Tag Archives: Home Middle

ସ୍ବାଧୀନତା ଦିବସ ପାଇଁ ରାଜଧାନୀରେ ସୁରକ୍ଷା କଡାକଡି

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଓ ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଏଥିପାଇଁ...

ରାଜଧାନୀରୁ ପୁଣି ୨୪୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୨୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୭ ମଧ୍ୟରୁ ୧୪୮ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୯୯ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଆଇଗିଣିଆରୁ ୩, ବାପୁଜୀ ନଗରରୁ ୩, ବୁଦ୍ଧେଶ୍ୱରୀ କଲେନୀରୁ ୪,...

ଓଡ଼ିଶାର ୧୪ଜଣ ପାଇବେ ପୋଲିସ ମେଡାଲ, ଜାଣନ୍ତୁ ସବିଶେଷ..

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ଗୋଟିଏ ଦିନପରେ ସ୍ବାଧୀନତା ଦିବସ। ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ ପଦକ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୧୪ଜଣ ପୋଲିସ ରାଷ୍ଟ୍ରପତି ପଦକ, ପୋଲିସ ପଦକ ପାଇବେ ବୋଲି ଜଣାପଡ଼ିଛି। ବିଶିଷ୍ଟ...

ଆଜି ଆଉ ୧୦ ଜୀବନ ନେଲା କରୋନା: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ ଗଞ୍ଜାମରୁ...

CORONAVIRUS UPDATE: ରାଜ୍ୟରେ ୫୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୭୭

ଭୁବନେଶ୍ୱର,୧୪ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୧୯୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ...

ଖାତାରେ ଅଢ଼େଇ କୋଟି, ଦେଉଛନ୍ତି ଦେଢ଼ କୋଟି

ନୂଆଦିଲ୍ଲୀ,୧୪।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଏବଂ ଅପିଲ୍‌’କୁ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହା ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି କୁହାଯାଉଛି। ଟିକସ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଏହା କମାଇବା ସହ...

ବ୍ରହ୍ମପୁରରେ ୩୧ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି

ଭୁବନେଶ୍ୱର, ୧୩।୮(ବ୍ୟୁରୋ)-ଗ୍ରାମର ଏକ ତୃତୀୟାଂଶ ଲୋକଙ୍କ ନିିକଟରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା ସେରୋ ସର୍ଭିଲାନ୍ସ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରହ୍ମପୁରରେ ଗତ ୩ରୁ ୭ ତାରିଖ ମଧ୍ୟରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ରାଜ୍ୟ...

ଶୂନ ରେଜଲ୍ଟ ପାଇଁ ନୋଟିସ୍‌

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇ ସାରିଛି। ଏଥିରେ ପାସ୍‌ ହାର କମିଥିବା ବେଳେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଶୂନ ରେଜଲ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ...

ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଅଛନ୍ତି କଟକର ଜଣେ ୨୩ ବର୍ଷୀୟ ଯୁବକ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୯ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରୁ କଟକର ଜଣେ ୨୩ ବର୍ଷୀୟ ଯୁବକ ଓ ୭୨ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୭୩ ବର୍ଷୀୟ ବୃଦ୍ଧ, ୮୨ ବର୍ଷୀୟ ବୃଦ୍ଧ ଓ ୩୬ ବର୍ଷୀୟ...

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ ସଚ୍ଛତା ବଜାୟ ରଖିତ୍ବା ଲାଗି ଏହି ପ୍ଲାଟଫର୍ମ ଉପଯୋଗୀ ହୋଇପାରିବ। ଏହାକୁ ‘ସଚ୍ଛ...

CORONAVIRUS UPDATE: ରାଜ୍ୟରେ ୫୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୮୧

ଭୁବନେଶ୍ୱର,୧୩ା୮(ବ୍ୟୁରୋ) : ଗୁରୁବାର ୩୦ ଜିଲାରୁ ସର୍ବାଧିକ ୧୯୮୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରାଣ୍ଟାଇନ୍‌ରୁ...

ରାଜସ୍ଥାନ ଝଡ଼ ଏବେ ପଞ୍ଜାବ ମୁହାଁ…

ନୂଆଦିଲ୍ଲୀ, ୧୩।୮: କଂଗ୍ରେସରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜସ୍ଥାନରେ ସଚିନ ପାଇଲଟ୍‌ଙ୍କୁ ନେଇ ଦେଖାଦେଇଥିବା ଝଡ଼ ଶାନ୍ତ ପଡ଼ିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ କୂଟନୀତି ଏବଂ ହାଇକମାଣ୍ଡଙ୍କ ଚତୁରତା ଯୋଗୁ ସଚିନ୍‌ ଗେହଲଟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟର ଅନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri