Tag Archives: Home Middle

ସୁକମାରେ ଆଇଇଡ଼ି ବିସ୍ଫୋରଣ: ଜଣେ ଯବାନ ଶହୀଦ୍‌, ୧୦ କମାଣ୍ଡୋ ଆହତ

ସୁକମା,୨୯।୧୧: ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ୧୦ କମାଣ୍ଡୋ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁକମାର ତାଡ଼ମେଟଳା ଅଞ୍ଚଳରେ ୨୦୬...

ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବିଜେଡିରୁ ବହିଷ୍କୃତ ହେଲେ ଗଞ୍ଜାମ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବହିଷ୍କାର କରାଯାଇଛି।...

ହିମାଳୟରେ ଚାଇନାର ଏସ୍‌ସିଏସ୍‌ କୌଶଳ

ନୂଆଦିଲ୍ଲୀ, ୨୯।୧୧: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)କୁ ନିଜର ବୋଲି ଦାବି କରି ସେଠାରେ ଆଧିପତ୍ୟ ଜାହିର କରୁଥିବା ବେଜିଂ ଏବେ ହିମାଳୟ ଅଞ୍ଚଳରେ ଅନୁରୂପ କୌଶଳ ଆପଣାଉଥିବା ଦେଖାଯାଇଛି। ପଡୋଶୀ ଦେଶର ସାର୍ବଭୌମତ୍ୱ ଦାବିକୁ ଅଣଦେଖା କରି ଚାଇନା...

ପରୀ ହତ୍ୟା ମାମଲା: ତଦନ୍ତ କରିବ ଏସ୍‌ଆଇଟି

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ନୟାଗଡ଼ ଜିଲାର ୫ବର୍ଷର ଶିଶୁ କନ୍ୟା ପରୀ ହତ୍ୟା ମାମଲାର ତଦନ୍ତ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ ଟିମ୍‌(ଏସ୍‌ଆଇଟି) ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଦ୍ୱାରା କରାଯିବ। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯିବ ବୋଲି ଶନିବାର ସଂସଦୀୟ ବ୍ୟାପାର ମନ୍ତ୍ରୀ...

ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ ଟିକା ନେବା ପରେ ଆଉ ଚିକିତ୍ସାଳୟ ଯିବା ଠିକ୍‌ ନୁହେଁ। ଏହିି ଭୟାନକ...

ଶ୍ରଦ୍ଧାଳୁଙ୍କୁ ଶିବଗଙ୍ଗା ମନା

ଆରଡ଼ି,୨୯।୧୧(ଡି.ଏନ.ଏ.)-ଭଦ୍ରକ ଜିଲାର ଅନନ୍ୟ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ବିଜେସ୍ଥଳ ଆରଡ଼ିର ଶିବଗଙ୍ଗା ପୁଷ୍କରିଣୀରେ ଏବର୍ଷ କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇପାରିବେ ନାହିଁ। ରାହାସ ପୂର୍ଣ୍ଣିମାରେ ପୀଠକୁ ଭକ୍ତମାନଙ୍କ ଆଗମନରେ ରୋକ ଲଗାଇଛି ଜିଲା ପ୍ରଶାସନ। ଏଥିସହିତ ପୀଠରେ...

ଡିସେମ୍ବରରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ)- କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସଗୁଡିକୁ ବାଦ ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଛି। କର୍ମଚାରୀମାନେ ରୋଷ୍ଟର ଡ୍ୟୁଟି କରୁଛନ୍ତି। ତେବେ ଆସନ୍ତା ଡିସେମ୍ବର ପହିଲାରୁ କଟକ ଓ...

ରାଜ୍ୟରେ ସୁସ୍ଥ ହେଲେ ୮୦୨ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୮।୧୧।(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୮୦, କଟକରୁ ୭୦, ମୟୁରଭଞ୍ଜରୁ ୫୬, ଜଗତସିଂହପୁରରୁ ୫୧, ନୂଆପଡାରୁ ୪୯, ଅନୁଗୁଳରୁ ୪୩, କେନ୍ଦ୍ରାପଡାରୁ ୩୨,...

ଭୁବନେଶ୍ୱରରୁ ଆଜି ୪୩ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୩୪

ଭୁବନେଶ୍ୱର,୨୮ ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୩୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ...

କରୋନା ଭ୍ୟାକ୍ସିନକୁ ନେଇ ସମୀକ୍ଷା କଲେ ମୋଦି

ଅହମଦାବାଦ,୨୮ ।୧୧: କରୋନା ଭାଇରସ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ବା ଟିକା ସମ୍ପର୍କରେ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୩ଟି ପ୍ରୟୋଗଶାଳା ଗସ୍ତ କରିଛନ୍ତି । ପ୍ରଥମେ ମୋଦି ଅହମଦାବାଦ ପହଞ୍ଚିଛନ୍ତି...

ଚାଇନାର ମିଥ୍ୟା ପ୍ରଚାର: ଭାରତ ଯୋଗୁ ବ୍ୟାପିଛି କରୋନା

ବେଜିଂ,୨୮।୧୧: ଚାଇନା ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି। ଉହାନ ସହର କରୋନାର ଏନ୍ତୁଡ଼ିଶାଳ ପାଲଟିଥିବାବେଳେ ଚାଇନା ଭାରତରୁ କରୋନାର ସଂକ୍ରମଣ ପୃଥିବୀରେ ବ୍ୟାପି ଥିବା ଭ୍ରମାତ୍ମକ ଖବର ପ୍ରସାର କରୁଛି। ଚାଇନାର ବୈଜ୍ଞାନିକ କହିଛନ୍ତି ଯେ,...

କଳା ଆଇନ ଫେରାଇ ନିଅ

ନୂଆଦିଲ୍ଲୀ,୨୮ା୧୧: କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ସମ୍ବଳିତ ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି ଜୋର୍‌ ଧରିଛି। କୃଷକମାନେ ଏହି ‘କଳା ଆଇନ’ ଫେରାଇନେବା ପାଇଁ କେନ୍ଦ୍ର ନିକଟରେ ଅଡ଼ିବସିଛନ୍ତି। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri