Tag Archives: Home Middle

ଦିଲ୍ଲୀରୁ ଆସିଲା ଖୁସି ଖବର: ଜାନୁୟାରୀ ସୁଦ୍ଧା ଭାରତରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ,୩।୧୨: ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି। ଜାନୁୟାରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସ୍‌ର ନିର୍ଦ୍ଦେଶକ ଡ.ରଣଦୀପ୍‌ ଗୁଲେରିଆ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶରେ କରୋନା...

ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ, +୨ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନ୍‌ରେ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି। ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍‌ରେ ହିଁ ହେବ। ଅଫ୍‌ଲାଇନ୍‌ରେ ପରୀକ୍ଷା ପାଇଁ...

ଦେଶ ଲଢୁଛି ୨ଟି ଲଢ଼େଇ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୩।୧୨: ସମ୍ପ୍ରତି ଦେଶ ଏକା ସମୟରେ ୨ଟି ଲଢ଼େଇ ଲଢୁଛି। ଦେଶ ଭିତରେ ଗୋଟିଏ ଲଢ଼େଇ କରୋନା ମହାମାରୀ ବିରୋଧରେ ଜାରି ରହିଛି। ସେହିପରି ଭାରତ ଚାଇନା ସୀମା(ଏଲ୍‌ଏସି)ରେ ମଧ୍ୟ ଲଢ଼େଇ ଭଳି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଚାଇନା...

ଅନ୍ନଦାତାଙ୍କ ରୋଷ: ଏନ୍‌ଏଚ୍‌-୯ ଅବରୋଧ, ସରକାରଙ୍କ ପାଖରେ ୩ ବିକଳ୍ପ

ନୂଆଦିଲ୍ଲୀ,୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ପଞ୍ଜାବ ଏବଂ ହରିୟାଣାର ଚାଷୀ ଦିଲ୍ଲୀ ମୁହାଁ ହୋଇଥିବାବେଳେ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ ନ କରାଇବା ଲାଗି ସୀମାକୁ ସିଲ୍‌ କରିଦିଆଯାଇଛି। ଫଳରେ ଚାଷୀମାନେ ଏନ୍‌ଏଚ୍‌-୯ ଅବରୋଧ...

ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୨(ବ୍ୟୁରୋ)-ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅନୁଯାୟୀ ମନ୍ଦିର ପରିଚାଳନା କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଏହି ନୂତନ ଆଇନ ଦ୍ୱାରା...

ବଡ଼ ଘୋଷଣା: ସବୁ ଜରୁରୀ ସହାୟତା ପାଇଁ ଏଣିକି ଡାଏଲ କରିବେ ‘୧୧୨’

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି...

ଆସନ୍ତା ସପ୍ତାହରୁ ଦିଆଯିବ କରୋନା ଟିକା: ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ବ୍ରିଟେନରେ ମଞ୍ଜୁରୀ

ଲଣ୍ଡନ,୨।୧୨: ବ୍ରିଟେନରେ ଆସନ୍ତା ସପ୍ତାହରୁ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ୱାରା ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ବ୍ରିଟେନ୍‌ରେ କରୋନା...

ଜନ ଗଣ ମନ… ବଦଳାଇବା ପାଇଁ ଦାବି

ନୂଆଦିଲ୍ଲୀ,୨।୧୨: ରାଷ୍ଟ୍ର ଗାନ ଜନ ଗଣ ମନ…କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଇତି ମଧ୍ୟରେ ସ୍ବାମୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠିକୁ...

ଗଲଓ୍ବାନ ଘାଟି ହିଂସା ଷଡ଼ଯନ୍ତ୍ର ରଚିଥିଲା ଚାଇନା: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୧୨: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ଘଟିଥିବା ହିଂସା ନେଇ ଆମେରିକା ସଂସଦର ଏକ ଶୀର୍ଷ କମିଟି ପକ୍ଷରୁ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆମେରିକାର ଚାଇନା ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ(ୟୁଏସ୍‌ସିସି)...

ସରୁନି ଦୁଃଖ: ତାମିଲ୍‌ନାଡୁ ମୁହାଁ ସାମୁଦ୍ରିକ ଝଡ଼ ‘ବୁରେଭି’

ଚେନ୍ନାଇ,୨।୧୨: ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ‘ନିଭାର’ ଯୋଗୁ ତାମିଲନାଡୁ, କେରଳ, ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ପୁଣି ବଙ୍ଗୋପସାଗରରେ ସାମ୍ରଦିକ ଝଡ଼ ‘ବୁରେଭି’ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଡିସେମ୍ବର ୩ ସକାଳେ ଏହା...

ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ୩୬ ବର୍ଷ ପରେ ବି ମିଳିନି ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୬ ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ...

ବ୍ରହ୍ମପୁତ୍ରରେ ଡ୍ୟାମ୍‌ ଲାଗି ଭାରତର ଯୋଜନା

ନୂଆଦିଲ୍ଲୀ, ୨।୧୨(ପି.ଟି.): ବ୍ରହ୍ମପୁତ୍ର ନଦୀରେ ଚାଇନା ପକ୍ଷରୁ ଡ୍ୟାମ୍‌ କରାଯିବା ଲାଗି ଯୋଜନା ଚାଲିଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଏକ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶରେ ଭାରତ ୧୦ ଗିଗାଓ୍ବାଟ୍‌ ହାଇଡ୍ରୋପାଓ୍ବାର ପ୍ରକଳ୍ପ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri