Tag Archives: Home Middle

୪୦ ହଜାରରୁ ଅଧିକ ଆତଙ୍କବାଦୀ ପାକିସ୍ତାନରେ ଲୁଚି ବସିଛନ୍ତି

ଜେନେଭା, ୪।୮: ଭାରତରେ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ପାକିସ୍ତାନରେ ଏନେଇ ୪୦ ହଜାରରୁ ଅଧିକ ଆତଙ୍କବାଦୀ ଲୁଚି ବସିଛନ୍ତି। ଏସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍‌.ତିରୁମୂର୍ତ୍ତି ସୂଚନା ଦେଇଛନ୍ତି।...

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ମନ୍ତବ୍ୟ ନେଇ ଲୋକେ ଆତଙ୍କିତ: କେବେ ବି ଆସି ନ ପାରେ କରୋନା ଟୀକା !

ଜେନେଭା, ୪।୮: ପୃଥିବୀରେ କରୋନା ମହମାରୀ ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍‌ ଅଧୋନୋମ୍‌ ଗେବ୍ରିଏସସ୍‌ଙ୍କ ମନ୍ତବ୍ୟ ଲୋକଙ୍କୁ ଅଧିକ ଆତଙ୍କିତ କରିଦେଇଛି। ଗେବ୍ରିଏସସ୍‌ କହିଛନ୍ତି...

ଦୁଇତୃତୀୟାଂଶ ପ୍ରବାସୀ ଶ୍ରମିକ ସହରମୁହାଁ

ନୂଆଦିଲ୍ଲୀ ୪ା୮(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ କାମଧନ୍ଦା ହରାଇ ଭିଟାମାଟିକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନେ ପୁଣି କାମ ଅନ୍ବେଷଣରେ ସହରକୁ ଫେରିବା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଦକ୍ଷତା ଅନୁସାରେ କାର୍ଯ୍ୟ ମିଳୁ ନ ଥିବାରୁ ଲକ୍‌ଡାଉନ ବେଳେ...

ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା: ଦିନକରେ ସୁସ୍ଥ ହେଲେ ୧୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା। ସୋମବାର ଆଉ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୩୪୫ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ୯୭, ଗଜପତିରୁ୮୩, ଯାଜପୁରରୁ ୭୦, କେନ୍ଦୁଝରରୁ ୫୭, କଟକରୁ ୫୦, ବୌଦ୍ଧରୁ୪୦, ନୟାଗଡ଼ରୁ...

ରାକ୍ଷୀରେ ଜଳିଲା ଭାଇ-ଭଉଣୀଙ୍କ ଜୁଇ

ସୋର,/ରେମୁଣା,୩।୮(ଡି.ଏନ.ଏ.)-ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଅଘଟଣ। ବଜ୍ରପାତ ଘଟିବାରୁ ଚାଲିଯାଇଛି ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ। ସୋମବାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡା ଥାନା ବରୁଣସିଂ ପଞ୍ଚାୟତ ଟିଣା ମଣ୍ଡଗାଁ ଗ୍ରାମରେ ଏପରି ହୃଦୟବିଦାରକ ଘଟଣା ଘଟିଛି।...

ଭୁବନେଶ୍ୱରରେ ଆଉ ୮୯ ପଜିଟିଭ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ସୋମବାର ଆଉ ୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮୯ ଚିହ୍ନଟଙ୍କ ମଧ୍ୟରେ ୬୫ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨୪ ଲୋକାଲ କଣ୍ଟାକ୍ଟ କେସ। ଆଇଗିଣିଆ ଆଳୁ ଗଦିରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି...

କାଲିଠାରୁ ୮ଟି ରୁଟରେ ଗଡିବ ମୋ’ ବସ୍‌

ଭୁବନେଶ୍ୱର,୩।୮(ବ୍ୟୁରୋ)-ଆସନ୍ତା କାଲିଠାରୁ ୮ଟି ରୁଟରେ ଗଡିବ ମୋ ବସ୍‌। ସକାଳ ୭ଟାରୁ ସା ୭ଟା ଯାଏ ନନଏସି ବସ ଚାଲିବ। ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ନମ୍ବର ରୁଟରେ ଗଡିବ ବୋଲି ସୂଚନା...

ଆଗକୁ ଜିମ୍‌, ଯୋଗକେନ୍ଦ୍ର ଯିବାକୁ ଭାବିଛନ୍ତି କି.. , ଜାଣନ୍ତୁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩।୨(ବ୍ୟୁରୋ): ଅଗଷ୍ଟ ୫ ତାରିଖରୁ ଜିମ୍‌ ଏବଂ ଯୋଗକେନ୍ଦ୍ର ଖୋଲିବ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହା କେବଳ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଖୋଲିବ। ଯୋଗ...

୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଫଳରେ ଗତ ୫ଦିନ ମଧ୍ୟରେ ଅଢ଼େଇ ଲକ୍ଷରୁ ଅଧିକ...

ବଦଳିଲେ ଖୋର୍ଦ୍ଧା ଜିଲାପାଳ

ଭୁବନେଶ୍ୱର,୩ା୮(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କର ସୋମବାର ବଦଳି ହୋଇଛି। ତାଙ୍କ ବଦଳି ପରେ ସନତ କୁମାର ମହାନ୍ତି ନୂତନ ଜିଲାପାଳ ହୋଇଛନ୍ତି। ଏଥିସହିତ ଗଞ୍ଜାମ କୋଭିଡ୍‌ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ଆଇଏଏସ୍‌ କୀର୍ତ୍ତି ଭାସାନଙ୍କ ବଦଳି ହୋଇଛି।...

ଭାରତର ଏସବୁ ସହରରେ ହେବ କୋଭିଶିଲ୍ଡର ମାନବ ପରୀକ୍ଷଣ

ନୂଆଦିଲ୍ଲୀ, ୩।୮: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକା କୋଭିଶିଲ୍ଡର ଭାରତରେ ମାନବ ପରୀକ୍ଷଣ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏନେଇ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକ ନିର୍ଦ୍ଦେଶାଳ(ଡିସିଜିଆଇ) ପକ୍ଷରୁ...

ଖୁସି ଖବର: ସ୍କୁଲ ପିଲାଙ୍କୁ ଏବେ ମିଳିବ ବ୍ରେକ୍‌ଫାଷ୍ଟ୍‌

ନୂଆଦିଲ୍ଲୀ, ୩।୮: ସରକାରୀ ସ୍କୁଲର ଛୋଟ ପିଲାଙ୍କ ଖୁସି ଖବର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ନୂଆ ଶିକ୍ଷା ନୀତିରେ ସ୍କୁଲ ପିଲାଙ୍କ ପାଇଁ ବ୍ରେକ୍‌ଫାଷ୍ଟ୍‌ର ସୁବିଧା ରହିଛି। ସରକାରୀ ସ୍କୁଲରେ ଛୋଟ ପିଲାଙ୍କୁ ଏବେ ମଧ୍ୟାହ୍ନ ଭୋଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri