାରେ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସରକାର ଗୁରୁବାର କୋଭିଡ-୧୯ ଟିକାର ନୂଆ ଦର ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଖବରତାଦା ସମ୍ମିଳନୀରେ କେନ୍ଦ୍ର ସରକାର କୋଭିଡ ଟିକାର ମୂଲ୍ୟ ସଂଶୋଧନ କରିଥିବା ସୂଚନା ଦେଇଥିଲେ। ପୂର୍ବରୁ ଟିକାର...

ଜଙ୍ଗଲ ନିଆଁ ପ୍ରଭାବ: ସୀମାନ୍ତବର୍ତ୍ତୀ ଗାଁ ଧୂଆଁମୟ

ପାଟଣା,୧୧।୩: ଗତ କିଛିଦିନ ଧରି ମୟୂରଭଞ୍ଜ ଜିଲା ଶିମିଳିପାଳ ବନାଞ୍ଚଳ ନିଆଁରେ ଜଳୁଥିବା ବେଳେ ଏହାର ପ୍ରଭାବରେ ତତ୍‌ସଂଲଗ୍ନ କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇପଡିଛି। ଧୂଆଁ ଏବେ ଅଞ୍ଚଳରେ କୁହୁଡିର ଭ୍ରମ ସୃଷ୍ଟି କରୁଛି।...

ଭାରତରେ ୪ ଲକ୍ଷରୁ ଅଧିକ ଭିକାରି

ନୂଆଦିଲ୍ଲୀ,୧୧।୩: ଦେଶରେ ଭିକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଦେଶରେ ୪ ଲକ୍ଷରୁ ଅଧିକ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ହଜାର ୨୪୪ ଜଣ ଭିକାର ରହିଛନ୍ତି। ଲାକ୍ଷାଦ୍ୱୀପରେ ସର୍ବନିମ୍ନ ୨ ଜଣ ଭିକାରି ଅଛନ୍ତି।...

ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ପୂରଣ ସହଜ ହୋଇପାରିବ। ଏସବୁ ସମ୍ପତ୍ତି...

ଅନନ୍ତନାଗରେ ଏନ୍‌କାଉଣ୍ଟର: ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେନା, ସିଆର୍‌ପିଏଫ୍‌ ଏବଂ କାମୀର ଜୋନ୍‌ ପୋଲିସ ଦ୍ୱାରା ସ୍ଥାନୀୟ ବିଜ୍‌ବେହାରା ଅଞ୍ଚଳର କାନ୍ଦିପୋରାରେ ହୋଇଥିବା ସର୍ଚ୍ଚ...

ଯୁବବର୍ଗ ପଢ଼ନ୍ତୁ ଗୀତା: ମୋଦି

ନୂଆଦିଲ୍ଲୀ,୧୧।୩: ଗୀତା ମନୁଷ୍ୟଙ୍କୁ ପରୋପକାର କରିବାର ମାର୍ଗ ପ୍ରଦର୍ଶିତ କରାଇଥାଏ। ମାନବତାର କଲ୍ୟାଣ ପାଇଁ କିଛି ନୂଆ କରିବା ଲାଗି ଗୀତା ପ୍ରେରଣା ଦେଇଥାଏ। ଭିଡ଼ିଓ କନଫରେନ୍ସିଂରେ ସ୍ବାମୀ ଚିଦ୍‌ଭାବାନନ୍ଦଙ୍କ ଶ୍ରୀମଦ୍‌ ଭଗବଦ୍‌ ଗୀତାର କିଣ୍ଡଲେ ଭର୍ସନର ଶୁଭାରମ୍ଭ ଅବସରରେ...

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ଟପିଲା

ନୂଆଦିଲ୍ଲୀ,୧୧।୩: ଦେଶରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର,...

ଜାତୀୟ ରାଜପଥ-୧୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଆଗ୍ରା,୧୧।୩: ଉତ୍ତରପ୍ରଦେଶ ଆଗ୍ରାର ଜାତୀୟ ରାଜପଥ-୧୯ରେ ଗୁରୁବାର ଭୋର୍‌ ୫ଟା ୧୫ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଥିବା ପୋଲିସ...

ଦେଶବାସୀଙ୍କୁ ମହାଶିବରାତ୍ରୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୩: ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାଶିବରାତ୍ରୀ ସମଗ୍ର ମାନବ ଜଗତ ପାଇଁ କଲ୍ୟାଣକାରୀ ହେଉ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ମହାଶିବରାତ୍ରୀର...

ଖେଳ ଆରମ୍ଭ

କୋଲକାତା,୧୧ା୩: ନନ୍ଦିଗ୍ରାମ ବିଧାନସଭା ଆସନରୁ ମୋ ବିଜୟ ନେଇ ମୁଁ ଦୃଢ଼ ନିଶ୍ଚିତ। ମୁଁ ଭବାନୀପୁର ନିର୍ବାଚନମଣ୍ଡଳୀରୁ ସହଜରେ ଜିତି ପାରିଥାଆନ୍ତି। କିନ୍ତୁ ଗତ ଜାନୁୟାରୀରେ ନନ୍ଦିଗ୍ରାମ ଆସିଥିବାବେଳେ ସ୍ଥାନୀୟ ବିଧାୟକ ଇସ୍ତଫା ଦେଇଥିବାରୁ ଏହି ଆସନ ବିଧାୟକଶୂନ୍ୟ ହୋଇଯାଇଥିଲା।...

ପହଞ୍ଚତ୍ପାରୁନି ପାଇପ୍‌ ପାଣି

ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍‌ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ ବଡ଼ ପ୍ରକଳ୍ପମାନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri