Tag Archives: Home Middle

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର,୬।୧୧(ବ୍ୟୁରୋ)-କରୋନା ମହାମାରୀର ଦିତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୬।୧୧(ବ୍ୟୁରୋ)-ଚଳିତ ବର୍ଷର ଓଜେଇଇ ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଓଜେଇଇ ରେଜଲ୍ଡ ପ୍ରକାଶିତ ହୋଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ଜଣ ଛାତ୍ରଙ୍କୁ ମିଳିଛି ୟେଲୋ ରାଙ୍କ। ଶୋଭିତ ପଟଲେ ବି.ଟେକ...

କରୋନା ମୃତ୍ୟୁସଂଖ୍ୟା ପୁଣି ଉପରମୁହାଁ: ଆଜି ନେଲା ଆଉ ୧୫ ଜୀବନ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସର୍ବାଧିକ ଖୋର୍ଦ୍ଧା...

ଆଜି ରାଜ୍ୟରେ ୧୪୯୪ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୧୪୯୪ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୮,୭୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୬୭ ଜଣ...

ଏବେ ଖୋଲିବନି ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଚଳିତମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ହୋଇଥିଲା ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ଟ୍ରମ୍ପ୍‌ ଯୁଗର ଅବସାନ

ଓ୍ବାଶିଂଟନ,୬ା୧୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ଜୋଶେଫ୍‌ ଆର୍‌ ବାଇଡେନ୍‌ ଜୁନିୟରଙ୍କଠାରୁ ପରାସ୍ତ ହୋଇଛନ୍ତି। ସମ୍ପୂର୍ଣ୍ଣ ଫଳାଫଳ ଆସିବା ବାକି ଥିଲେ ମଧ୍ୟ ଟ୍ରମ୍ପ୍‌ ଯେଉଁ ସ୍ଥିତିରେ ରହିଛନ୍ତି, ସେଠାରୁ ଉଠି ନିର୍ବାଚନ ଜିତିବା ଏକପ୍ରକାର ଅସମ୍ଭବ...

ସଂକ୍ରମଣ କମାଉଛି ଆଇଭର୍‌ମେକ୍ଟିନ୍‌

ଭୁବନେଶ୍ୱର,୬ା୧୧(ବ୍ୟୁରୋ):କୋଭିଡ୍‌-୧୯ ସଂକ୍ରମଣକୁ ଅନେକାଂଶରେ ରୋକିବାରେ ସହାୟକ ହେଉଛି ଆଇଭରମେକ୍ଟିନ ପ୍ରୋଫିଲାକ୍ସିସ୍‌ ଔଷଧ। ଆଇଭରମେକ୍ଟିନର ଦୁଇ ଡୋଜ୍‌ରେ ସଂକ୍ରମଣ ୭୩% ପର୍ଯ୍ୟନ୍ତ କମିଯାଉଥିବା ଭୁବନେଶ୍ୱର ଏମ୍‌ସ ଦାବି କରିଛି। କୋଭିଡ୍‌ ଚିକିତ୍ସା ଓ ଏହାର ପ୍ରତିକାର ଉପରେ ଏମ୍‌ସ ପକ୍ଷରୁ ସ୍ବାସ୍ଥ୍ୟକର୍ମୀଙ୍କୁ...

ବିଜୟ ପଥେ ବାଇଡେନ୍

ଓ୍ବାଶିଂଟନ/ନ୍ୟୁୟର୍କ,୫ା୧୧-ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ଜିତିବ ତାକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି। ଭୋଟ ଗଣତିର ଦ୍ୱିତୀୟ ଦିନରେ ବାଇଡେନ୍‌ ବିଜୟର ଧାରା ଅବ୍ୟାହତ ରଖି ବିଶ୍ୱର ସବୁଠୁ ହାଇପ୍ରୋଫାଇଲ୍‌ ଅଫିସ୍‌ ପଥରେ ଅଗେଇ ଚାଲିଛନ୍ତି। ରାଷ୍ଟ୍ରପତି...

ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ବିଜେଡିରୁ ସସ୍‌ପେଣ୍ଡ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

ଜାତିସଂଘରେ ଭାରତର ପ୍ରସ୍ତାବକୁ ସମର୍ଥନ: ଆତଙ୍କବାଦ ବିରୋଧରେ ୭୫ ଦେଶ ଏକଜୁଟ

ଜେନେଭା,୫।୧୧: ଆତଙ୍କବାଦ ବିରୋଧରେ ଜାତିସଂଘରେ ଭାରତକୁ ବଡ଼ ସଫଳତା ମିଳିଛି। ଭାରତ ପକ୍ଷରୁ ଜାତିସଂଘ ବାର୍ଷିକ ବୈଠକରେ ଆଗତ କରାଯାଇଥିବା ଏସମ୍ପର୍କିତ ପ୍ରସ୍ତାବକୁ ୭୫ରୁ ଅଧିକ ଦେଶ ସମର୍ଥନ କରିଛନ୍ତି। ଏନେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍‌.ତିରୁମୂର୍ତ୍ତି...

CORONAVIRUS UPDATE: ରାଜ୍ୟରେ ପୁଣି ୧୩୮୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। ଗୁରୁବାର ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଲକ୍ଷରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮...

ପାକିସ୍ତାନୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଆର୍ନିଆ ସେକ୍ଟରରେ ଗୁପ୍ତ ସୁଡ଼ଙ୍ଗ ଠାବ କଲା ବିଏସ୍‌ଏଫ୍‌

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଡ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ରଚିଥିବା ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ବିଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ସମୟରେ ଜମ୍ମୁର ଆର୍ନିଆ ସେକ୍ଟରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri